ରୋମାଞ୍ଚକ ମ୍ୟାଚ: ରାଜସ୍ଥାନ ରୟାଲ୍ସକୁ ୨୦ ରନରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଇପିଏଲର ରୋମାଞ୍ଚକ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୨୦ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ୨୨୨ ରନକୁ ପିଛା କରୁଥିବା ରାଜସ୍ଥାନ ୮ ୱିକେଟ ହରାଇ ୨୦୧ କରିଥିଲା । ସଂଜୁ ସାମସନ ୪୬ ବଲ୍ ରୁ ୮୬ ରନ୍ କରିଥିଲେ । ରିୟାନ ପରାଗ ୨୨ ବଲରୁ ୨୭ ଓ ଶୁଭମ ଦୁବେ ୧୨ ବଲ୍ ରୁ ୨୫ ରନ୍ କରିଥିଲେ ବି ଦଳକୁ ବିଜୟ ସ୍ବାଦ ଦେଇପାରିନଥିଲେ ।

(କେନ୍ୟୁଜ): ଆଇପିଏଲର ରୋମାଞ୍ଚକ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୨୦ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।  ୨୨୨ ରନକୁ ପିଛା କରୁଥିବା ରାଜସ୍ଥାନ ୮ ୱିକେଟ ହରାଇ ୨୦୧ କରିଥିଲା ।  ସଂଜୁ ସାମସନ ୪୬ ବଲ୍ ରୁ ୮୬ ରନ୍ କରିଥିଲେ ।  ରିୟାନ ପରାଗ ୨୨ ବଲରୁ ୨୭ ଓ ଶୁଭମ ଦୁବେ ୧୨ ବଲ୍ ରୁ ୨୫ ରନ୍ କରିଥିଲେ ବି ଦଳକୁ ବିଜୟ ସ୍ବାଦ ଦେଇପାରିନଥିଲେ ।

ଡେଥ୍ ଓଭରରେ କୁଲଦୀପ ୟାଦବ, ରସିକ ସଲାମ, ମୁକେଶ କୁମାର ପ୍ରମୁଖ ଭଲ ବୋଲିଂ କରିବା ଦିଲ୍ଲୀକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।  କୁଲଦୀପ ୟାଦବ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ପୂର୍ବରୁ ୮ ୱିକେଟ ହରାଇ ୨୨୧ ରନ କରିଥିଲା ଦିଲ୍ଲୀ ।  ଅଭିଷେକ ପୋରେଲ୍ ୬୫, ଜ୍ୟାକ୍ ଫ୍ରେଜର-ମ୍ୟାକ୍ ଗର୍କ ୫୦ ଓ ତ୍ରିଷ୍ଟନ୍ ଷ୍ଟବ୍ସ ୪୧ ରନ କରିଥିଲେ ।  ଆର୍ ଅଶ୍ବିନ ୨୪ ରନ ଦେଇ ୩ଟି ୱିକେଟ ନେଇଥିଲେ । ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ୧୨ ମ୍ୟାଚ୍ ରୁ ୬ ବିଜୟ ସହ ପ୍ଲେଅଫ୍ ଆଶା ଉଜ୍ଜୀବିତ କରିଛି ।  ରାଜସ୍ଥାନ ଦ୍ବିତୀୟ ସ୍ଥାନରେ ରହି ପ୍ଲେ ଅଫ୍ ରେ ଗୋଟିଏ ପାଦ ରଖିଥିଲେ ମଧ୍ୟ ଯୋଗ୍ୟତା ଅର୍ଜନ ଲାଗି ଅପେକ୍ଷା କରିଛି। ଏକାଦଶ ମ୍ୟାଚ୍ ରୁ ରାଜସ୍ଥାନ କ୍ରମାଗତ ପରାଜୟ ବରଣ କରିବାରୁ ସଂଜୁଙ୍କ ଦଳର ସମ୍ଭାବନା ବିଳମ୍ବିତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.