Below header

ନନ୍ଦନକାନନରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ ଘଟଣା, ୨ ଅଭିଯୁକ୍ତ ଗିରଫ

ନନ୍ଦନକାନନରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍ । ଦୁଇ ଦୁର୍ବୃତ୍ତ ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପଶି ଖଣ୍ଡାମୁନରେ ଭୟ ଓ ଆତଙ୍କ ସୃଷ୍ଟି କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନକାନନରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ।  ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍ । ଏମାନେ ହେଲେ ଦାରୁଠେଙ୍ଗ ଗାଁର ପ୍ରଶାନ୍ତ କୁମାର ପାହାଡ ସିଂହ ଓ ଗୋବିନ୍ଦ ସାହୁ। ଗତକାଲି ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ କାର୍ଯାଳୟ ଭିତରକୁ ପଶି ଅଧିକାରୀଙ୍କୁ ଉଭୟ ମାଡ଼ ମାରିଥିଲେ ଅଫିସ ଭିତରେ ପଶି ଆସବାବପତ୍ର, କମ୍ପୁଟର, ଲ୍ୟାପଟପ, ପ୍ରିଣ୍ଟର ଓ ଟିଭି ଭଙ୍ଗାରୁଜା କରିଥିଲେ । ସିସିଟିଭିରେ କଏଦ୍ ହୋଇଛି ଘଟଣାର ପୁରା ଦୃଶ୍ୟ । ଅନ୍ୟପଟେ ପ୍ରଶାନ୍ତ ପାହାଡସିଂ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି । ଗତକାଲି ଅପରାହ୍ନରେ କିଛି ଫରେଷ୍ଟ ଗାର୍ଡଙ୍କ ସହ ପ୍ରଶାନ୍ତର ଝଗଡା ହୋଇଥିବା ସୂଚନା ମିଳିଛି ।

ତେବେ ପ୍ରାଣୀଉଦ୍ୟାନ ସୋମବାର ବନ୍ଦ ରହୁଥିବା ବେଳେ ଦୁର୍ବୃତ୍ତ କିପରି ଭିତରକୁ ପଶିଲେ ତାକୁ ନେଇ ତନାଘନା ଚଲିଛି। ନନନ୍ଦନକାନନ ପ୍ରାଣୀଉଦ୍ୟାନର ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା କର୍ମୀଙ୍କ ଭୂମିକା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଏସିପି ରମେଶ ବିଶୋଇ, ନନ୍ଦନକାନନ ଥାନା ଆଇଆଇସି ପହଞ୍ଚି ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.