Below header

ଓଡ଼ିଶାରେ ସବୁ ପର୍ଯ୍ୟାୟରେ ବିଜେଡି ସ୍ବିପ୍ କରିବ : ବିଜେଡି ମୁଖ୍ୟ ନିର୍ବାଚନ ରଣନୀତିକାର ପାଣ୍ଡିଆନ

ଓଡ଼ିଶାରେ ସବୁ ପର୍ଯ୍ୟାୟରେ ବିଜେଡି ସ୍ବିପ୍ କରିବ । ବିଜେଡି ମୁଖ୍ୟ ନିର୍ବାଚନ ରଣନୀତିକାରଙ୍କ ଏହା ଦୃଢ଼ୋକ୍ତି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବିଜେଡି କ୍ୟାମ୍ପେନ କରୁଛି ।

ଭୁବନେଶ୍ୱର : ଓଡ଼ିଶାରେ ସବୁ ପର୍ଯ୍ୟାୟରେ ବିଜେଡି ସ୍ବିପ୍ କରିବ । ବିଜେଡି ମୁଖ୍ୟ ନିର୍ବାଚନ ରଣନୀତିକାରଙ୍କ ଏହା ଦୃଢ଼ୋକ୍ତି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବିଜେଡି କ୍ୟାମ୍ପେନ କରୁଛି । ୨୦୨୪ ନିର୍ବାଚନ ନବୀନ ବାବୁଙ୍କ ଦ୍ବାରା, ନବୀନ ବାବୁଙ୍କ ପାଇଁ ଏବଂ ନବୀନ ବାବୁଙ୍କର । ସେପଟେ ବିଜେପି ନିର୍ବାଚନ ଜିତିବାକୁ ଲଢୁ ନାହିଁ । କିଛି ଅଧିକ ଆସନ ଆଶାରେ ଲଢୁଛି । ଏହାସହ ବିଜେଡିକୁ ଭାଙ୍ଗିବା ପାଇଁ ବିଜେପି ଭିତିରିଆ ଷ୍ଟ୍ରାଟେଜୀ କରୁଛି ବୋଲି ପାଣ୍ଡିଆନ କହିଛନ୍ତି ।

ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅଧିକାଂଶ ସ୍ଥାନରେ ବିଜେଡିର ଲଢ଼େଇ କଂଗ୍ରେସ ସହ ହେଉଛି । ସେହିପରି କଳାହାଣ୍ଡିରେ ଦୁଇ ତିନିଟି ସ୍ଥାନରେ କଂଗ୍ରେସ ସହ ବିଜେଡିର ମୁକାବିଲା ହେଉଛି । ଗଞ୍ଜାମରେ ବିଜେଡିର ଏକପାଖିଆ ଲଢେଇ ହେଉଛି । କାରଣ ଗଞ୍ଜାମ ବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭଲ ପାଉଛନ୍ତି । ବିଜେଡିର ମୁଖ୍ୟ ନିର୍ବାଚନୀ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ ଏହା କହିଛନ୍ତି । ଆସନ୍ତା ୧୩ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେଉଛି । ପ୍ରଥମ ପର୍ଯ୍ୟାୟରେ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ସହ ୨୮ ବିଧାନସଭାରେ ନିର୍ବାଚନ ହେଉଛି ।

ଚାରିଟି ଯାକ ପର୍ଯ୍ୟାୟରେ ବିଜେଡି କ୍ଲିନ ସୁଇପ କରିବ ବୋଲି ପାଣ୍ଡିଆନ କହିଛନ୍ତି । ୨୦୨୪ ନିର୍ବାଚନରେ ବିଜେଡି କ୍ୟାମ୍ପେନର ନେତୃତ୍ବ ନେଉଛନ୍ତି ମୁଖ୍ୟମନ୍ତ୍ରୀ । ଗୋଟିଏ ଟିମ୍ ହୋଇ ଆମେ ସମସ୍ତେ କାମ କରୁଛୁ । ଟିମ୍ ମଧ୍ୟରୁ କିଛି ଖେଳାଳୀ ଫରୱାର୍ଡ, ଆଉ କିଛି ସେଣ୍ଟର ଏବଂ ଆଉ କିଛି ବ୍ୟାକରେ ଖେଳୁଛନ୍ତି । କିନ୍ତୁ ବିଜେଡିର ତୃଣମୂଳ ସ୍ତରର କର୍ମୀଙ୍କ ସହ ଦଳର ପ୍ରତ୍ୟେକ ଖେଳାଳୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି ।

ସେପଟେ ବିଜେପି ଉପରେ ନିର୍ଦ୍ଧୁମ ବର୍ଷିଛନ୍ତି ପାଣ୍ଡିଆନ । ନିର୍ବାଚନ ଜିତିବା ପାଇଁ ବିଜେପି ଲଢୁନାହିଁ । ବରଂ ସେମାନେ କିଛି ଅଧିକ ସିଟ୍ ଆଶ ରଖିଛନ୍ତି । ଏହା ପରେ ସେମାନେ ପ୍ରୟାସ କରିବେ ବିଜେଡିକୁ ଭାଙ୍ଗିବା ପାଇଁ । ବିଜେପିର ଏହା ହେଉଛି ଷ୍ଟ୍ରାଟେଜି । ଯାହାକୁ ଭିତରେ ଭିତରେ କାର୍ଯ୍ୟକାରୀ କରିବାକୁ ବିଜେପି ଉଦ୍ୟମ କରୁଛି । ବିଜେପି କେନ୍ଦ୍ରୀୟ ନେତୃତ୍ବ ବାରମ୍ବାର ଓଡିଶା ଆସିବା ପ୍ରସଙ୍ଗରେ ମତ ରଖିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଏବେ ପ୍ରଚାର କରିବାକୁ ବିଜେପିର ଯେଉଁ କେନ୍ଦ୍ରୀୟ ନେତୃତ୍ବ ଓଡିଶା ଆସୁଛନ୍ତି, ସେମାନେ ୨୦୧୪, ୨୦୧୯ ନିର୍ବାଚନରେ ମଧ୍ୟ ଓଡିଶା ଆସି ପ୍ରଚାର କରିଥିଲେ । ତେବେ ତାଙ୍କ ପ୍ରଚାରର କୌଣସି ପ୍ରଭାବ ଓଡିଶା ଲୋକଙ୍କ ଉପର ପଡିଲା ନାହିଁ । କାରଣ ଓଡିଶାବାସୀ ନବୀନ ବାବୁଙ୍କ ଉପରେ ଅଧିକ ଭରସା କରନ୍ତି । ଗୋଟିଏ ପକ୍ଷରେ ନବୀନ ବାବୁ, ଅନ୍ୟ ପକ୍ଷରେ ବିଜେପିର ବିରାଟ ସୈନ୍ୟ। କିନ୍ତୁ ଅତୀତରେ ଓଡିଶାବାସୀ ଏହାର ଫଳାଫଳ ଦେଖିଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.