Below header

ଅସୁସ୍ଥତା ଦର୍ଶାଇ ଏକାସାଙ୍ଗରେ ଛୁଟିରେ ଗଲେ ୩୦୦ କର୍ମଚାରୀ, ଏୟାର ଇଣ୍ଡିଆର ୭୦ରୁ ଅଧିକ ବିମାନ ଉଡାଣ ରଦ୍ଦ

ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୦ରୁ ଅଧିକ ଉଡାଣ ରଦ୍ଦ । ୩୦୦ରୁ ଅଧିକ କର୍ମଚାରୀ ସମୂହ ଛୁଟିରେ ଯିବାରୁ ଗତକାଲିରୁ ଆଜି ସକାଳ ପର୍ଯ୍ୟନ୍ତ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣକୁ ବାତିଲ୍ କରି ସାରିଲାଣି । ଅସୁସ୍ଥତା ଦର୍ଶାଇ ଏକାସାଙ୍ଗରେ ସମସ୍ତ କର୍ମଚାରୀ ସମୂହ ଛୁଟିରେ ଯିବାରୁ ଏପରି ସମସ୍ୟା ହୋଇଛି ।

ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୦ରୁ ଅଧିକ ଉଡାଣ ରଦ୍ଦ କରିଛି । ସୂଚନା ମୁତାବକ, ଅସୁସ୍ଥତା ଦର୍ଶାଇ ଏକାସାଙ୍ଗରେ ସମସ୍ତ କର୍ମଚାରୀ ସମୂହ ଛୁଟିରେ ଯିବାରୁ ଏପରି ସମସ୍ୟା ହୋଇଛି । ୩୦୦ରୁ ଅଧିକ କର୍ମଚାରୀ ସମୂହ ଛୁଟିରେ ଯିବାରୁ ଗତକାଲିରୁ ଆଜି ସକାଳ ପର୍ଯ୍ୟନ୍ତ ୭୮ରୁ ଅଧିକ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣକୁ ବାତିଲ୍ କରି ସାରିଲାଣି । ତେବେ ଏହି ଘଟଣା ଉପରେ DGCA ନଜର ରଖିଛି ।

ଖବର ମୁତାବକ, ଗତ କିଛିଦିନ ହେଲାଣି ଏୟାର ଇଣ୍ଡିଆ ଏକ୍ସପ୍ରେସ କ୍ୟାବିନ କ୍ରୁ ଅଭାବ ଦେଖାଦେଉଛି । ଏହାଦ୍ୱାରା ଅଧିକ ଷ୍ଟାଫ ଗତକାଲି ହଠାତ୍ ଅସୁସ୍ଥତା ଦର୍ଶାଇ ଛୁଟି ପାଇଁ ଆବେଦନ କରିଥିଲେ । ଏହାପରେ ସମସ୍ତଙ୍କ ମୋବାଇଲ ସୁଇଚ ଅଫ୍ ହୋଇ ଯାଇଛି ।

ଏୟାର ଇଣ୍ଡିଆ ପ୍ରବକ୍ତା କହିଛନ୍ତି, ଆମର ଶତାଧିକ କ୍ୟାବିନ କ୍ର୍ୟୁ ମେମ୍ବର ଏକସଙ୍ଗେ ଅସୁସ୍ଥ ହୋଇ ଯାଇଛନ୍ତି । ଫଳରେ ଇଚ୍ଛା ନଥିବା ସତ୍ତ୍ୱେ ଆମକୁ ବହୁ ବିମାନକୁ ବାତିଲ କରିବା ସହ ବହୁ ବିମାନକୁ ବିଳମ୍ବରେ ଛାଡ଼ିବାକୁ ପଡ଼ୁଛି । କୋଚି, କାଲିକଟ, ବେଙ୍ଗାଲୁରୁ ସହିତ ବିଭିନ୍ନ ବିମାନ ବନ୍ଦରରୁ ବିମାନ ଉଡାଣ ରଦ୍ଦ ହୋହଇଛି । ଏହି କାରଣ ଯୋଗୁଁ ଯାତ୍ରୀମାନେ ବହୁ ହଇରାଣର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଆମ ଟିମ୍ ନିରନ୍ତର ରୂପେ କାମ ଚାଲୁ ରଖିଛି । ଏହାସତ୍ତ୍ୱେ ଯାତ୍ରୀଙ୍କ ଅସୁବିଧାକୁ ଦୂର କରିବାକୁ ଯଥାସମ୍ଭବ ଆମେ ଚେଷ୍ଟାରତ ଥିବା ବେଳେ ଏଥିନିମନ୍ତେ ସେମାନଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ ।

ସେପଟେ ଯାତ୍ରୀ ଏହାକୁ ନେଇ ସୋସିଆଲ ମିଡିଆରେ ଅଭିଯୋଗ କରିବା ପରେ ଏୟାର ଇଣ୍ଡିଆ ଯାତ୍ରୀଙ୍କୁ ଆଶ୍ୱସ୍ତି ଦେଇଛି । ଏୟାର ଇଣ୍ଡିଆ କହିଛି ଯେ, ଉଡ଼ାଣ ବାତିଲ ହୋଇଥିବା ବିମାନର ଯାତ୍ରୀମାନଙ୍କୁ ସେମାନଙ୍କ ଟଙ୍କା ସମ୍ପୂର୍ଣ୍ଣ ରୂପେ ଫେରାଯିବ । ନଚେତ ସେମାନେ ଚାହିଁଲେ ତାହାକୁ ଅନ୍ୟ ତାରିଖକୁ ଘୁଞ୍ଚାଇ ଦିଆଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଗତ ମାସରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ କ୍ୟାବିନ କ୍ରୁ୍ୟ ମେମ୍ବରଙ୍କ ଏକ ଟିମ୍ ଅଭିଯୋଗ କରିଥିଲେ କି, ମ୍ୟାନେଜମେଣ୍ଟ ଠିକ୍ ଭାବେ କାମ କରୁନି । କର୍ମଚାରୀଙ୍କ ସହ ସମାନ ବ୍ୟବହାର ପ୍ରଦର୍ଶନ କରାଯାଉନି । ପରିଚାଳନାଗତ ତ୍ରୁଟି ହେତୁ କ୍ରୁ ସଦସ୍ୟା ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.