Below header

ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କର୍ମକ୍ଷେତ୍ରରେ କିପରି କଟିବ ଦିନ

ଉନ୍ନୟନ ମୂଳକ କାମ ବାଧାପ୍ରାପ୍ତ ହୋଇପାରେ କିନ୍ତୁ ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ଦୂର ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହେଲେ ମଧ୍ୟ କୈାଣସି ଅସୁବିଧା ହେବ ନାହିଁ।

ମେଷ : ଭୁଲ୍ ବୁଝାମଣା କାରଣରୁ ପାରିବାରିକ କଳହକୁ ନେଇ ଅଶାନ୍ତି ଲାଗିରହିପାରେ । କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର‌୍ୟ୍ୟାଦା ବୃଦ୍ଧି ପାଇବ, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ସନ୍ତୋଷଜନକ ହେବନାହିଁ । ବାସସ୍ଥାନ ନିକଟରେ ରହୁଥିବା ନିଜ ଲୋକମାନଙ୍କ ଦ୍ୱାରା କେତେକ ସୁବିଧା ପାଇବେ ।

ବୃଷ : ଆପଣଙ୍କ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ । ଘର କଥା ହେଉ କିମ୍ବା କର୍ମକ୍ଷେତ୍ର କଥା ହେଉ ସବୁ କାମ ବିଳମ୍ବିତ ସମୟରେ ସମ୍ପନ୍ନ ହେବ । ପ୍ରକାଶନ,ପ୍ରଶାସନ, ଆଇନ ଅଦାଲତ, ସାମ୍ବାଦିକତା କ୍ଷେତ୍ର ମନ୍ଦ ହେବନି । ସହକର୍ମୀ କିମ୍ବା ବନ୍ଧୁଙ୍କୁ ମନେଇ ନିଜ କାମରେ ଲଗାଇ ପାରନ୍ତି।

ମିଥୁନ : କେତେକ ନୂତନ କର୍ମାରମ୍ଭ ସକାଶେ ଯୋଜନା ସମ୍ପର୍କରେ ପରିବାର ଲୋକ ମାନଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ, ପରିବହନ, ବ୍ୟବସାୟ, ସଭାସମିତି, ଜମିଜମା କ୍ଷେତ୍ରରେ ଉନ୍ନତ ମାନର ଫଳ ପାଇବେ।

କର୍କଟ : ପ୍ରତ୍ୟେକ କ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ଅଫିସ୍ କାମରେ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ମାନସିକ ସ୍ଥିତି ପୀତିପ୍ରଦ ରହିବ।

ସିଂହ : ଆଜି ଯାହା ଯେମିତି ଚାହୁଁଛନ୍ତି ତାହା ପାଇବାରେ କୈାଣସି ଅସୁବିଧା ରହିବ ନାହିଁ । ମାଲିମକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯାଇପାରେ। ରାଜନୈତିକ କ୍ଷେତ୍ରରେ ଗଠନମୂଳକ କାର‌୍ୟ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।

କନ୍ୟା : ପରିବହନ, ପ୍ଲଟିଙ୍ଗ କାରବାର,ନିର୍ମାଣାଧୀନ କାମକ୍ଷେତ୍ରରେ ଦେଖାଦେଇପାରେ । ପାରିବାରିକ ଖର୍ଚ୍ଚ ପରିମାଣ ବୃଦ୍ଧିଯୋଗୁ ମନରେ ସରସତା ରହି ନ ପାରେ। କଠିନ ଶ୍ରମ ଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରି ପାରନ୍ତି।

ତୁଳା : କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରି ଆପଣ ବିଜୟୀ ହେବାର ସୂଚନା ରହିଛି। କିନ୍ତୁ ଅର୍ଥବଳର ସାହାଯ୍ୟ ନେଇ ନିଜର କାମରେ ମନଦେଇ କାମଟିକୁ ପୁରା ନକରିବା ଯାଏଁ ଛାଡିବେ ନାହିଁ। ଆଜିର ଯାତ୍ରା ଶୁଭପ୍ରଦ ହେବ କିନ୍ତୁ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ବରେ ପଡିପାରନ୍ତି।

ବିଛା : ଶାରୀରିକ ସୁସ୍ଥତା ଅକ୍ଷୁର୍ଣ୍ଣ ରହିବା ସହ କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳା ଯୋଗୁ କାଳ କ୍ଷେପଣ ନୀତି ହେତୁ ମନରେ ସରସତା ରହିବ ନାହିଁ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରି ସଫଳତା ହାସଲ କରିବେ। କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।

ଧନୁ : କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣା ନେଇ ବନ୍ଧୁ କିମ୍ବା ସହକର୍ମୀମାନଙ୍କ ସହ ତିକ୍ତତା ଦେଖାଦେଇପାରେ। ନିଜଲୋକ ବୋଲି ଅନ୍ୟକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି, ଫଳରେ ଧନହାନୀ ସଙ୍ଗକୁ ଅପଦସ୍ତ ହେବାର ଆଶଙ୍କା ରହିଛି। ଆକସ୍ମିକ ଯାତ୍ରା ସ୍ଥଗିତ ରହିପାରେ।

ମକର : ପିଲା ମାନଙ୍କ ବିବାହ ସମ୍ପର୍କୀୟ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ଉନ୍ନୟନ ମୂଳକ କାମ ବାଧାପ୍ରାପ୍ତ ହୋଇପାରେ କିନ୍ତୁ ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ଦୂର ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହେଲେ ମଧ୍ୟ କୈାଣସି ଅସୁବିଧା ହେବ ନାହିଁ। ପରିବାର ସକାଶେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।

କୁମ୍ଭ : ବନ୍ଧୁ ମାନଙ୍କ ସାହାଯ୍ୟ,ସହାନୁଭୂତି ମାଧ୍ୟମରେ କାମଗୁଡିକ ଠିକ୍ ଭାବରେ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭଲ ନଥିଲେ ମଧ୍ୟ ବିଶେଷ ମନ୍ଦ ହେବନାହିଁ । ପାରିବାରିକ ସ୍ବାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବାକୁ ପଡିପାରେ।

ମୀନ : କର୍ମକ୍ଷେତ୍ରରେ ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ। ଦାୟିତ୍ୱ ନେଇଥିବା କାମଟିକୁ ଅବହେଳା କରି ଅନୁତାପ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର‌୍ୟ୍ୟାଦା ବୃଦ୍ଧି ଘଟିବ ତଥାପି ଯେତିକି ଆଶା କରୁଥିଲେ ନ ହେବାରୁ ଦୁଃଖିତ ହୋଇପାରନ୍ତି। ମହିଳା ମାନଙ୍କ ଦିନଟି ବହୁତ ଭଲରେ କଟିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.