Below header

ଦିଲ୍ଲୀ: DPS, ସଂସ୍କୃତି ସ୍କୁଲ ସମେତ ୫୦ରୁ ଅଧିକ ବିଦ୍ୟାଳୟକୁ ବୋମା ଧମକ, ଚାଲିଛି ଛାନ୍‌ଭିନ

ଦିଲ୍ଲୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ୍‌ ଆସିଛି । ଏହି ଇମେଲ୍‌ ମାଧ୍ୟମରେ ସ୍କୁଲରେ ବୋମା ରଖାଯାଇଥିବା କୁହାଯାଇଛି । ଦ୍ୱାରକା ଡିପିଏସ୍‌, ମୟୂର ବିହାରର ମଦର ମେରୀ ସ୍କୁଲ, ନୂଆଦିଲ୍ଲୀର ସଂସ୍କୃତି ସ୍କୁଲ ସମେତ ଦିଲ୍ଲୀର ୫୦ରୁ ଅଧିକ ହାଇ ପ୍ରୋଫାଇଲ୍‌ ବିଦ୍ୟାଳୟକୁ ବୋମା ଧମକ ମିଳିଛି ।

ଦିଲ୍ଲୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ୍‌ ଆସିଛି । ଏହି ଇମେଲ୍‌ ମାଧ୍ୟମରେ ସ୍କୁଲରେ ବୋମା ରଖାଯାଇଥିବା କୁହାଯାଇଛି । ଦ୍ୱାରକା ଡିପିଏସ୍‌, ମୟୂର ବିହାରର ମଦର ମେରୀ ସ୍କୁଲ, ନୂଆଦିଲ୍ଲୀର ସଂସ୍କୃତି ସ୍କୁଲ ସମେତ ଦିଲ୍ଲୀର ୫୦ରୁ ଅଧିକ ହାଇ ପ୍ରୋଫାଇଲ୍‌ ବିଦ୍ୟାଳୟକୁ ବୋମା ଧମକ ମିଳିଛି ।

ଦ୍ୱାରକାର ହାଇ ପ୍ରୋଫାଇଲ୍‌ ଡିପିଏସ୍‌ ସ୍କୁଲରେ ବୋମା ରଖାଯାଇଥିବା ଇମେଲ୍‌ ମାଧ୍ୟମରେ ସୂଚିତ କରାଯାଇଛି । ସକାଳ ୬ଟାରେ ଦମକଳ ବିଭାଗକୁ ଏ ନେଇ ଖବର ଦିଆଯାଇଥିଲା । ଏହାପରେ ଦିଲ୍ଲୀ ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ପୂରା ସ୍କୁଲକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଛି ।

ଏହିପରି ପୂର୍ବ ଦିଲ୍ଲୀର ମୟୂର ବିହାରସ୍ଥିତ ମଦର ମେରୀ ସ୍କୁଲକୁ ମଧ୍ୟ ବୋମା ଧମକ ମିଳିଛି । ଏହି ଧମକପୂର୍ଣ୍ଣ ଇମେଲ୍‌ ଆସିବା ପରେ ପୂରା ସ୍କୁଲକୁ ଖାଲି କରାଯାଇ ଖୋଜାଖୋଜି କରାଯାଉଛି । ଏହା ବ୍ୟତୀତ ନୂଆଦିଲ୍ଲୀର ସଂସ୍କୃତି ସ୍କୁଲକୁ ଇମେଲ୍‌ ଜରିଆରେ ଧମକ ମିଳିଛି । ସ୍କୁଲରେ ବୋମା ରଖାଯାଇଥିବାର ଧମକ ମିଳିବା ପରେ ପୂରା ସ୍କୁଲକୁ ଖାଲି କରାଯାଇଛି ।

କେବଳ ଏହି ସ୍କୁଲଗୁଡ଼ିକ ନୁହେଁ, ବସନ୍ତ କୁଞ୍ଜର ଡିପିଏସ୍‌ ସ୍କୁଲ ଏବଂ ଦକ୍ଷିଣ ପଶ୍ଚିମ ଜିଲ୍ଲାର ଡିଏଭି ସ୍କୁଲକୁ ମଧ୍ୟ ଧମକ ମିଳିଛି । ପୁଷ୍ପ ବିହାରର ଆମିଟି ସ୍କୁଲକୁ ବୁଧବାର ଭୋର୍‌ ୪ଟା ୩୦ ମିନିଟ୍‌ରେ ଏକ ଧମକପୂର୍ଣ୍ଣ ଇମେଲ ଆସିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ବିଦ୍ୟାଳୟରେ ବୋମା ଖଞ୍ଜାଯାଇଛି ।

ଦିଲ୍ଲୀ ପୋଲିସ ସୂତ୍ରରୁ ପ୍ରକାଶ, ବୁଧବାର ସକାଳେ ଦିଲ୍ଲୀର ଅନେକ ବିଦ୍ୟାଳୟକୁ ବୋମା ଧମକପୂର୍ଣ୍ଣ ଇମେଲ ପଠାଯାଇଥିଲା । ଇମେଲର IP ଠିକଣାରୁ ଜଣାପଡ଼ିଛି ଯେ ଏହି ଇମେଲ ଦେଶ ବାହାରୁ କରାଯାଇଛି । ଘଟଣାର ତଦନ୍ତ ଚାଲିଛି ।

ସୂଚନା ଅନୁସାରେ, ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି, ଗତକାଲିଠାରୁ ଏ ପର୍ଯ୍ୟନ୍ତ ଅନେକ ସ୍ଥାନକୁ ଇମେଲ ଆସିଛି । ଏହି ଇମେଲରେ ଡେଟ୍‌ଲାଇନ ନାହିଁ । ସମାନ ଇମେଲକୁ ଏକାଧିକ ସ୍ଥାନକୁ ପଠାଯାଇଛି । ଦିଲ୍ଲୀର ସ୍କୁଲଗୁଡ଼ିକୁ ଏହି ପ୍ରକାରର ଧମକପୂର୍ଣ୍ଣ ଇମେଲ ପ୍ରାୟତଃ ଅନେକ ସମୟରେ ଆସୁଛି । ଗତ ଫେବୃୟାରୀ ମାସରେ ଦିଲ୍ଲୀର ଆର୍‌କେପୁରମ୍‌ସ୍ଥିତ ଡିପିଏସ୍ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଏହିଭଳି ଇମେଲ୍ ମିଳିଥିଲା । ସାକେତର ଆମିଟି ସ୍କୁଲକୁ ମଧ୍ୟ ଇମେଲ ଆସିଥିଲା । ଏହା ମାଧ୍ୟମରେ ସ୍କୁଲରୁ ଟଙ୍କା ମାଗାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.