Below header

ଲୁଣା ନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ ୨ ଛାତ୍ରୀ; ଜଣେ ଉଦ୍ଧାର, ଜଣେ ନିଖୋଜ

ଲୁଣା ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୨ ଛାତ୍ରୀ । ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳିନାହିଁ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ବନ୍ଧପଡା ଗ୍ରାମରେ ଘଟିଛି ଏହି ଅଘଟଣ ।

ମହାକାଳପଡ଼ା (କେନ୍ୟୁଜ): ଲୁଣା ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୨ ଛାତ୍ରୀ । ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳିନାହିଁ  । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ବନ୍ଧପଡା ଗ୍ରାମରେ ଘଟିଛି ଏହି ଅଘଟଣ ।

ସୂଚନା ଥାଉକି, ସକାଳୁ ଲୁଣା ନଦୀରେ ଗାଧୋଇବାକୁ ଯାଇଥିଲେ ଦୁଇ ଛାତ୍ରୀ ।  ତେବେ ଗାଧୋଇବା ବେଳେ ଦୁଇ ଜଣ ଯାକ ଭାସିଯାଇଥିଲେ । ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି  । ହେଲେ ଅନ୍ୟ ଜଣେ ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ନଦୀରେ ସର୍ଚ୍ଚ ଅପରେସନ ଜାରି ରହିଛି । ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ମିଳିତ ଭାବେ ନଦୀରେ ଖୋଜାଖୋଜି ଚଳାଇଛନ୍ତି ।  ନିଖୋଜ ଛାତ୍ରୀ ଜଣକ ହେଲେ ଅଭିଲିପ୍ସା ବେହେରା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.