Below header

ମାସ୍କଡ ଆଧାର କଣ ? ଜାଣନ୍ତୁ ସାଧାରଣ ଆଧାର କାର୍ଡ ଠାରୁ କିପରି ଭିନ୍ନ

ସମୟ ସମୟରେ UIDAI ଲୋକମାନଙ୍କୁ ଜାଲିଆତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥାଏ । କେବଳ ଏତିକି ନୁହେଁ UIDAI ଠକେଇ ଭଳି ଘଟଣାକୁ ଏଡାଇବା ପାଇଁ ମାସ୍କଡ୍ ଆଧାର କାର୍ଡର ସୁବିଧା ଆରମ୍ଭ କରିଥିଲା ।

ଆଧାର କାର୍ଡ ହେଉଛି ଏକ ଜରୁରୀ ଡକ୍ୟୁମେଣ୍ଟ ଯାହା ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମୟରେ କିମ୍ବା ହୋଟେଲରେ ଚେକ୍ ଇନ୍ ହେଉ ବା ଅନ୍ୟ ସବୁ ସ୍ଥାନରେ ଆବଶ୍ୟକ ହୋଇଥାଏ । ଏକ ID ପ୍ରମାଣ ଭାବରେ ଆଧାର କାର୍ଡ ଆପଣଙ୍କୁ ସବୁ ସ୍ଥାନରେ ସାହାଯ୍ୟ କରେ । ସମୟ ସମୟରେ UIDAI ଲୋକମାନଙ୍କୁ ଜାଲିଆତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥାଏ । କେବଳ ଏତିକି ନୁହେଁ UIDAI ଠକେଇ ଭଳି ଘଟଣାକୁ ଏଡାଇବା ପାଇଁ ମାସ୍କଡ୍ ଆଧାର କାର୍ଡର ସୁବିଧା ଆରମ୍ଭ କରିଥିଲା ।

ମାସ୍କଡ୍ ଆଧାରର ସୁବିଧା ଥିବା ସତ୍ତ୍ୱେ ଲୋକମାନେ ଏହାକୁ ବ୍ୟବହାର କରନ୍ତି ନାହିଁ ଏବଂ ଏହାର ସବୁଠାରୁ ବଡ କାରଣ ହେଉଛି ଯେ ମାସ୍କଡ୍ ଆଧାରର ଲାଭ କଣ ଲୋକମାନେ ଜାଣି ନାହାଁନ୍ତି ? ସୂଚନା ଅଭାବ ହେତୁ ଅନେକ ଲୋକ ସାଧାରଣ ଏବଂ ମାସ୍କଡ୍ ଆଧାର ମଧ୍ୟରେ ପାର୍ଥକ୍ୟ ଜାଣନ୍ତି ନାହିଁ । ମାସ୍କଡ୍ ଆଧାର କାର୍ଡର ଉପକାରିତା କଣ ଏବଂ ମାସ୍କଡ୍ ଆଧାର କାର୍ଡ କିପରି ସାଧାରଣ ଆଧାର କାର୍ଡ ଠାରୁ ଭିନ୍ନ ଆସନ୍ତୁ ଜାଣିବା ।

UIDAI ମାସ୍କଡ୍ ଆଧାର ଲଞ୍ଚ କରିଥିଲା କାରଣ ଏହା ସବୁଠାରୁ ସୁରକ୍ଷିତ । ଏହି ଆଧାରରେ ସାଧାରଣ ଆଧାର କାର୍ଡ ପରି ୧୨ଟି ନମ୍ବର ରହିଛି, କିନ୍ତୁ ମାସ୍କଡ୍ ଆଧାରରେ ପ୍ରଥମ ୮ଟି ନମ୍ବର ଲୁଚି ରହିଛି ଏବଂ କେବଳ ଶେଷ ଚାରିଟି ନମ୍ବରକୁ ଆପଣମାନେ ଦେଖି ପାରିବେ । ଏହା ହେଉଛି ସବୁଠାରୁ ସୁରକ୍ଷିତ । ଅନ୍ୟପଟେ ସାଧାରଣ ଆଧାର କାର୍ଡରେ ଆପଣ ସମ୍ପୂର୍ଣ୍ଣ ୧୨ଟି ଆଧାର ନମ୍ବରକୁ ଦେଖି ପାରିବେ ।

