Below header

ପଳାଶୁଣୀ ଛକରେ ଦୁର୍ଘଟଣା: ରାସ୍ତା ପାର ବେଳେ ଘୋଷାଡ଼ି ନେଲା ଟ୍ରକ, ଦମ୍ପତି ମୃତ

ଭୁବନେଶ୍ୱର ପଳାଶୁଣୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା ପାର ହଉଥିବା ବେଳେ ଟ୍ରକ ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡ଼ିଛି । ମହିଳାଙ୍କ ମୃତଦେହ ପଳାଶୁଣୀରେ ପଡ଼ିରହିଥିବା ବେଳେ ପୁରୁଷଙ୍କ ମୃତଦେହ ସତ୍ୟବିହାର ଛକରେ ପଡି ରହିଛି।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ପଳାଶୁଣୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।  ରାସ୍ତା ପାର ହଉଥିବା ବେଳେ ଟ୍ରକ ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ଦମ୍ପତି ବୋଲି ଜଣାପଡିଛି।

ଖବର ଅନୁଯାୟୀ, ପଳାଶୁଣି ଛକ ନିକଟରେ ସ୍ୱାମୀ-ସ୍ତ୍ରୀ ରାସ୍ତା ପାର୍ ହେଉଥିଲେ । ଏହି ସମୟରେ ଏକ ଟ୍ରକ୍ ଆସି ସ୍ୱାମୀ-ସ୍ତ୍ରୀଙ୍କୁ ଧକ୍କା ଦେଇଥିଲା । ଏପିରିକି ଟ୍ରକ ଧକ୍କାରେ ସ୍ତ୍ରୀଙ୍କର ପଳାଶୁଣିଛକ ନିକଟରେ ମୃତ୍ୟୁ ହୋଇଥିବା ବେଳେ  ଉକ୍ତ ଟ୍ରକଟି  ପୁରୁଷଙ୍କୁ ୧ କିଲୋମିଟ ପର୍ଯ୍ୟନ୍ତ ଘୋଷାଡ଼ି ନେଇ ଯାଇଥିଲା ।  ସେପଟେ ଦୁର୍ଘଟଣା ପରେ ମହିଳାଙ୍କ ମୃତଦେହ ପଳାଶୁଣୀରେ ପଡ଼ିରହିଥିବା ବେଳେ ପୁରୁଷଙ୍କ ମୃତଦେହ ସତ୍ୟବିହାର ଛକରେ ପଡି ରହିଛି । ଟ୍ରକ୍ ଟି ଭୁବନେଶ୍ୱରରୁ କଟକ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଦୁଇ ମୃତକଙ୍କ ଘର ସୋନପୁରରେ ବୋଲି ଜଣାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.