ଦଶପଲ୍ଲାରେ ବିଜେଡିର ଆଶୀର୍ବାଦ ସମାବେଶ ଅନୁଷ୍ଠିତ

ଦଶପଲ୍ଲାରେ ବିଜେଡିର ଆଶୀର୍ବାଦ ସମାବେଶ ଅନୁଷ୍ଠିତ। ଦଶପଲ୍ଲା ଏନଏସିର ତ୍ରିନାଥ ବଜାର ନିକଟରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଆଶୀର୍ବାଦ ସମାବେଶ ଅନୁଷ୍ଠିତ ହୋଇଛି  ସମାବେଶରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା NAC ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀଙ୍କ ସମେତ ବିଜେଡିର ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ ।

ଦଶପଲ୍ଲା(କେନ୍ୟୁଜ୍‌): ଦଶପଲ୍ଲାରେ ବିଜେଡିର ଆଶୀର୍ବାଦ ସମାବେଶ ଅନୁଷ୍ଠିତ। ଦଶପଲ୍ଲା ଏନଏସିର ତ୍ରିନାଥ ବଜାର ନିକଟରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଆଶୀର୍ବାଦ ସମାବେଶ ଅନୁଷ୍ଠିତ ହୋଇଛି  ସମାବେଶରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା NAC ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀଙ୍କ ସମେତ ବିଜେଡିର ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ ।

ଚଳିତ ନିର୍ବାଚନରେ କନ୍ଧମାଳ ଲୋକସଭା ଆସନ ପାଇଁ ବିଜେଡିର ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ ଓ ଦଶପଲ୍ଲାର ବିଜେଡି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରାଙ୍କୁ ବିଜୟୀ କରାଇ ଡବଲ ଶଙ୍ଖ ପାଇଁ ଆହ୍ୱାନ ଦିଆଯାଇଥିଲା ।

ଗତ ୫ ବର୍ଷ ମଧ୍ୟରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ଏବଂ ଦଶପଲ୍ଲା ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ ସ୍ଥାନୀୟ ନେତୃବର୍ଗ । କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଦଶପଲ୍ଲାରେ ପହଞ୍ଚିବା ପରେ ଦଶପଲ୍ଲାର ଆରାଧ୍ୟ ମହାବୀର ମନ୍ଦିରକୁ ଯାଇ ମହାବୀରଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ।

You might also like