Below header

ଅନଇନଷ୍ଟଲ୍ ନକରି ବି ହାଇଡ୍ କରିପାରିବେ ହ୍ଵାଟ୍ସଆପ୍, ଜାଣନ୍ତୁ କେମିତି

ଆଜି ଆମେ ଆପଣଙ୍କ ପାଇଁ ଏକ ଏଭଳି ଉପାୟ ନେଇଆସିଛୁ ଯାହାଦ୍ୱାରା ଆପଣମାନେ ହ୍ଵାଟ୍ସଆପ ଅନଇନଷ୍ଟଲ ନକରି ମଧ୍ୟ ଏହି ମେସେଜରୁ ମୁକ୍ତି ପାଇପାରିବେ । ତେବେ ଯଦି ଆପଣ ହ୍ୱାଟ୍ସଆପର ଏକ ନିତିଦିନିଆ ୟୁଜର ଏବଂ ଆପଣ ଏବେ ଏହି ପ୍ଲାଟଫର୍ମ ବ୍ୟବହାର ନ କରିବାକୁ କିମ୍ବା କିଛି ସମୟ ପାଇଁ ଏଥିରୁ ବ୍ରେକ ନେବାକୁ ଚାହୁଁଛନ୍ତି, ତେବେ ଆଜି ଆମେ ଆପଣଙ୍କ ପାଇଁ ଏହାର ସମାଧାନ ନେଇଆସିଛୁ ।

ଆଜିର ଯୁଗରେ ହ୍ୱାଟ୍ସଆପ୍ ଆମ ପାଇଁ ଏକ ଅତ୍ୟାବଶ୍ୟକ ମାଧ୍ୟମ ପାଲଟିଛି । ଏହି ମେସେଜିଂ ଆପ୍ ଆଜିକାଲି ସବୁଠାରୁ ଅଧିକ ବ୍ୟବହାର ହେଉଥିବା ପ୍ଲାଟଫର୍ମ ମଧ୍ୟରୁ ଅନ୍ୟତମ । ସାଙ୍ଗମାନଙ୍କ ସହିତ ଗପସପ କରିବା କିମ୍ବା ଲୋକମାନଙ୍କ ସହିତ କନେକ୍ଟ ରହିବା ପାଇଁ ଆପଣମାନେ ନିଶ୍ଚିତ ଭାବରେ ହ୍ୱାଟ୍ସଆପ୍ ବ୍ୟବହାର କରୁଥିବେ । କିନ୍ତୁ, ଜୀବନରେ ବେଳେବେଳେ ଏମିତି ସମୟ ଆସେ ଯେତେବେଳେ ଆପଣ ସୋସିଆଲ ନେଟୱାର୍କର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ପାଇଁ ବ୍ରେକ ନେବାକୁ ଚାହାଁନ୍ତି – ଏବଂ ଏହି ହ୍ଵାଟ୍ସଆପରୁ କିଛି ମେସେଜ ନ ଆସୁ ବୋଲି ଚାହିଁଥାନ୍ତି ।

ତେବେ ଏଭଳି ସମୟରେ ସବୁଠୁ ବଡ ଚିନ୍ତାର ବିଷୟ ହେଉଛି ଯେ ୟୁଜର୍ସ ଏହି ଆପ୍ଲିକେସନ୍ ଅନଇନଷ୍ଟଲ ନକରି ଏଥିରୁ ମୁକ୍ତି ପାଇପାରିବେ ନାହିଁ ଅର୍ଥାତ ହ୍ଵାଟ୍ସଆପରେ ମେସେଜ ଆସିବା ବନ୍ଦ କରିପାରିବେ ନାହିଁ । ତେଣୁ ଆପଣ ଯାହା ବି କରନ୍ତୁ ଯଦି ଆପଣଙ୍କ ଫୋନରେ ଏହି ଆପ୍ଲିକେସନ ଅଛି ତେବେ ଆପଣଙ୍କର ମୋବାଇଲ୍ ଫୋନରେ ମେସେଜ ନିଶ୍ଚୟ ଆସିବ । ଯଦିଓ ଆପଣ ବ୍ଲୁ ଟିକ୍ ବନ୍ଦ କରନ୍ତି କିମ୍ବା କିଛି ସମୟ ପାଇଁ ଆପଣଙ୍କର ଇଣ୍ଟରନେଟ୍ ଡାଟା ବନ୍ଦ କରନ୍ତି, ଏହି ମେସେଜିଂ ଆପ୍ ଆପଣଙ୍କୁ ମେସେଜ ପଠାଇବା ବନ୍ଦ କରିବ ନାହିଁ ।

କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ଏଭଳି ଉପାୟ ନେଇଆସିଛୁ ଯାହାଦ୍ୱାରା ଆପଣମାନେ ହ୍ଵାଟ୍ସଆପ ଅନଇନଷ୍ଟଲ ନକରି ମଧ୍ୟ ଏହି ମେସେଜରୁ ମୁକ୍ତି ପାଇପାରିବେ । ତେବେ ଯଦି ଆପଣ ହ୍ୱାଟ୍ସଆପର ଏକ ନିତିଦିନିଆ ୟୁଜର ଏବଂ ଆପଣ ଏବେ ଏହି ପ୍ଲାଟଫର୍ମ ବ୍ୟବହାର ନ କରିବାକୁ କିମ୍ବା କିଛି ସମୟ ପାଇଁ ଏଥିରୁ ବ୍ରେକ ନେବାକୁ ଚାହୁଁଛନ୍ତି, ତେବେ ଆଜି ଆମେ ଆପଣଙ୍କ ପାଇଁ ଏହାର ସମାଧାନ ନେଇଆସିଛୁ ।

ତେବେ ଆସନ୍ତୁ ଜାଣିବା ଆପଣଙ୍କ ଡିଭାଇସରୁ ମେସେଜିଂ ପ୍ଲାଟଫର୍ମ ଅନଇନଷ୍ଟଲ ନକରି ହ୍ୱାଟ୍ସଆପରୁ କିପରି ବ୍ରେକ ନେବେ ସେହି ଫିଚର୍ସ ବିଷୟରେ: ଏହା ପ୍ରକୃତରେ ଏକ ଅତି ସହଜ ପ୍ରକ୍ରିୟା ଏବଂ ଏହି ପରିବର୍ତ୍ତନ କରିବାକୁ ଆପଣମାନଙ୍କୁ ମାତ୍ର ଏକ ମିନିଟ୍ ସମୟ ହିଁ ଦରକାର । ତେବେ ଆସନ୍ତୁ ଜାଣିବା ଏହି ପ୍ରୋସେସ ବିଷୟରେ…

-ଏଥିପାଇଁ ପ୍ରଥମେ ହ୍ୱାଟ୍ସଆପ୍ ଆପ୍ଲିକେସନ ଉପରେ ଲଙ୍ଗ୍ ପ୍ରେସ୍ କରନ୍ତୁ ।

-‘App info’ ଆଇକନ୍ ଉପରେ ଟ୍ୟାପ୍ କରନ୍ତୁ ।

-ଏହାପରେ ‘Force Stop’ ନାମକ ଏକ ଫିଚର ସେଟିଙ୍ଗର ସବୁଠାରୁ ଉପରେ ଆସିବ ଏବଂ ଆପଣ ଏହି ଫୋର୍ସ ଷ୍ଟପ୍ ଫିଚର ଉପରେ ଟ୍ୟାପ୍ କରନ୍ତୁ ।

-ଏହାପରେ ବ୍ୟାକଗ୍ରାଉଣ୍ଡରୁ ହ୍ୱାଟ୍ସଆପ୍ ବନ୍ଦ କରନ୍ତୁ ।

-ଏହା କରିବା ପରେ ଆପଣ ଏହି ମେସେଜ୍ ଆପରୁ ଆଉ କୌଣସି ମେସେଜ ପାଇବେ ନାହିଁ ।

ତେବେ ଯଦି ଆପଣ ପୁଣିଥରେ ହ୍ୱାଟ୍ସଆପ୍ ଆକ୍ଟିଭ କରିବାକୁ ଚାହୁଁଛନ୍ତି ତେବେ କିପରି କରିବେ?
ଏହା ପ୍ରକୃତରେ ଖୁବ ସହଜ । ଯେତେବେଳେ ଆପଣ ପୁନର୍ବାର ହ୍ୱାଟ୍ସଆପକୁ ଆକ୍ଟିଭ କରିବାକୁ ଚାହାଁନ୍ତି, କେବଳ ପ୍ଲାଟଫର୍ମ ଖୋଲନ୍ତୁ ଏବଂ ଆପଣ ପୁଣିଥରେ ସମସ୍ତ ମେସେଜ ପାଇବା ଆରମ୍ଭ କରିବେ । କିନ୍ତୁ ଯଦି ଆପଣ ଏଥିରୁ ବ୍ରେକ ନେବାକୁ ଚାହାଁନ୍ତି, ତେବେ ଏହାକୁ ଖୋଲନ୍ତୁ ନାହିଁ ଏବଂ ‘Force Stop’ ଅପ୍ସନ ବ୍ୟବହାର କରନ୍ତୁ ଯାହା ଆପଣଙ୍କୁ ହ୍ଵାଟ୍ସଆପରୁ କୌଣସି ମେସେଜ ଆସିବାକୁ ଅଟକାଇବ ।

ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ:
ଏହା କରିବା ଦ୍ୱାରା, କେବଳ ମେସେଜ ସେଣ୍ଡ କରିଥିବା ଲୋକ ଦେଖିପାରିବେ ଯେ ଆପଣଙ୍କୁ ମେସେଜ ମିଳିନାହିଁ । ତେବେ ମେସେଜ ରିସିଭ ହୋଇଛି ବୋଲି ଜଣାଇବା ପାଇଁ ହ୍ୱାଟ୍ସଆପରେ ଏକ ଡବଲ୍ ଟିକ୍ ଫିଚର ଅଛି, କିନ୍ତୁ ଏହି ‘Force Stop’ ଫିଚର ବ୍ୟବହାର ପରେ ଏହି ଡବଲ୍ ଟିକ୍ ବ୍ଲୁ ଟିକ୍ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.