Below header

ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି, କୃଷ୍ଣପ୍ରସାଦ ବ୍କକରେ ବିରାଟ ସମାବେଶକୁ କରିବେ ସମ୍ବୋଧନ

କେନ୍ଦ୍ରୀୟ ବିଜେପି ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ । ଆଜି ପ୍ରଚାର ପାଇଁ ଆସିବେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି । ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ବିଜେପି ପାଇଁ ଭୋଟ ମାଗିବେ । ନବରଙ୍ଗପୁର ଓ ଆସିକା ଲୋକସଭା କ୍ଷେତ୍ରରେ ସମାବେଶରେ ଯୋଗଦେବେ ।

ଭୁବନେଶ୍ୱର (କେନ୍ୟୁଜ): କେନ୍ଦ୍ରୀୟ ବିଜେପି ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ । ଆଜି ପ୍ରଚାର ପାଇଁ ଆସିବେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପରେ ସେ ପ୍ରଚାର ଅଭିଯାନ ଆରମ୍ଭ କରିବେ । କୃଷ୍ଣପ୍ରସାଦ ବ୍କକରେ ବିରାଟ ସମାବେଶକୁ ସେ ସମ୍ବୋଧନ କରିବେ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ବିଜେପି ପାଇଁ ଭୋଟ ମାଗିବେ । ନବରଙ୍ଗପୁର ଓ ଆସିକା ଲୋକସଭା କ୍ଷେତ୍ରରେ ସମାବେଶରେ ଯୋଗଦେବେ ।

ଆସନ୍ତାକାଲି ପୁଣି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ବରରେ ରୋଡ ସୋ ପାଇଁ ସୁରକ୍ଷା ତଦାରଖ କରାଯାଇଛି । କାଲି ସଂଧ୍ୟାରେ ରାମମନ୍ଦିର ଠାରୁ ବାଣୀବିହାର ପର୍ଯ୍ୟନ୍ତ ହେବ ରୋଡ ସୋ। ବ୍ଲୁ ବୁକ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ହେବ । ପ୍ରଧାନମନ୍ତ୍ରୀ ଆଭ୍ଯନ୍ତରୀଣ ବଳୟ ସୁରକ୍ଷାରେ ରହିବେ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ-ଏସପଜି । ବାହ୍ୟ ସୁରକ୍ଷାରେ ରହିବ କମିଶନରେଟ ପୋଲିସ । ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ ଏସପିଙ୍କ ସମେତ ୫୫ ପ୍ଲାଟୁନ ପୋଲିସ ମୁତୟନ ହେବ । ଏହାସହ ୩ ୟୁନିଟ ସ୍ପେଶାଲ ଟାକ୍ଟିକାଲ ୟୁନିଟ-STU ମୁତୟନ ହେବେ । ରୋଡ ସୋ ବେଳେ ଜନପଥ ହେବ ନୋ ଫ୍ଲାଇଂ ଜୋନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.