Below header

ରାଶିଫଳ: ଆଜି ଆପଣ ନିଜ ବ୍ୟବସାୟକୁ ଆଗକୁ ବଢ଼ାଇବେ

ଆଜି ଭାଇ ଓ ଭଉଣୀଙ୍କ ସହ ସମ୍ପର୍କ ଠିକ୍‌ ରହିବ । କୌଣସି କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟ ଆଗକୁ ବଢାଇବେ ଏବଂ ଆର୍ଥିକ ସ୍ଥିତି ସୁଦୃଢ ରହିବ । ସମସ୍ତଙ୍କ ସହ ମିଳିମିଶି କାର୍ଯ୍ୟ କରିବେ । ଦାନ ଧର୍ମରେ ରୁଚି ରହିବ ।

ମେଷ: ଆଜି ଆପଣଙ୍କ ଆବଶ୍ୟକତା ପୂର୍ଣ୍ଣ ହେବ, ଯାହାଦ୍ୱାରା ଆପଣ ଆଗକୁ ବଢିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରେ । ଭାଇ ଓ ଭଉଣୀଙ୍କ ସମ୍ପର୍କ ଠିକ୍‌ ରହିବ ।

ବୃଷ: ଦିନଟି ଭଲରେ କଟିବ । ବଡ ଲୋକଙ୍କଠାରୁ ସାହାଯ୍ୟ ମିଳିବ । କୌଣସି କାର୍ଯ୍ୟରେ ସଫଳତା ମିଳିବ । ଘର ସଜାଇବାରେ ଧ୍ୟାନ ଦେବେ । ପରିବାରର କୌଣସି ବ୍ୟକ୍ତିଙ୍କୁ ନିଜ ମନ କଥା କହିବା ପାଇଁ ସୁଯୋଗ ମିଳିବ ।

ମିଥୁନ: ଆପଣଙ୍କୁ କୌଣସି କାର୍ଯ୍ୟରେ ସୁବିଧା ସୁଯୋଗ ମିଳିବ । ନୂତନ ପଦବୀ ମିଳିପାରେ । ନୂଆ ସାଙ୍ଗ ଗଢିବେ । ବ୍ୟବସାୟ ଆଗକୁ ବଢାଇବେ ଏବଂ ଆର୍ଥିକ ସ୍ଥିତି ସୁଦୃଢ ରହିବ ।

କର୍କଟ: ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ସୁବିଧା ମିଳିବ । ସମସ୍ତଙ୍କ ସହ ମିଳିମିଶି କାର୍ଯ୍ୟ କରିବେ । ନିଜର ବ୍ୟବହାର ଠିକ୍‌ ରଖିବେ ।

ସିଂହ: ଦିନଟି ଅନୁକୂଳ ରହିବ । ସାଙ୍ଗଙ୍କ ସହ କିଛି ସମୟ କାଟିବେ । ଆର୍ଥିକ ସ୍ଥିତି ଠିକ୍‌ ରହିବ । ବେପାରୀଙ୍କ ପାଇଁ ଦିନଟି ଭଲ । ସେୟାର ମାର୍କେଟରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ।

କନ୍ୟା: ଆଜି ଆପଣଙ୍କୁ ଦେବାନେବା କାମରେ ସାବଧାନ ରହିବାକୁ ପଡିବ । ଦାନଧର୍ମରେ ରୁଚି ରହିବ । ଶୁଭ ଖବର ମିଳିବ । ଖର୍ଚ୍ଚ କମ୍‌ କରିବାକୁ ପଡିବ, ନଚେତ୍‌ ସମସ୍ୟା ହୋଇପାରେ ।

ତୁଳା: ଆଜିର ଦିନଟି ଆପଣଙ୍କ ଭାଗ୍ୟ ଦୃଷ୍ଟିକୋଣରୁ ଉତ୍ତମ ରହିବ । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । କିଛି ନୂଆ ଲୋକଙ୍କ ସହ ଜଡିତ ହେବେ । ଆପଣ ଆଜି ସତ୍ୟ ପଥରେ ଚାଲିବେ ।

ବିଛା: ଆଜି ଆପଣ ଯେକୌଣସି କାମ କରିବେ, ତାହା ଭଲ ହେବ । ଦାୟିତ୍ୱ ପୂରଣ କରିବେ । ଆପଣଙ୍କୁ ଆଶାଠାରୁ ଅଧିକ ଧନ ମିଳିବ । ପରିବାରରେ କଳହ ଦୂର ହେବ ।

ଧନୁ: ଆଜି ପିଲାମାନଙ୍କର କୌଣସି କଥାରେ ଖୁସି ରହିବେ ଏବଂ କିଛି କାମରେ ସଫଳ ହେବେ । ନୃତ୍ୟ କରୁଥିବା ଲୋକଙ୍କୁ ଭଲ ଫଳ ମିଳିବ । କୌଣସି ଶୁଭ କାମରେ ଯୋଗ ଦେବେ । ଭାବିଚିନ୍ତି କାମ କଲେ ଆପଣଙ୍କୁ ଲାଭ ମିଳିବ ।

ମକର: ଆଜି ଘରକୁ ଅତିଥି ଆସିପାରନ୍ତି । ବରିଷ୍ଠ ଲୋକଙ୍କ ସହ ମିଳିମିଶି କାମ କରିବେ । କୌଣସି କାର୍ଯ୍ୟକୁ ନିର୍ଭୟର ସହ ପୂରା କରିବେ । ଛାତ୍ରଛାତ୍ରୀ ପାଠପଢାକୁ ନେଇ ଗୁରୁଜନଙ୍କ ସହ କଥା ହେବେ ।

କୁମ୍ଭ: ଆଜି ଆପଣଙ୍କୁ କୌଣସି ପ୍ରକାର ବିବାଦରୁ ଦୂରେଇ ରହିବାକୁ ପଡିବ । ପ୍ରତିଯୋଗିତାରେ ଭଲ ଫଳ ମିଳିବ । କିଛି କାମ ପୂରା କରିବାକୁ ଚେଷ୍ଟା କରିବେ । ନିଜ କାମ ଦ୍ୱାରା ଉଚ୍ଚ ଅଧିକାରୀଙ୍କ ମନ ଜିତିବେ ।

ମୀନ: ଦିନଟି ଠିକ୍‌ ଠାକ ରହିବ । ବ୍ୟବସାୟର କିଛି ନୂଆ ଉପାୟ ଭାବିବେ । ଅର୍ଥ ପାଇଁ ଅଳ୍ପ ଚିନ୍ତିତ ରହିବେ । କୌଣସି ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଠିକ୍‌ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.