Below header

ଆଜି ରାୟଗଡ଼ା ଆସୁଛନ୍ତି ରାଜନାଥ ସିଂ, ବିଜେପି ପାଇଁ କ୍ୟାମ୍ପେନ କରିବେ ପ୍ରତିରକ୍ଷା ମନ୍ତ୍ରୀ

ଆଜି ରାୟଗଡ଼ାରେ ରାଜନାଥଙ୍କ ପ୍ରଚାର । ବିଜେପି ପାଇଁ କ୍ୟାମ୍ପେନ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କୋରାପୁଟ ଲୋକସଭା ବିଜେପି ପ୍ରାର୍ଥୀ କାଳୀରାମ ମାଝୀ ଓ ଜିଲ୍ଲାର ତିନି ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସହ ଜନ ସମାବେଶରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୩ଟା ୪୦ରେ ରାୟଗଡ଼ା ବାରିଝୁଲା ସ୍ଥିତ ପଡ଼ିଆରେ ଜନସଭାରେ ଯୋଗ ଦେବେ । ସେଠାରେ କୋରାପୁଟ ସାଂସଦ ପ୍ରାର୍ଥୀଙ୍କ ସହ ବିଷମକଟକ ,ଗୁଣପୁର ଓ ରାୟଗଡ଼ା ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।

ରାୟଗଡ଼ା (କେନ୍ୟୁଜ): ଆଜି ରାୟଗଡ଼ାରେ ରାଜନାଥଙ୍କ ପ୍ରଚାର । ବିଜେପି ପାଇଁ କ୍ୟାମ୍ପେନ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କୋରାପୁଟ ଲୋକସଭା ବିଜେପି ପ୍ରାର୍ଥୀ କାଳୀରାମ ମାଝୀ ଓ ଜିଲ୍ଲାର ତିନି ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସହ ଜନ ସମାବେଶରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୩ଟା ୪୦ରେ ରାୟଗଡ଼ା ବାରିଝୁଲା ସ୍ଥିତ ପଡ଼ିଆରେ ଜନସଭାରେ ଯୋଗ ଦେବେ । ସେଠାରେ କୋରାପୁଟ ସାଂସଦ ପ୍ରାର୍ଥୀଙ୍କ ସହ ବିଷମକଟକ ,ଗୁଣପୁର ଓ ରାୟଗଡ଼ା ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଶାଳ ସମାବେଶରେ ପ୍ରାୟ ୩୦ ହଜାର କର୍ମୀ ଓ ଜନ ସାଧାରଣ ଯୋଗଦେବେ ବୋଲି କୁହାଯାଇଛି ।

ସେହିପରି ଭୁବନେଶ୍ବରରେ ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଡ଼ ସୋ’ କରିବେ । ସେଦିନ ସନ୍ଧ୍ୟା ୬ଟାରୁ ଭୁବନେଶ୍ବରରେ ରୋଡ ସୋ’ କରିବେ ପିଏମ ମୋଦି । ମାଷ୍ଟରକ୍ୟାଣ୍ଟିନରୁ ରୋଡ ସୋ’ ବାହାରି ବାଣୀବିହାର ପର୍ଯ୍ୟନ୍ତ ଚାଲିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ସେହିପରି ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ ବିଜେପିର ଆଉ ୨ ବରିଷ୍ଠ ନେତା ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ପୁରୀ ଓ କୃଷ୍ଣପ୍ରସାଦ ସମାବେଶରେ ଯୋଗଦେବେ ଗଡ଼କରୀ। ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ୩ଟି ସ୍ଥାନ ଯଥାକ୍ରମେ ମାଲକାନଗିରି, ଚିତ୍ରକୋଣ୍ଡା, ଖଲ୍ଲିକୋଟରେ ସଭା କରିବେ ବୋଲି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.