Below header

ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ଚେକିଂ କଡ଼ାକଡ଼ି, ପୁଣି କାର୍‌ ଭିତରୁ ମିଳିଲା ନଗଦ ୯ ଲକ୍ଷ ଟଙ୍କା

କାର ଭିତରୁ ପୁଣି ୯ ଲକ୍ଷ ଟଙ୍କା ଜବତ । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡାହିମାଲ ଛକରେ ପୋଲିସର ଯାଞ୍ଚ ବେଳେ ଏକ କାରରୁ ୯ଲକ୍ଷ ୧ ହଜାର ୮୦୦ ଶହ ଟଙ୍କା ଜବତ କରିଛି । କାର ମାଲିକ ତୁଷୁରାର ବ୍ୟବସାୟୀ କାରଟିକୁ ନିଜେ ଚଳାଇ ଯାଉଥିବା ସମୟରେ ଅଟକାଇ ଯାଞ୍ଚ କରିଥିଲ ପୋଲିସ । କାର ଭିତରେ ଥିବା ପାଞ୍ଚ ଲକ୍ଷ ଟଙ୍କାର ହିସାବ ଦେଇପାରୁନାହାନ୍ତି ବ୍ୟବସାୟୀ ଜଣକ। ପୋଲିସ ଟଙ୍କା ଜବତ ପରେ ଫ୍ଲାଇଂ ସ୍କ୍ୱାର୍ଡକୁ ହସ୍ତାନ୍ତର କରିଛି।

ଟିଟିଲାଗଡ଼/ ମୟୁରଭଞ୍ଜ (କେନ୍ୟୁଜ): କାର ଭିତରୁ ପୁଣି ୯ ଲକ୍ଷ ଟଙ୍କା ଜବତ । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡାହିମାଲ ଛକରେ ପୋଲିସର ଯାଞ୍ଚ ବେଳେ ଏକ କାରରୁ ୯ଲକ୍ଷ ୧ ହଜାର ୮୦୦ ଶହ ଟଙ୍କା ଜବତ କରିଛି । କାର ମାଲିକ ତୁଷୁରାର ବ୍ୟବସାୟୀ କାରଟିକୁ ନିଜେ ଚଳାଇ ଯାଉଥିବା ସମୟରେ ଅଟକାଇ ଯାଞ୍ଚ କରିଥିଲ ପୋଲିସ ।  କାର ଭିତରେ ଥିବା ପାଞ୍ଚ ଲକ୍ଷ ଟଙ୍କାର ହିସାବ ଦେଇପାରୁନାହାନ୍ତି ବ୍ୟବସାୟୀ ଜଣକ। ପୋଲିସ ଟଙ୍କା ଜବତ ପରେ ଫ୍ଲାଇଂ ସ୍କ୍ୱାର୍ଡକୁ ହସ୍ତାନ୍ତର କରିଛି। ମାଜିଷ୍ଟେଟଙ୍କ ଉପସ୍ଥିତିରେ ଯାଞ୍ଚ ଚାଲିଥିବା ଜଣାପଡିଛି। ନିର୍ବାଚନ ପାଇଁ ଟଙ୍କା ବ୍ୟବହାର ହେବାକୁ ଯାଉଥିଲା ନା ଅନ୍ୟ କୌଣସି କାରଣ ।  ଟଙ୍କା କେଉଁ ଉଦ୍ଦେଶ୍ୟରେ କେଉଁଠିକୁ ଯାଉଥିଲା ତାହା ଜଣାପଡିନି ।

ସୂଚନା ଯୋଗ୍ୟ ଗତ ସପ୍ତାହରେ ମଧ୍ୟ ବରଗଡ଼ ସୋହେଲା ଲୁହୁରାଚଟି ନାକା ପୋଷ୍ଟରେ ଚେକିଂ ବେଳେ ସାଢେ ୭ ଲକ୍ଷ ଟଙ୍କା ଜବତ ହୋଇଥିଲା ।  ଲୁହୁରାଚଟିରେ ପୋଲିସ ଓ FST ଟିମ ମିଳିତ ଭାବେ ଜୋରଦାର ଚେକିଂ କରୁଥିବା ବେଳେ ଏକ ଟାଟା ସୁମୋ ଗାଡ଼ିକୁ ଅଟକାଇଥିଲେ ।  ପରେ ଚେକିଂ କରିବା ବେଳେ ଗାଡିରୁ ସାଢେ ୭ଲକ୍ଷ ଟଙ୍କା ମିଳିଥିଲା ।  ତେବେ ଏହି ଟଙ୍କା କେଉଁଠୁ ଆସିଲା ଏବଂ କୁଆଡେ ଯାଉଥିଲା, ସେନେଇ ଚାଳକ ସ୍ପଷ୍ଟ ସୂଚନା ଦେଇନପାରିବାରୁ ପୋଲିସ ଟଙ୍କା ଜବତ କରିଛି। ଲୋକସଭା ନିର୍ବାଚନ ପାଇଁ ପ୍ରଚାର ପ୍ରସାର ବି ଜୋରଦାର ହେଉଛି  ।  ତେବେ ନିର୍ବାଚନ ପୂର୍ବରୁ ଧରାପଡ଼ିଛି ପୁଳାପୁଳା ଟଙ୍କା ।

ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ଚେକିଂ କଡ଼ାକଡ଼ି ।  ସାଧାରଣ ନିର୍ବାଚନ ୨୦୨୪କୁ ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବାକୁ ଚେକିଂ କରାଯାଉଛି ।  ମୟୂରଭଞ୍ଜ ଜିଲ୍ଲାର ୧୦ଟି ସ୍ଥାନରେ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡି ମଟର ଚେକିଂ କରାଯାଉଛି ।  ସିଟି ଓ ଜିଏସଟି ବିଭାଗ, ଅବକାରୀ ବିଭାଗ, ପୋଲିସ, ଜଙ୍ଗଲ ଓ ପରିବେଶ ବିଭାଗ ଓ ନିର୍ବାଚନକୁ ଗଠିତ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଦଳ ଚେକିଂରେ ସାମିଲ ହୋଇଛନ୍ତି ।  ରାତ୍ରିକାଳୀନ ଯାଞ୍ଚ ପ୍ରକ୍ରିୟା ମଧ୍ୟ କରାଯାଉଛି ।  ଜାମସୋଲା ଠାରେ ପ୍ରବେଶ କରୁଥିବା ଗାଡ଼ିର କାଗଜପତ୍ର, ଲୋକଙ୍କ ପରିଚୟ, ଅନ୍ତରାଜ୍ୟ ଅପରାଧୀଙ୍କ ଗତିବିଧି, ନିର୍ବାଚନ ସମୟରେ ବେଆଇନ ଟଙ୍କା, ମାରଣାସ୍ତ୍ର ଓ ମାଦକ ଦ୍ରବ୍ୟ ଆଦି ଯାଞ୍ଚ କରାଯାଇଛି।  ଜିଏସଟି ଫାଙ୍କୁଥିବା ୫ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଫାଇନ ଆଦାୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.