Below header

ନବୀନଙ୍କ ମାରାଥନ କ୍ୟାମ୍ପେନ: ଗଞ୍ଜାମ ଓ କନ୍ଧମାଳରେ ପ୍ରଚାର କରିବେ ନବୀନ

ଗଞ୍ଜାମରେ ପ୍ରଚାର କରିବେ ନବୀନ । ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିଷି ପଡ଼ିଆରେ୧୦ଟା ୨୫ରେ ହେଲିକେପଟର୍ ଯୋଗେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରେ ଆୟୋଜିତ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବେ । ଏହାପରେ ୧୧ଟା୪୫ରେ ଆସିକା ଠାରେ ପହଞ୍ଚିବେ । ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବା ପରେ ଅପରାହ୍ନ ଗୋଟାଏ୧୦ ରେ ଫୁଲବାଣୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ।

ଗଞ୍ଜାମ / କନ୍ଧମାଳ (କେନ୍ୟୁଜ): ଗଞ୍ଜାମରେ ପ୍ରଚାର କରିବେ ନବୀନ । ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିଷି ପଡ଼ିଆରେ୧୦ଟା ୨୫ରେ ହେଲିକେପଟର୍ ଯୋଗେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରେ ଆୟୋଜିତ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବେ । ଏହାପରେ ୧୧ଟା୪୫ରେ ଆସିକା ଠାରେ ପହଞ୍ଚିବେ । ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବା ପରେ ଅପରାହ୍ନ ଗୋଟାଏ୧୦ ରେ ଫୁଲବାଣୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ।

କନ୍ଧମାଳରେ ଆଜି ମୁଖ୍ୟମନ୍ତ୍ରୀଙ୍କ ମାରାଥନ କ୍ୟାମ୍ପେନ । ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡିୟମଠାରେ ସାଧାରଣ ସଭାରେ ଯୋଗଦେବେ ବିଜେଡି ସୁପ୍ରିମୋ । ଆସନ୍ତା ୨୦ ତାରିଖରେ ହେବ ଦ୍ବିତୀୟ ପର୍ଯ୍ୟାୟ ମତଦାନ । କନ୍ଧମାଳ ଜିଲ୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ବିଧାନ ସଭାର ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଭୋଟରଙ୍କୁ ନିବେଦନ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡି ମୁଖ୍ୟ ନିର୍ବାଚନୀ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ୍ ଓ ବିଜେଡ଼ିର ସାଂଗଠନିକ ସମ୍ପାଦକ ପ୍ରଣଵ ପ୍ରକାଶ ଦାସ ମଧ୍ୟ ଗସ୍ତରେ ସାମିଲ୍ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.