Below header

ପାଣ୍ଡିଆନଙ୍କ ଟାର୍ଗେଟରେ ବିଜେପି ନେତା, କହିଲେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡି କରିବ ସ୍ବିପ୍

ମେ ୧୩ ତାରିଖ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ସ୍ବିପ୍ କରିବ । ବ୍ରହ୍ମପୁର ପ୍ରେସମିଟରେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। କହିଛନ୍ତି ଫାଷ୍ଟ ଫେଜ୍ ରେ ଏକାଧିକ ସ୍ଥାନରେ କଂଗ୍ରେସ ସହ ଲଢ଼େଇ ହେଉଛି । କୋରାପୁଟ ଓ କଳାହାଣ୍ଡିରେ କଂଗ୍ରେସ ସହ ଲଢ଼େଇ ହେଉଛି । ଗଞ୍ଜାମରେ ୱାନ ସାଇଡ୍ ଫାଇଟ୍ ହେଉଛି। ସବୁ ପର୍ଯ୍ୟାୟ ନିର୍ବାଚନରେ ଆମେ ସୁଇପ୍ କରିବୁ ।

ବ୍ରହ୍ମପୁର (କେନ୍ୟୁଜ): ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଟାର୍ଗେଟରେ ବିଜେପି ନେତା । ଆଜି ଭୋରରୁ ବ୍ରହ୍ମପୁରରେ ଲମ୍ବା ସମୟ ଧରି ସମ୍ପାଦକମାନଙ୍କ ସହ ଆଲୋଚନା କରିଥିଲେ ପାଣ୍ଡିଆନ୍। ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ଭିକେ ପାଣ୍ଡିଆନ୍ । ଏହି ପ୍ରେସମିଟରେ ରାଜ୍ୟ ସରକାରଙ୍କ ବିକାଶ ଓ କେନ୍ଦ୍ରର ଅବହେଳା ପ୍ରସଙ୍ଗରେ ଗୋଟି ଗୋଟି କରି ତଥ୍ୟ ରଖିଥିଲେ ଗଣମାଧ୍ୟମ ଆଗରେ ।

ପାଣ୍ଡିଆନ୍ ଆହୁରି ମଧ୍ୟ କହିଛନ୍ତି ଯେ, ମେ ୧୩ ତାରିଖ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ସ୍ବିପ୍ କରିବ । ବ୍ରହ୍ମପୁର ପ୍ରେସମିଟରେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। କହିଛନ୍ତି ଫାଷ୍ଟ ଫେଜ୍ ରେ ଏକାଧିକ ସ୍ଥାନରେ କଂଗ୍ରେସ ସହ ଲଢ଼େଇ ହେଉଛି । କୋରାପୁଟ ଓ କଳାହାଣ୍ଡିରେ କଂଗ୍ରେସ ସହ ଲଢ଼େଇ ହେଉଛି । ଗଞ୍ଜାମରେ ୱାନ ସାଇଡ୍ ଫାଇଟ୍ ହେଉଛି । ସବୁ ପର୍ଯ୍ୟାୟ ନିର୍ବାଚନରେ ଆମେ ସୁଇପ୍ କରିବୁ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଓଡ଼ିଶାବାସୀଙ୍କ ବିଶ୍ବାସ, ଭରସା ଅଧିକ ରହିଥିବା ପାଣ୍ଡିଆନ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେନିଫେଷ୍ଟୋ ପାଇଁ ସମସ୍ତେ ଅନାଇ ବସିଛନ୍ତି । ୨ ଦିନ ଭିତରେ ବିଜେଡିର ଇସ୍ତାହାର ଆସିବ । ବିଜେଡି ଭୋଟ୍ ପାଇଁ ନୁହେଁ ବିକାଶ ପାଇଁ ମାନିଫେଷ୍ଟୋ ଆଣିବ ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍ । ଆସନ୍ତା ୧୩ ତାରିଖ ରାଜ୍ୟର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ମତଦାନ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.