Below header

ଫିଲ୍ମ ‘ରାମାୟଣ’ରେ ରାବଣ ଭୂମିକାରେ ନଜର ଆସିବେ ସୁପରଷ୍ଟାର ୟଶ, ବଢେଇବେ ୧୫ କିଲୋ ଓଜନ

ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ରାମାୟଣ'ରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । କିନ୍ତୁ ବର୍ତ୍ତମାନର ସୂଚନା ଅନୁସାରେ, ଏହି ଫିଲ୍ମରେ କନ୍ନଡ ସୁପରଷ୍ଟାର ୟଶଙ୍କୁ ରାବଣ ଭୂମିକାରେ ଅଭିନୟ କରିବାକୁ ପ୍ରାୟ ୧୫ କିଲୋ ଅଧିକ ଓଜନ ବଢାଇବାକୁ ପଡିବ । ଏହା ସହ ଅଭିନେତା ମଧ୍ୟ ତାଙ୍କ ଚରିତ୍ର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରୀରେ ଅନେକ ଦିନ ହେବ ଫିଲ୍ମ ରାମାୟଣକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରାମାୟଣ’ରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । କିନ୍ତୁ ବର୍ତ୍ତମାନର ସୂଚନା ଅନୁସାରେ, ଏହି ଫିଲ୍ମରେ କନ୍ନଡ ସୁପରଷ୍ଟାର ୟଶଙ୍କୁ ରାବଣ ଭୂମିକାରେ ଅଭିନୟ କରିବାକୁ ପ୍ରାୟ ୧୫ କିଲୋ ଅଧିକ ଓଜନ ବଢାଇବାକୁ ପଡିବ । ଏହା ସହ ଅଭିନେତା ମଧ୍ୟ ତାଙ୍କ ଚରିତ୍ର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହା ବ୍ୟତୀତ ଅଭିନେତା ତାଙ୍କର ବର୍ତ୍ତମାନର ପ୍ରୋଜେକ୍ଟ ‘ଟକ୍ସିକ୍’ ଶେଷ କରିବା ପରେ ଫିଲ୍ମର ସୁଟିଂ ଆରମ୍ଭ କରିବେ । ୟଶ ଏହି ଫିଲ୍ମରେ ସମ୍ପୂର୍ଣ୍ଣ ଭିନ୍ନ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି ।

ଫିଲ୍ମ ‘ରାମାୟଣ’ର ସୁଟିଂ ଏପ୍ରିଲରୁ ଆରମ୍ଭ ହୋଇଛି ଏବଂ ବର୍ତ୍ତମାନ ମୁମ୍ବାଇରେ ଚାଲିଛି । ଭେଟେରାନ ସାଉଥ୍‌ ଅଭିନେତ୍ରୀ ସାଇ ପଲ୍ଲଭୀ ମାତା ସୀତାଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ ବଲିଉଡ ଅଭିନେତା ସନ୍ନି ଦେଓଲ ପ୍ରଭୁ ହନୁମାନଙ୍କ ଭୂମିକାରେ ଅଭିନୟ କରିବେ । କିନ୍ତୁ ଏହାକୁ ନେଇ କୌଣସି ପ୍ରକାରର ସଠିକ ଖବର ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।

ବ୍ଲକ ବଷ୍ଟର ଫିଲ୍ମ ‘ଆନିମଲ’ ପରେ ରଣବୀର କପୁର ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’ର ଚରିତ୍ରରେ ଅଭିନୟ କରିବା ପାଇଁ ବହୁତ ପରିଶ୍ରମ କରୁଛନ୍ତି । ଯେଉଁଥିରେ ସେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିବେ । ଅଭିନେତା ଏହି ଫିଲ୍ମ ପାଇଁ ନିଜ ବଡ଼ି ଟ୍ରାନ୍ସଫରମେସନ୍‌ କରିଛନ୍ତି । ଏହା ସହ ଏପରି ମଧ୍ୟ ଖବର ରହିଛି ଯେ, ଯେତେବେଳେ ଫିଲ୍ମର ସୁଟିଂ ହେବ, ରଣବୀର ମଦ୍ୟପାନ କରିବା ଏବଂ ମାଂସ ଖାଇବା ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବେ । ଏହି ସବୁ ଜିନିଷ ବ୍ୟତୀତ ଆହୁରି ଅନେକ କଥାର ତାଙ୍କୁ ଧ୍ୟାନ ଦେବାକୁ ପଡିବ । ତେବେ ପ୍ରଭୁ ରାମଙ୍କ ଚରିତ୍ରରେ ଫିଟ୍‌ ହେବା ପାଇଁ ରଣବୀରଙ୍କୁ ଏପରି ଅନେକ କାମ କରିବାକୁ ପଡିବ ।

ରଣବୀରଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ରଣବୀର କପୁରଙ୍କୁ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଫିଲ୍ମ ‘ଆନିମଲ’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ରଣବୀର କପୁରଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା ଏବଂ ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ବହୁତ ଭଲ କଲେକ୍ସନ୍‌ କରିଥିଲା । କିନ୍ତୁ ରଣବୀର ଫିଲ୍ମ ରାମାୟଣ ପାଇଁ କଡା ଟ୍ରେନିଂ ନେଉଛନ୍ତି । ବର୍ତ୍ତମାନ ତାଙ୍କର ଫିଟନେସ୍‌ର ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ସହ ତାଙ୍କୁ ଏହି ଟ୍ରାନ୍ସଫରମେସନ୍‌ କରିବାକୁ ପ୍ରାୟ ୩ ବର୍ଷରୁ ଅଧିକ ପରିଶ୍ରମ କରିବାକୁ ପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.