Below header

ଓଡ଼ିଶାରେ ବ୍ୟାପିଲାଣି ମାରାତ୍ମକ ରୁବେଲା ଭାଇରସ୍‌ : ନବରଙ୍ଗପୁରରେ ଦୁଇ ରୋଗୀ ଚିହ୍ନଟ

ନବରଙ୍ଗପୁର ଜିଲ୍ଲାରେ ଦୁଇ ରୁବେଲା ବା ଜର୍ମାନୀ ମିଳିମିଳା ରୋଗୀ ଚି଼ହ୍ନଟ । ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡାର ୫ ଶିଶୁଙ୍କ ରକ୍ତ ନମୁନାକୁ ଗତ ୨୪ତାରିଖରେ ଭୁବନେଶ୍ୱର ଆରଏମଆରସି ପରୀକ୍ଷାଗାରକୁ ପଠା ଯାଇଥିଲା । ସେଥିମଧ୍ୟରୁ ଦୁଇ ଶିଶୁଙ୍କ ରକ୍ତରେ ରୁବେଲା ଚି଼ହ୍ନଟ ହେଇଛି ।  ରୋଗି ମାନଙ୍କୁ ଆଇସୋଲେସନ ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଏହା ଏକ ଭୂତାଣୁ ଜନିତ ରୋଗ ଏବଂ ଏହା ବାୟୁ ଦ୍ୱାରା ସଂକ୍ରମିତ ହୋଇଥାଲ ।

ନବରଙ୍ଗପୁର (କେନ୍ୟୁଜ): ନବରଙ୍ଗପୁର ଜିଲ୍ଲାରେ ଦୁଇ ରୁବେଲା ବା ଜର୍ମାନୀ ମିଳିମିଳା ରୋଗୀ ଚି଼ହ୍ନଟ । ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡାର ୫ ଶିଶୁଙ୍କ ରକ୍ତ ନମୁନାକୁ ଗତ ୨୪ତାରିଖରେ ଭୁବନେଶ୍ୱର ଆରଏମଆରସି ପରୀକ୍ଷାଗାରକୁ ପଠା ଯାଇଥିଲା । ସେଥିମଧ୍ୟରୁ ଦୁଇ ଶିଶୁଙ୍କ ରକ୍ତରେ ରୁବେଲା ଚି଼ହ୍ନଟ ହେଇଛି । ରୋଗି ମାନଙ୍କୁ ଆଇସୋଲେସନ ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଏହା ଏକ ଭୂତାଣୁ ଜନିତ ରୋଗ ଏବଂ ଏହା ବାୟୁ ଦ୍ୱାରା ସଂକ୍ରମିତ ହୋଇଥାଲ ।

ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଟିମ ସ୍ଥିତି ଅନୁଧ୍ୟାନ କରୁଛି । ଲୋକଙ୍କୁ ରୋଗର ନିରାକରଣ ପାଇଁ ପରାମର୍ଶ ଦେଉଛନ୍ତି। ଏହି ରୋଗୀଙ୍କ ମୁହଁରେ ଗୋଲାପ ରଙ୍ଗ ପଡିବା ସହ କାନ ବେକରେ ଛୋଟ ଛୋଟ ଫୋଟକା ଦେଖା ଦେଇଥାଏ । ଏଥିସହ ଏହି ରୋଗ ଗର୍ଭବତୀ ମହିଳାଙ୍କୁ ହେଲେ ଗର୍ଭସ୍ତ ଶିଶୁ ଉପରେ ପ୍ରଭାବ ପଡିଥାଏ ଓ ହୃଦରୋଗ ସହ ମସ୍ତିଷ୍କ ବିକଳାଙ୍ଗ ହୋଇଥାଏ । ଏପଟେ ଗ୍ରାମବାସୀ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଝଡା ଫୁଙ୍କା ଆରମ୍ଭ କରିଥିବା ବେଳେ , ଏଥିରୁ ନିବୃତ ରହି ଡାକ୍ତରୀ ଔଷଧ ବ୍ୟବହାର ପାଇଁ ଡାକ୍ତରୀ ଟିମ ସଚେତନ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.