Below header

ଆଜି ବି ଅସମ୍ଭାଳ-ଅସହ୍ୟ, ସକାଳ ସାଢ଼େ ୮ଟା ସୁଦ୍ଧା ୩୮ ଛୁଇଁଲା ପାରଦ

ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସକାଳ ସାଢ଼େ ୮ ସୁଦ୍ଧା ତାପମାତ୍ରା ୩୮ ଟପିଲା ତାପମାତ୍ରା । ୩୮.୪ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର ପାଲଟିଛି ।

ଭୁବନେଶ୍ୱର (କେନ୍ୟୁଜ): ତାତିରୁ ନିସ୍ତାର ନାହିଁ। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସକାଳ ସାଢ଼େ ୮ ସୁଦ୍ଧା ତାପମାତ୍ରା ୩୮ ଟପିଲା ତାପମାତ୍ରା । ୩୮.୪ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ଭବାନୀପାଟଣାରେ ୩୭.୪, ବାରିପଦାରେ ୩୬.୪, ବଲାଙ୍ଗିରରେ ୩୬.୨, ଟିଟିଲାଗଡ଼ ଓ ବାଲେଶ୍ବରରେ ୩୬, ହୀରାକୁଦ ୩୫.୬ ଡିଗ୍ରୀ, ଝାରସୁଗୁଡ଼ା ଓ କେନ୍ଦୁଝରରେ ୩୫.୪, କଟକ ତାପମାତ୍ରା ୩୫, ସମ୍ବଲପୁର, ମାଲକାନଗିରି, ବୌଦ୍ଧରେ ତାପମାତ୍ରା ୩୫ ଡିଗ୍ରୀ, ଭୁବନେଶ୍ୱରରେ ଓ ସୋନପୁରରେ ୩୪.୮, ରାଉରକେଲାରେ ୩୪.୬ ପାରଦ ରେକର୍ଡ କରାଯାଇଛି।

ଆଜି ମଧ୍ୟ ବି ଅତ୍ୟଧିକ ଗରମରୁ ତ୍ରାହି ମିଳିବ ନାହିଁ । ଅତିଭୀଷଣ ଗ୍ରୀଷ୍ମ ଲହରୀ ନେଇ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ଗ୍ରୀଷ୍ମଲହରୀ ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆଗାମୀ ୪ରୁ ୫ଦିନ ଯାଏ ଅଧିକାଂଶ ସ୍ଥାନର ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୬ ଡିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି । ଆର୍ଦ୍ରତା ପ୍ରଭାବରେ ଗୁଳୁଗୁଳି ଲାଗି ରହିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.