Below header

ଆଜି ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ, ଷଷ୍ଠ ଥର ପାଇଁ ହିଞ୍ଜିଳି ଆସନରୁ ଲଢ଼ିବେ

ଆଜି ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ଆସନରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ୧ ନମ୍ବର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ । ଷଷ୍ଠ ଥର ପାଇଁ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି ବିଜେଡି ସୁପ୍ରିମୋ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ହିଞ୍ଜିଳି ଆସନରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ୧ ନମ୍ବର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ । ଷଷ୍ଠ ଥର ପାଇଁ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି ବିଜେଡି ସୁପ୍ରିମୋ । ହିଞ୍ଜିଳି ଆସନ ପାଇଁ ନବୀନ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ । ନାମାଙ୍କନ ପାଇଁ ସକାଳ ୧୦ଟା ୨୦ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ହିଞ୍ଜିଳି ଅଭିମଖେ ଯିବେ। ୧୧ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ମାଆଙ୍କ ଆଶୀର୍ବାଦ ନେଇ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ। ୧୨ଟା ୩୫ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନୋମିନେସନ ଫାଇଲ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଓ ଅନ୍ୟମାନେ ଉପସ୍ଥିତ ରହିବେ। ଏହାପରେ ପୁଣି ଭୁବନେଶ୍ବର ଫେରି ଆସିବେ। ମେ ୨୦ ତାରିଖରେ ହିଞ୍ଜିଳିରେ ମତଦାନ ହେବ। ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜିରେ ନାମାଙ୍କନ ଭରିବେ ନବୀନ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନପତ୍ର ଦାଖଲ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ଦକ୍ଷିଣା‌ଞ୍ଚଳ ଆଇଜି ଜୟନାରାଣ ପଙ୍କଜ ଓ ଗଞ୍ଜାମ ଏସ୍‌.ପି. ଜଗମୋହନ ମୀନା ଅସ୍ଥାୟୀ ହେଲିପ୍ୟାଡ୍ ଅଞ୍ଚଳ, ଛତ୍ରପୁର ଉପଜିଲ୍ଲାପାଳ ଅଫିସ୍ ଓ ସହରର ବିଭିନ୍ନ ଇଲାକାରେ ତଦାରଖ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ପୁରୁଷୋତ୍ତମପୁର ଥାନା ଅଧୀନ ନରସିଂହପୁର ଛକ ଠାରୁ ତାରାତାରାଣୀ ଏବଂ ଛତ୍ରପୁରରେ ୧୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.