ମାସ୍କଡ୍ ଆଧାର କାର୍ଡ ଡାଉନଲୋଡ୍ କରିବା ପାଇଁ ଆପଣଙ୍କୁ ପ୍ରଥମେ UIDAI ର ଅଫିସିଆଲ୍ ସାଇଟ୍ www.uidai.gov.in କୁ ଯିବାକୁ ପଡିବ । ଏହା ପରେ ଆପଣଙ୍କୁ ମାଏ ଆଧାର ସେକ୍ସନକୁ ଯିବାକୁ ପଡିବ ।

ମାଏ ଆଧାରକୁ ଯିବା ପରେ ଆପଣଙ୍କୁ ଗେଟ୍‌ ଆଧାର ସେକ୍ସନରେ ଥିବା ଡାଉନଲୋଡ୍ ଆଧାର ଅପ୍ସନ ଉପରେ କ୍ଲିକ୍ କରିବାକୁ ପଡିବ । ଡାଉନଲୋଡ୍ ଆଧାର ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କୁ ଆଧାର ନମ୍ବର ଏଣ୍ଟ୍ରି କରିବାକୁ ପଡ଼ିବ ।

ଆଧାର ନମ୍ବର ଏଣ୍ଟ୍ରି କରିବା ପରେ ଲଗ୍‌ ଇନ୍‌ ଓ୍ଵିଥ୍‌ OTPରେ କ୍ଲିକ୍‌ କରିବେ । ଆପଣଙ୍କ ଆଧାର କାର୍ଡରେ ଯେଉଁ ମୋବାଇଲ୍‌ ନମ୍ବର ରେଜିଷ୍ଟର ହୋଇଥିବ ସେହି ନମ୍ବରରେ OTP ଆସିବ । ଏହି OTP ଦ୍ୱାରା ଆପଣ ଲଗଇନ୍‌ କରିପାରିବେ ।

OTP ଏଣ୍ଟ୍ରି କରି ଲଗ୍ ଇନ୍ କରିବା ମାତ୍ରେ ଆପଣ ଡାଉନଲୋଡ୍ ଆଧାର ଅପ୍ସନ ପାଇବେ । ଏହି ଅପ୍ସନ୍ ଉପରେ ଟ୍ୟାପ୍ କରନ୍ତୁ । ପରବର୍ତ୍ତୀ ପେଜରେ ଆପଣ ମାସ୍କଡ୍ ଆଧାର ଲେଖାଥିବା ଏକ ଅପ୍ସନ ପାଇବେ । ଏହି ଅପ୍ସନ ପାଖରେ ଟିକ୍ କରନ୍ତୁ ଏବଂ ତଳେ ଥିବା ମାସ୍କଡ୍ ଆଧାର ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଆପଣଙ୍କ ମାସ୍କଡ୍ ଆଧାର ଡାଉନଲୋଡ୍ ହୋଇଯିବ । ତେବେ ଏହି ଆଧାରକୁ କେଉଁ ସ୍ଥାନରେ ବ୍ୟବହାର କରିବେ ଆସନ୍ତୁ ଜାଣିବା ।

ଯେତେବେଳେ ଆପଣ ଅନ୍ୟ ସହରର ହୋଟେଲକୁ ଯାଆନ୍ତି ଏବଂ ଚେକ୍ ଇନ୍ କରନ୍ତି, ଆପଣଙ୍କୁ ପ୍ରଥମେ ID ପ୍ରମାଣ ଦେବାକୁ ପଡିଥାଏ । ଏପରି ପରିସ୍ଥିତିରେ ଆପଣ ମାସ୍କଡ୍ ଆଧାର ବ୍ୟବହାର କରିପାରିବେ । ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଆଧାର କାର୍ଡ ସୁରକ୍ଷିତ ରହିବ । ହୋଟେଲ ପରି ସ୍ଥାନରେ ସାଧାରଣ ଆଧାର ବଦଳରେ ମାସ୍କଡ୍ ଆଧାର ବ୍ୟବହାର କରିବାର ସବୁଠାରୁ ବଡ ସୁବିଧା ହେଉଛି ଯେ ଆପଣଙ୍କ ଆଧାର ନମ୍ବର କୌଣସି ଅଜ୍ଞାତ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.