Below header

ବଦଳିଲା ପାଗ, କମିଲା ତାପମାତ୍ରା : ଘଡ଼ଘଡ଼ି ଓ ବର୍ଷା ନେଇ ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଅସହ୍ୟ ତାତିରେ ଲୋକ ତ୍ରାହି ତ୍ରାହି ଡାକୁଥିବା ବେଳେ ଆଜି ହଠାତ ପାଗରେ ପରିବର୍ତ୍ତନ ହେବାସହ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । କମିଲା ତାପମାତ୍ରା, ତାତିରୁ ମିଳିଲା ତ୍ରାହି । କାଳବୈଶାଖୀ ପ୍ରଭାବରେ ଗତକାଲି ଠାରୁ ଉପକୂଳ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି । ଆଜି ବିଜୁଳି ଘଡ଼ଘଡ଼ି ଓ ବର୍ଷା ନେଇ ୭ ଜିଲ୍ଲା ଓ ଆସନ୍ତାକାଲି ୬ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ଅସହ୍ୟ ତାତିରେ ଲୋକ ତ୍ରାହି ତ୍ରାହି ଡାକୁଥିବା ବେଳେ ଆଜି ହଠାତ ପାଗରେ ପରିବର୍ତ୍ତନ ହେବାସହ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।  କମିଲା ତାପମାତ୍ରା, ତାତିରୁ ମିଳିଲା ତ୍ରାହି । କାଳବୈଶାଖୀ ପ୍ରଭାବରେ ଗତକାଲି ଠାରୁ ଉପକୂଳ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି ।

ଆଗାମୀ ୨ରୁ ୩ଦିନ ଯାଏ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।  କାଳବୈଶାଖୀ ବର୍ଷା ପ୍ରଭାବରେ ଦିନର ତାପମାତ୍ରା ଆଗାମୀ ୨ଦିନ ଯାଏ ସ୍ବାଭାବିକ ଠାରୁ ୫ରୁ ୬ଡିଗ୍ରୀ ହ୍ରାସ ପାଇବ ।   ଆଜି ବିଜୁଳି ଘଡ଼ଘଡ଼ି ଓ ବର୍ଷା ନେଇ ୭ ଜିଲ୍ଲା ଓ ଆସନ୍ତାକାଲି ୬ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି  । ଏହି ସମୟ ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିବା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ଉତ୍ତର ଓଡ଼ିଶା ଉପକୂଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.