Below header

ପ୍ରଚଣ୍ଡ ଖରା, ଜଳୁଛି ସାରା ଓଡ଼ିଶା: ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ । ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ। ୪୧.୪ ଡିଗ୍ରୀ ସେଲସିୟସରେ ଜଳୁଛି ସହର । ୪୦ ଡିଗ୍ରୀ ଉପରେ ରହୁଛି ୫ ସହରର ତାପମାତ୍ରା ।

ଭୁବନେଶ୍ୱର (କେନ୍ୟୁଜ): ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ। ୪୧.୪ ଡିଗ୍ରୀ ସେଲସିୟସରେ ଜଳୁଛି ସହର । ୪୦ ଡିଗ୍ରୀ ଉପରେ ରହୁଛି ୫ ସହରର ତାପମାତ୍ରା । ଭୁବନେଶ୍ବରରେ ୪୧.୨, କେନ୍ଦୁଝରରେ ୪୦.୬, ବାଲେଶ୍ବରରେ ୪୦.୧ ଓ ସମ୍ବଲପୁରରେ ୪୦ ଡିଗ୍ରୀ ପାରଦ ରେକର୍ଡ କରାଯାଇଛି । ଆଗାମୀ ୪ ଦିନ ଯାଏଁ ହିଟୱେଭ ସ୍ଥିତି ରହିବ । ୨ ଦିନ ମଧ୍ୟରେ ରାଜ୍ୟରେ ତାତି ଆଉ ୨ ଡିଗ୍ରୀ ଯାଏ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ତୁଳନାରେ ୪.୬ ଡିଗ୍ରୀ ଉପରେ ରହିବ । ଫଳରେ ପ୍ରବଳ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ। କିଛି ସ୍ଥାନରେ ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ୨ ମେ’ ଯାଏ ଏଭଳି ସ୍ଥିତି ରହିବା ସମ୍ଭାବନା ରହିଛି । କିଛି ସ୍ଥାନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ହିଟୱେଭକୁ ଗୁରୁତର ସହ ନେବାକୁ ଅପିଲ୍ କରିଛି ପାଣିପାଗ ବିଭାଗ । ମେ’ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କଲବଲ କରିବ ତାତି । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.