Below header

ଇଭିଏମ୍‌ ଟାମ୍ପରିଂ ପାଇଁ ମାଗିଥିଲେ ୨.୫ କୋଟି ଟଙ୍କା, ସେନାର ଯବାନ ଗିରଫ

ଇଭିଏମ୍‌ ଟାମ୍ପରିଂ ପାଇଁ ଟଙ୍କା ଦାବି ଅଭିଯୋଗରେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗରରେ ଜଣେ ଯବାନଙ୍କୁ ପୋଲିସ ଗିରଫ କରିଛି । ଯବାନ ଜଣକ ଇଭିଏମ୍‌ରେ ଟାମ୍ପରିଂ କରିବା ପାଇଁ ଶିବସେନା ନେତା ଅମ୍ବାଦାସ ଦାନଭେଙ୍କଠାରୁ ୨.୫ କୋଟି ଟଙ୍କା ମାଗିଥିଲେ ।

ଇଭିଏମ୍‌ ଟାମ୍ପରିଂ ପାଇଁ ଟଙ୍କା ଦାବି ଅଭିଯୋଗରେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗରରେ ଜଣେ ଯବାନଙ୍କୁ ପୋଲିସ ଗିରଫ କରିଛି । ଯବାନ ଜଣକ ଇଭିଏମ୍‌ରେ ଟାମ୍ପରିଂ କରିବା ପାଇଁ ଶିବସେନା ନେତା ଅମ୍ବାଦାସ ଦାନଭେଙ୍କଠାରୁ ୨.୫ କୋଟି ଟଙ୍କା ମାଗିଥିଲେ । ଏ ସମ୍ପର୍କରେ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି, ରାଜ୍ୟ ବିଧାନ ପରିଷଦର ବିରୋଧୀ ଦଳ ନେତା ଦାନଭେ ଏ ନେଇ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।

ସେ ଏହି ଅଭିଯୋଗରେ ଦର୍ଶାଇଛନ୍ତି ଯେ ଯବାନ ଏକ ଚିପ୍‌ ମାଧ୍ୟମରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍‌ରେ ଟ୍ୟାମ୍ପରିଂ କରିବା ପାଇଁ ଶିବସେନା ନେତାଙ୍କଠାରୁ ଟଙ୍କା ଦାବି କରିଥିଲେ । ଅଭିଯୁକ୍ତ କହିଥିଲେ କି, ଏହି ଚିପ୍ ଦ୍ୱାରା କୌଣସି ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଅଧିକ ଭୋଟ୍ ପାଇବାରେ ସାହାଯ୍ୟ ମିଳିପାରିବ । ପୋଲିସ କହିଛି, ଅଭିଯୁକ୍ତ ମାରୁତି ଧାକନେ ଋଣ ପରିଶୋଧ କରିବା ପାଇଁ ଏଭଳି ଦାବି କରିଥିଲେ । ସେ ଇଭିଏମ୍‌ ବିଷୟରେ କିଛି ଜାଣି ନ ଥିବା କହିଥିଲେ ।

ପୋଲିସ ସୂଚନାନୁସାରେ, ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ବେଳେ ଅଭିଯୁକ୍ତ ଶିବସେନା ନେତା ଅମ୍ବାଦାସଙ୍କ ସାନଭାଇ ରାଜେନ୍ଦ୍ର ଦାନଭେଙ୍କୁ ଏକ ବସ୍‌ଷ୍ଟାଣ୍ଡ ନିକଟସ୍ଥ ହୋଟେଲରେ ଭେଟିଥିଲେ । ଯବାନ ତାଙ୍କୁ ୨.୫ କୋଟି ଟଙ୍କା ମାଗିଥିଲେ ଏବଂ ବୁଝାମଣା ପରେ ୧.୫ କୋଟି ଟଙ୍କା ଫାଇନାଲ ହୋଇଥିଲା । ଅଭିଯୋଗକାରୀଙ୍କ ସୂଚନା ଆଧାରରେ ସାଦା ପୋଷାକରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ରାଜେନ୍ଦ୍ର ଦାନଭେଙ୍କଠାରୁ ୧.୫ ଲକ୍ଷ ଟଙ୍କା ଗ୍ରହଣ କରୁଥିବା ବେଳେ ଅଭିଯୁକ୍ତଙ୍କୁ ଧରିଥିଲା ।

ପୋଲିସ କମିଶନର ମନୋଜ ଲୋହିଆ କହିଛନ୍ତି, ଅଭିଯୁକ୍ତଙ୍କ ଉପରେ ଅନେକ ଋଣ ଭାର ରହିଛି । ସେ ଋଣ ପରିଶୋଧ କରିବା ପାଇଁ ଏହି କୌଶଳ ବ୍ୟବହାର କରିଥିଲେ । ଇଭିଏମ୍ ବିଷୟରେ ସେ କିଛି ଜାଣନ୍ତି ନାହିଁ । ଆମେ ତାଙ୍କୁ ଗିରଫ କରିଛୁ ଏବଂ କ୍ରାନ୍ତି ଚୌକ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଆଇପିସି ଧାରା ୪୨୦ ଏବଂ ୫୧୧ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ମହାରାଷ୍ଟ୍ର ଅହମ୍ମଦନଗର ଜିଲ୍ଲାର ପାଥର୍ଡିର ନିବାସୀ ଏବଂ ସେ ଜମ୍ମୁ କାଶ୍ମୀରର ଉଧମପୁରରେ ମୁତୟନ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.