Below header

OSSC ରେ ତୁରନ୍ତ ୬୩୭ ପଦବୀ ପାଇଁ କରନ୍ତୁ ଆବେଦନ, ଜାଣନ୍ତୁ କେମିତି

ଓଡିଶା ଷ୍ଟାଫ ସିଲେକ୍ସନ କମିଶନ (OSSC) ନୋଟିଫିକେସନ ମୁତାବକ ୬୩୭ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଟେକ୍ନିକାଲ ଆସିଷ୍ଟାଣ୍ଟ, ହୋମିଓପାଥି ଆସିଷ୍ଟାଣ୍ଟ ପଦବୀ ରହିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ CHSL examinations ଆବେଦନ କରିପାରିବେ ।

ଓଡିଶା ଷ୍ଟାଫ ସିଲେକ୍ସନ କମିଶନ (OSSC) ପକ୍ଷରୁ ନୋଟିଫିକେସନ ଜାରି ହୋଇଛି । ଏହି ନୋଟିଫିକେସନ ମୁତାବକ ୬୩୭ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଟେକ୍ନିକାଲ ଆସିଷ୍ଟାଣ୍ଟ, ହୋମିଓପାଥି ଆସିଷ୍ଟାଣ୍ଟ ପଦବୀ ରହିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ CHSL examinations ଆବେଦନ କରିପାରିବେ । ଏଥିପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପଦବୀ ବିବରଣୀ : ୬୩୭

କେୟାରଟେକର: ୨
ଆର୍ୟୁବେଦ ଆସିଷ୍ଟାଣ୍ଟ(ଆୟୁଷ): ୨୨୦
ହୋମିଓପାଥି ଆସିଷ୍ଟାଣ୍ଟ : ୨୧୬
ୟୁନାନି ଆସିଷ୍ଟାଣ୍ଟ : ୭

ଜୁନିଅର ଟେକ୍ନିକାଲ ଆସିଷ୍ଟାଣ୍ଟ : ୨୧୨

ଜରୁରୀ ତାରିଖ : ଖାଲିପଡିଥିବା ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ମେ ୨୫ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ୧୨ଶ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ତେବେ ଅନୁସୂଚିତ ଜାତି/ଜନଜାତି ଏବଂ ଓବିସି ପ୍ରାର୍ଥୀଙ୍କୁ ଛାଡ ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପ୍ରିଲିମ୍ସ ପରୀକ୍ଷା, ମେନ୍‌ ପରୀକ୍ଷା, ସାର୍ଟିଫିକେଟ ଭେରିଫିକେସନ ପରେ ହେବ ।

ଜାଣନ୍ତୁ କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ossc ର ସାଇଟକୁ ଯିବାକୁ ହେବ ।
ଏହାପରେ ନୋଟିଫିକେସନକୁ ଯାଇ CHSL କୁ ଯିବାକୁ ହେବ ।
ଏବେ ନିଜକୁ ରେଜିଷ୍ଟ୍ରେସନ କରିବା ସହିତ ଆପ୍ଲିକେସନ ଫର୍ମ ଭରନ୍ତୁ ।
ତା’ ପରେ ଦରକାରୀ ଡକ୍ୟୁମେଣ୍ଟ ଦେବା ସହିତ ଫର୍ମ ସବିମିଟ୍‌ କରନ୍ତୁ ।
ଏହାପରେ ଭବିଷ୍ୟ ପାଇଁ ଏକ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.