Below header

ନାମାଙ୍କନ ଭରିଲେ ଭୁବନେଶ୍ୱର ବିଜେଡ଼ି- ବିଜେପି ଲୋକସଭା ପ୍ରାର୍ଥୀ ମନ୍ମଥ ଓ ଅପରାଜିତା

ଭୁବନେଶ୍ବର ବିଜେଡି ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ମନ୍ମଥ ଓ ଅପରାଜିତା । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି ନୋମିନେସନ। ଏହି ସମୟରେ ଏକ ବିଶାଳ ରୋଡ ଶୋ’ କରିଥିବା ବେଳେ ତାଙ୍କର ହଜାର ହଜାର ସମର୍ଥକ ଏଥିରେ ସାମିଲ ହୋଇଥିଲେ।

ଭୁବନେଶ୍ୱର (କେନ୍ୟୁଜ): ଶଗଡ଼ରେ ଆସି ନାମାଙ୍କନ ଦାଖଲ କଲେ ମନ୍ମଥ ରାଉତରାୟ । ସକାଳୁ ସକାଳୁ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଭୁଙ୍କ ଆଶୀର୍ବାଦ ନେଇ ବାହାରିଥିଲେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ । ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଆସି ଭୁବନେଶ୍ବର ବିଜେଡି ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି ନୋମିନେସନ। ପ୍ରଭୁଙ୍କ ଆଶୀର୍ବାଦ ଓ ମାଆ ବାପାଙ୍କୁ ମୁଣ୍ଡିଆ ମାରି ସକାଳୁ ବାହାରିଥିଲେ। ମୁଁ ପାଇକ ପୁଅ, ଶକ୍ତି ପ୍ରଦର୍ଶନ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ କାର୍ଯ୍ୟକୁ ନେଇ ଓଡ଼ିଆ ଅସ୍ମିତାକୁ ଆଗକୁ ନେବି ବୋଲି କହିଛନ୍ତି ମନ୍ମଥ।

ସେହିପରି ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଆଜି ସକାଳେ ପ୍ରଥମେ ନିଜ ବାସଭବନରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସମର୍ଥକଙ୍କ ସହ ମା’ ଭୁଆଷୁଣି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ ନିଜ ସମର୍ଥକଙ୍କ ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଏକ ଖୋଲା ଜିପ୍‌ରେ ଯାଇଥିଲେ। ଏହି ସମୟରେ ଅପରାଜିତା ଏକ ବିଶାଳ ରୋଡ ଶୋ’ କରିଥିବା ବେଳେ ତାଙ୍କର ହଜାର ହଜାର ସମର୍ଥକ ଏଥିରେ ସାମିଲ ହୋଇଥିଲେ। ଏହାପରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.