Below header

ହଠାତ୍‌ ହେଲା କୁଆ ପଥର ମାଡ, ଭାଙ୍ଗିଦେଲା ବିମାନର ଡେଣା

କହିବାକୁ ଗଲେ ଗୋଟେ ବଡ ଦୁର୍ଘଟଣାରୁ ଅଳ୍ପକେ ବତ୍ତୀ ଯାଇଛି ଏ ଭିସ୍ତାରା ଫ୍ଲାଇଟ । ଆଉ ବଞ୍ଚି ଯାଇଛି ୧୭୦ ଜଣ ଯାତ୍ରୀଙ୍କର ଜୀବନ ।

ଭୁବନେଶ୍ୱର : ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲା ବିମାନ । କିନ୍ତୁ ହଠାତ୍‌ ହେଲା କୁଆ ପଥର ମାଡ । ଆଉ ଭାଙ୍ଗିଦେଲା ବିମାନର ଡେଣା । ଆଉ ତାପରେ କଣ ହୋଇଥିବ ଅବସ୍ଥା ଥରେ ଚିନ୍ତା କରନ୍ତୁ । ଯେଉଁ କାରଣ ପାଇଁ ଜରୁରୀ କାଳୀନ ଅବତରଣ କରିଛି ଭିସ୍ତାରା ଫ୍ଲାଇଟ୍‌ । ବିମାନର କାଚ ମଧ୍ୟ ଭାଙ୍ଗି ଯାଇଛି । କହିବାକୁ ଗଲେ ଗୋଟେ ବଡ ଦୁର୍ଘଟଣାରୁ ଅଳ୍ପକେ ବତ୍ତୀ ଯାଇଛି ଏ ଭିସ୍ତାରା ଫ୍ଲାଇଟ । ଆଉ ବଞ୍ଚି ଯାଇଛି ୧୭୦ ଜଣ ଯାତ୍ରୀଙ୍କର ଜୀବନ । କୁଆ ପଥର ମାଡରେ ଖାଲି ବିମାନର ଡେଣା ଭାଙ୍ଗିନି ଏହାର ବିମାନର ଅନେକ ସ୍ଥାନ ବି ଚେପା ହୋଇଯାଇଛି । ବାସ୍ତବରେ କେତେ ଭୟଙ୍କର ଥିଲା ଆପଣ ତାହାର ଅନୁମାନ ଲଗାଇପାରିବେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଟେକଅପ୍‌ କରିବାର ମାତ୍ର ୧୦ ମିନିଟ୍‌ ପରେ ବିମାନଟି ଜରୁରୀକାଳୀନ ଅବତରଣ କଲା । ଭିତରେ ଥିବା ଯାତ୍ରୀ ଏକଦମ ଭୟବୀତ ହୋଇପଡିଲେ । ଆଉ ଚାହୁଁ ଚାହୁଁ ଜାଣିବାକୁ ପାଇଲେ ଯେ କୁଆପଥର ମାଡରେ ସ୍ଥିତି ଏତେ ସଙ୍ଗୀନ ହୋଇଛି । ବିମାନରେ କୁଆପଥର ମାଡ ଏତେ ମାତ୍ରାରେ ହେଲା ଯେ ବିମାନା ଓ୍ଵିଙ୍ଗସିଲଡ୍‌ ଭାଙ୍ଗିଗଲା । ଯେଉଁ କାରଣରୁ ଜରୁରୀ କାଳୀନ ଅବତରଣ କରାଗଲା ବିମାନକୁ ।

ଆଜି ରାଜଧାନୀ ଭୁବନେଶ୍ବରର କିଛି ସ୍ଥାନରେ ଆଜି ଅପରାହ୍‌ଣରେ କାଳବୈଶାଖୀ ଅନୁଭୂତ ହୋଇଛି। ଫଳରେ କୁଆପଥର ମାଡ଼ ହୋଇଛି। କାଳବୈଶାଖୀର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି। ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ବାହାରିଥିବା ‘ଭିସ୍ତାରା’ ବିମାନ ଉପରେ କୁଆପଥର ମାଡ଼ ହୋଇଛି। ଫଳରେ ଉଡ଼ାଣ ପ୍ରଭାବିତ ହୋଇଛି। ବିମାନଟି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନଟି ଜରୁରୀ ଅବତରଣ କରିଛି। ଯାହାପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ସୂଚନା ଅନୁସାରେ ବିମାନଟି ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା। ଆକାଶରେ କୁଆପଥର ମାଡ଼ର ସାମ୍ନା କରିଥିଲା। କୁଆପଥର ପଡ଼ିବା କାରଣରୁ ୱିଣ୍ଡସିଲ କ୍ରାକ ହୋଇଥିଲା। ଏହି କାରଣରୁ ଉଡ଼ାଣର ୧୦ ମିନିଟ ଭିତରେ ଏହା ପ୍ରାଓରିଟି ଲାଣ୍ଡିଂ କରିଥିଲା। ୱିଣ୍ଡ ସିଲରେ କ୍ରାକ ସହ ବିମାନ ଉଡ଼ିଥିଲେ ଆହୁରି ଅଧିକ କ୍ରାକ ଆଶଙ୍କା ରହୁଥିଲା। ତେଣୁ ପାଖରୁ ହିଁ ଏହା ବ୍ୟାକ ଲ୍ୟାଣ୍ଡିଂ କରିଥିଲା। ବିମାନରେ ୧୬୯ ଯାତ୍ରୀଙ୍କ ସହ ୮ ଜଣ କ୍ରୁ ସଦସ୍ୟ ରହିଥିଲେ। ସମସ୍ତେ ସୁସ୍ଥ ଅଛନ୍ତି। ଯାତ୍ରୀଙ୍କ ପାଇଁ ଭିସ୍ତାରା ଦ୍ଵାରା ଅନ୍ୟ ୨ ବିମାନ ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.