Below header

NVS ରେ ନନ୍‌ ଟିଚିଂ ଷ୍ଟାଫ ଭର୍ତ୍ତି : ଆବେଦନରେ ତ୍ରୁଟି କରିଥିଲେ ସୁଧାରିବା ପାଇଁ ସୁଯୋଗ

ନବୋଦୟ ବିଦ୍ୟାଳୟ ସମିତି ଦ୍ୱାରା ନନ୍‌ ଟିଚିଂ ଭର୍ତ୍ତି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଆବେଦନରେ କୌଣସି ତ୍ରୁଟି କରିଥିଲେ ଆବେଦନ କରିଥିବା ପ୍ରାର୍ଥୀ ତ୍ରୁଟି ସୁଧାରିପାରିବେ । ଏଥିପାଇଁ ଆବେଦନ ଲିଙ୍କ ଆସନ୍ତାକାଲି ଖୋଲିବ । ଆବେଦନ କରିଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ navodaya.gov.in କୁ ଯାଇ ଚେକ୍‌ କରିପାରିବେ ।

ନବୋଦୟ ବିଦ୍ୟାଳୟ ସମିତି ଦ୍ୱାରା ନନ୍‌ ଟିଚିଂ ଭର୍ତ୍ତି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଆବେଦନରେ କୌଣସି ତ୍ରୁଟି କରିଥିଲେ ଆବେଦନ କରିଥିବା ପ୍ରାର୍ଥୀ ତ୍ରୁଟି ସୁଧାରିପାରିବେ । ଏଥିପାଇଁ ଆବେଦନ ଲିଙ୍କ ଆସନ୍ତାକାଲି ଖୋଲିବ । ଆବେଦନ କରିଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ navodaya.gov.in କୁ ଯାଇ ଚେକ୍‌ କରିପାରିବେ । ଆପ୍ଲିକେସନ କରେକ୍ସନ ଓ୍ଵିଣ୍ଡୋ ମାଧ୍ୟମରେ ଆବେଦନ ପ୍ରକ୍ରିୟାକୁ ଏଡିଟ କରିପାରିବେ ।

ଅଫିସିଆଲ ସିଡ୍ୟୁଲ ମୁତାବକ, NVS ନନ୍‌ ଟିଚିଂ ଭର୍ତ୍ତି ପାଇଁ କରାଯାଇଥିବା ଆବେଦନରେ ତ୍ରୁଟି ସୁଧାରିବା ଲିଙ୍କ ୧୧ ମଇ ପର୍ଯ୍ୟନ୍ତ ଖୋଲିବ ।

ପଦବୀ ବିବରଣୀ : ୧୩୭୭

ମହିଳା ଷ୍ଟାଫ ନର୍ସ : ୧୨୧
ଆସିଷ୍ଟାଣ୍ଟ ସେକ୍ସନ ଅଫିସର : ୫
ଅଡିଟ୍‌ ଆସିଷ୍ଟାଣ୍ଟ: ୧୨
ଜୁନିଅର ଟ୍ରାନ୍ସଲେଟର ଅଫିସର: ୪
ଲ ଆସିଷ୍ଟାଣ୍ଟ : ୧
କମ୍ପ୍ୟୁଟର ଅପରେଟର : ୨
କ୍ୟାଟରିଂ ସୁପରଭାଇଜର : ୭୮
ଜୁନିଅର ସେକ୍ରେଟେରୀଅଟ୍‌ ସହାୟକ: ୩୮୧
ଇଲେକ୍ଟ୍ରିସିଆନ ସହ ପ୍ଲମ୍ବର: ୧୨୮
ଲାବ ଆଟେଣ୍ଟାଣ୍ଟ: ୧୬୧
ମେସ୍‌ ହେଲପର: ୪୪୨
ଏମଟିଏସ: ୧୯

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା : ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ପଦବୀ ଅନୁସାରେ ଅଲଗା ଅଲଗା ରହିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ଦରମା ପଦବୀ ଅନୁସାରେ ମିଳିବ । ମହିଳା ଷ୍ଟାଫ ନର୍ସଙ୍କୁ ଦରମା ୪୪ ହଜାରୁ ୧ ଲକ୍ଷ ୪୨ ହଜାର ପର୍ଯ୍ୟନ୍ତ ମିଳିବ । ସେହିପରି ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦବୀ ପାଇଁ ଦରମା ୩୫ ହଜାରୁ ୧ ଲକ୍ଷ ୨୪ ହଜାର ପର୍ଯ୍ୟନ୍ତ ମିଳିବ ।

ଚୟନ ପ୍ରକ୍ରିୟା :

ପ୍ରାର୍ଥୀଙ୍କ ଚୟନ ପରୀକ୍ଷା, ସାକ୍ଷାତକାର ଏବଂ ଟ୍ରେଡ/କୌଶଳ ପରୀକ୍ଷା ଆଧାରରେ ହେବ । ଅଲଗା ଅଲଗା ପଦବୀ ପାଇଁ ଚୟନ ପ୍ରକ୍ରିୟା ଅଲଗା ଅଲଗା ରହିଛି । ଏହି ପଦବୀରେ ଚୟନ ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମେ ଲିଖିତ ପରୀକ୍ଷା ଆୟୋଜିତ ହେବ । ଯେଉଁମାନେ ପରୀକ୍ଷାରେ ପାସ୍‌ କରିବେ ସେମାନଙ୍କୁ ଇଣ୍ଟରଭ୍ୟୁ ପାଇଁ କିମ୍ବା ସ୍କିଲ ଟେଷ୍ଟ ପାଇଁ ଡକାଯିବ । ଦୁଇଟି ଯାକ ପରୀକ୍ଷାରେ ଚୟନ ହେବ ପରେ ପ୍ରାର୍ଥୀଙ୍କୁ ଡକାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.