Below header

ବିହାରରୁ ଉତ୍ତରପ୍ରଦେଶକୁ ଚୋରାଚାଲାଣ ହେଉଥିବା ୯୫ ଶିଶୁ ଉଦ୍ଧାର, ସମସ୍ତଙ୍କ ବୟସ ୪ରୁ୧୨ ବର୍ଷ

ଉତ୍ତରପ୍ରଦେଶ ଶିଶୁ ଆୟୋଗ ୯୫ ପିଲାଙ୍କୁ ଉଦ୍ଧାର କରିଛି । ଏମାନଙ୍କୁ ବେଆଇନ ଭାବେ ବିହାରରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ୯୫ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଶିଶୁ ଚୋରା ଚାଲାଣ ହେଉଥିବା ଅନୁମାନ କରାଯାଉଛି ।

ଉତ୍ତରପ୍ରଦେଶ ଶିଶୁ ଆୟୋଗ ୯୫ ପିଲାଙ୍କୁ ଉଦ୍ଧାର କରିଛି । ଏମାନଙ୍କୁ ବେଆଇନ ଭାବେ ବିହାରରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ୯୫ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଶିଶୁ ଚୋରା ଚାଲାଣ ହେଉଥିବା ଅନୁମାନ କରାଯାଉଛି ।

ଅଯୋଧ୍ୟା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ କହିଛନ୍ତି ଯେ, କିଛି ପିଲାଙ୍କୁ ବେଆଇନ ଭାବେ ଚାଲାଣ ହେଉଥିବା ନେଇ ରାଜ୍ୟ ଶିଶୁ ଆୟୋଗ ସଦସ୍ୟ ସୁଚିତ୍ରା ଚତୁର୍ବେଦୀ ସୂଚନା ଦେଇଥିଲେ । ଆଜି ସକାଳ ୯ଟାରେ ସୁଚିତ୍ର ଚତୁର୍ବେଦୀଙ୍କୁ ଏକ ଫୋନ କଲ୍‌ ଆସିଥିଲା, ଯେଉଁଥିରେ ବିହାରରୁ ପିଲାମାନଙ୍କୁ ବେଆଇନ ଭାବେ ସାହାରନପୁରକୁ ଚାଲାଣ କରାଯାଉଥିବା ଜଣାପଡିଥିଲା । ଏହି ସମୟରେ ଚଢାଉ କରି ଆମେ ପିଲାମାନଙ୍କୁ ଉଦ୍ଧାର କରିଛି । ପିଲାମାନଙ୍କୁ ଖାଦ୍ୟ ଓ ଚିକିତ୍ସା ଯୋଗାଇ ଦିଆଯାଇଛି । ସମସ୍ତ ଉଦ୍ଧାର ହୋଇଥିବା ପିଲାମାନଙ୍କ ବୟସ ୪ରୁ ୧୨ ବର୍ଷ ହେବ ବୋଲି ଅଯୋଧ୍ୟା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଚାଲାଣ ହେଉଥିବା ପିଲାମାନଙ୍କ ଅଭିଭାବକଙ୍କ ପକ୍ଷରୁ କୌଣସି ସ୍ୱୀକୃତି ମିଳିନଥିଲା । ପିଲାମାନେ ମଧ୍ୟ କେଉଁଠାକୁ ଯାଉଛନ୍ତି ଜାଣିନଥିବା କହିଥିଲେ । ବର୍ତ୍ତମାନ ସେମାନଙ୍କ ବାପା-ମାଆଙ୍କୁ ଯୋଗାଯୋଗ କରାଯାଉଛି । ଏହି ରାକେଟରେ ଯେଉଁମାନେ ବି ସାମିଲ ଅଛନ୍ତି, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଯୋଧ୍ୟା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ କହିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ବିହାରର ଅନେକ ପିଲାଙ୍କୁ ବିଭିନ୍ନ ରାଜ୍ୟର ମଦରସାକୁ ପଠାଯାଇଥିବା ଖବର ସାମ୍ନାକୁ ଆସିଛି । ଏଥିମଧ୍ୟରୁ ଉତ୍ତରପ୍ରଦେଶ ରାଜ୍ୟ ଶିଶୁ ଆୟୋଗ ଗୋରଖପୁରରେ ଉଦ୍ଧାର କରିଥିଲା । ତେବେ ଏହାକୁ ନେଇ ଶିଶୁ ଅଧିକାର ସଂରକ୍ଷଣ ଆୟୋଗର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଏକ୍ସରେ ପୋଷ୍ଟ କରି କହିଛନ୍ତି, ‘ଏନସିପିସିଆର ନିର୍ଦ୍ଦେଶରେ ଉତ୍ତରପ୍ରଦେଶ ଶିଶୁ ଆୟୋଗ ସହହାୟତାରେ ଗୋରଖପୁରରେ ବିହାର ଠାରୁ ଅନ୍ୟ ରାଜ୍ୟ ପିଲାଙ୍କୁ ଉଦ୍ଧାର କରାଯାଇଛି । ଭାରତ ସମ୍ବିଧାନର ପ୍ରତ୍ୟେକ ପିଲା ଶିକ୍ଷା ଅଧିକାର ପାଇବା ନିଶ୍ଚିତ ଜରୁରୀ । ପ୍ରତ୍ୟେକ ପିଲା ସ୍କୁଲ ଯିବାକୁ ବାଧ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.