ବିବାହ ବିଚ୍ଛେଦ ପାଇଁ ପ୍ରଥମେ କୋର୍ଟରେ ଆଇନଗତ ଲଢ଼େଇ, ଏବେ ରାଜନୈତିକ ଲଢ଼େଇ ପାଇଁ ଦୁଇ ଷ୍ଟାର ତୟାର

ବିବାହ ବିଚ୍ଛେଦ ପାଇଁ ପ୍ରଥମେ କୋର୍ଟରେ ଆଇନଗତ ଲଢ଼େଇ । ଆଉ ଏବେ ଓଲିଉଡର ଦୁଇ ନାମୀଦାମୀ ଷ୍ଟାର ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ ରାଜନୈତିକ ଲଢ଼େଇ ପାଇଁ ତୟାର ।

ଭୁବନେଶ୍ୱର(କେନ୍ୟୁଜ୍‌): ବିବାହ ବିଚ୍ଛେଦ ପାଇଁ ପ୍ରଥମେ କୋର୍ଟରେ ଆଇନଗତ ଲଢ଼େଇ । ଆଉ ଏବେ ଓଲିଉଡର ଦୁଇ ନାମୀଦାମୀ ଷ୍ଟାର ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ ରାଜନୈତିକ ଲଢ଼େଇ ପାଇଁ ତୟାର । ଅନୁଭବ ବିଜେପିରେ ସାମିଲ ହୋଇଥିବା ବେଳେ ବିଜେଡିରେ ବିଧିବଦ୍ଧ ଭାବେ ମିଶିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ବର୍ଷା କହିଛନ୍ତି ମୁଁ ନବୀନ ସାରଙ୍କ ବଡ଼ ଫ୍ୟାନ। ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି ଓ ବ୍ୟକ୍ତିତ୍ବ ମୋତେ ପ୍ରଭାବିତ କରିଛି। ସାଂସଦ ସସ୍ମିତ ପାତ୍ର ତାଙ୍କୁ ବିଜୁ ଜନତା ଦଳକୁ ସ୍ବାଗତ କରିଥିଲେ ।

ଏବେ ପ୍ରଶ୍ନ ବିଜେଡିରୁ ପ୍ରାର୍ଥୀ ହେବେ କି ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା ବର୍ଷା ପ୍ରିୟଦର୍ଶନୀ ? ଅନୁଭବଙ୍କ ସହ ତାଙ୍କର ସିଧା ଫାଇଟ ହେବ କି ? ଅନୁଭବ ବିଜେପିରୁ ବାରବାଟୀ -କଟକ କିମ୍ବା ସାଲେପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି ଦୁଇ ଆସନ ପାଇଁ ବିଜେପି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ । ଅନ୍ୟପକ୍ଷରେ ସାଲେପୁର ଓ ବାରବାଟୀ-କଟକ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି । ତେଣୁ ବର୍ଷା-ଅନୁଭବ ନିର୍ବାଚନରେ ସିଧାସଳଖ ମୁହାଁମୁହିଁ ହେବା ସମ୍ଭାବନା କମ୍ । କିନ୍ତୁ କ୍ୟାମ୍ପେନ ମଇଦାନରେ ଦୁଇ ଷ୍ଟାର ମୁହାଁମୁହିଁ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏଥର ନିର୍ବାଚନରେ କିଛି ଅଭିନେତା ଭାଗ୍ୟ ପରୀକ୍ଷା କରିବେ । ବିଜେପିରୁ ସିଦ୍ଧାନ୍ତ ମହାପାତ୍ର ଦିଗପହଣ୍ଡି ଆସନରୁ ଲଢୁଛନ୍ତି । ସେହିପରି କୋରେଇରୁ ବିଜେପି ଆକାଶ ଦାସନାୟକଙ୍କୁ ପ୍ରାର୍ଥୀ କରିଛି । ଅଭିନେତା ଅନୁଭବ ଓ ଅରିନ୍ଦମ ବିଜେପିରେ ସାମିଲ ହୋଇଥିଲେ ମଧ୍ୟ ଏଯାଏ କୌଣସି ଆସନ ପାଇଁ ସେମାନଙ୍କୁ ଦଳ ପ୍ରାର୍ଥୀ କରିନାହିଁ । ସେହିପରି କଂଗ୍ରେସ ଟିକେଟରେ ବଲାଙ୍ଗୀର ଲୋକସଭା ଆସନରୁ ଲଢୁଛନ୍ତି ଅଭିନେତା ମନୋଜ ମିଶ୍ର । ଏବେ ରାଜନୀତିରେ ବର୍ଷା-ଅନୁଭବଙ୍କ ଫାଇଟକୁ ଅପେକ୍ଷା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.