Below header

ଆଷ୍ଟ୍ରାଜେନେକା ନେଲା ବଡ ନିଷ୍ପତ୍ତି, ବଜାରରୁ ଫେରାଇ ନେବ କୋଭିସିଲ୍ଡ ଟିକା : ଜାଣନ୍ତୁ କାହିଁକି

ବ୍ରିଟେନ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ବଜାରରୁ ଟିକାକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି । କିଛିଦିନ ପୂର୍ବରୁ ଆଷ୍ଟ୍ରାଜେନେକା କୋର୍ଟରେ ଭ୍ୟାକସିନର ପାର୍ଶ୍ୱ ପ୍ରତିକ୍ରିୟା ହେଉଥିବା ସ୍ୱୀକାର କରିଥିଲା । କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କଠାରେ ରକ୍ତ ଜମାଟ ବାନ୍ଧିବା, ପ୍ଲେଟଲେଟ୍ କାଉଣ୍ଟ କମିବା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବା ନେଇ ଖବର ସାମ୍ନାକୁ ଆସିବା ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି ।

କରୋନା ଟିକା କୋଭିସିଲ୍ଡକୁ ନେଇ ବିବାଦ ହେବା ପରେ ବ୍ରିଟେନ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ବଜାରରୁ ଟିକାକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି । କିଛିଦିନ ପୂର୍ବରୁ ଆଷ୍ଟ୍ରାଜେନେକା କୋର୍ଟରେ ଭ୍ୟାକସିନର ପାର୍ଶ୍ୱ ପ୍ରତିକ୍ରିୟା ହେଉଥିବା ସ୍ୱୀକାର କରିଥିଲା । ତେବେ ପାର୍ଶ୍ୱ ପ୍ରତିକ୍ରିୟା ବିବାଦ ଏବଂ ଭ୍ୟାକସିନ ଫେରାଇ ନେବାର କାରଣ ଭିନ୍ନ ବୋଲି କମ୍ପାନୀ କହିଛି ।

ଖବର ମୁତାବକ, ଭାରତରେ ପ୍ରସ୍ତୁତ ହୋଇଥିବା କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କଠାରେ ରକ୍ତ ଜମାଟ ବାନ୍ଧିବା, ପ୍ଲେଟଲେଟ୍ କାଉଣ୍ଟ କମିବା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବା ନେଇ ଖବର ସାମ୍ନାକୁ ଆସିବା ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି ।

କମ୍ପାନୀ ଦେଇଥିବା ବୟାନ ଅନୁଯାୟୀ, କରୋନା ମହାମାରୀ ପରେ ଅନେକ କୋଭିଡ-୧୯ ଟିକା ତିଆରି କରାଯାଇଛି । ଏଥିସହ ମାର୍କେଟରେ ଅପଡେଟେଟ୍‌ ଟିକା ମଧ୍ୟ ଉପଲବ୍ଧ । କୋଭିଡ୍ ମହାମାରୀ ପରେ ଯେଉଁଭଳି କରୋନା ଟିକା ସପ୍ଲାଇ କରାଗଲା, ତାହା ଆବଶ୍ୟକତା ଠାରୁ ମାର୍କେଟରେ ଅଧିକ ହୋଇଯାଇଥିଲା । ତେବେ ବଜାରରେ କୋଭିଡ-୧୯ ଟିକା ଅନେକ ପ୍ରକାରର ରହିଛି । ତେଣୁ ଆଷ୍ଟ୍ରାଜେନେକା ଟିକାର ଡିମାଣ୍ଡ କମିଛି । ତେଣୁ ଏହାର ଉତ୍ପାଦନ ଏବଂ ରପ୍ତାନୀ ପୂର୍ବରୁ ବନ୍ଦ କରିଦିଆଯାଇଛି । ତେଣୁ କମ୍ପାନୀ ମାର୍କେଟରୁ ଟିକା ଫେରାଇ ନେବାକୁ ନିଷ୍ପତ୍ତି ନେଇଛି । ଖବର ମୁତାବକ, କମ୍ପାନୀ ଭ୍ୟାକସିନ ଫେରାଇ ନେବା ପାଇଁ ମାର୍ଚ୍ଚ ୫ରେ ଆବେଦନ କରିଥିଲା, ଯାହା ମଇ ୭ ତାରିଖରେ ସାମ୍ନାକୁ ଆସିଥିଲା ।

କୋଭିଡ-୧୯ ଟିକା ତିଆରି କରୁଥିବା କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ସେତେବେଳେ ନିଆଗଲା ଯେତେବେଳେ ଆଷ୍ଟ୍ରାଜେନେକା କୋର୍ଟ ଦଲିଲରେ ପ୍ରଥମ ଥର ପାଇଁ ସ୍ୱୀକାର କରିଥିଲା । ଟିକା ନେଇଥିବା କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ବ୍ଲଡ ପ୍ଲାଟେଲେଟ୍ ପରିମାଣ କମିବା ସହ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ଦେଖାଦେଇପାରେ ।

ଏହି ମାମଲା ଅଦାଲତକୁ ଆସିବା ପରେ ଟିକାର ଭୟାଭୟତା ସମ୍ପର୍କରେ ଜଣା ପଡ଼ିଥିଲା । ହି ପାର୍ଶ୍ୱ ପ୍ରତିକ୍ରିୟାକୁ ଟ୍ରମ୍ବୋସିସ୍ ବା TTS କୁହାଯାଉଛି । ଶରୀରରେ ରକ୍ତ ଜମାଟ ବାନ୍ଧିବା ଯୋଗୁଁ ବ୍ରେନ ଷ୍ଟ୍ରୋକର ଆଶଙ୍କା ବୃଦ୍ଧି ପାଉଛି ।
କରୋନା ମହାମାରୀ ସମୟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପକ୍ଷରୁ ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରାଯାଇଥିଲା । ଭାରତରେ ପୁନେ ସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ସହ ମିଶି ଏହି କମ୍ପାନୀ ଟିକା ଉତ୍ପାଦନ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.