Below header

କେବେ ଲଞ୍ଚ ହେବ Creta EV ? Hyundai ନେଲା ବଡ଼ ପଦକ୍ଷେପ

ଗ୍ଲୋବାଲ୍‌ ମାର୍କେଟରେ ବିକ୍ରି ହେଉଥିବା କୋନା ଇଭିର ଇଲେକ୍ଟ୍ରିକ୍ ମୋଟର ଏହି ନୂଆ କ୍ରେଟା ଇଭିରେ ବ୍ୟବହାର ହୋଇପାରେ । କୋନା ଇଭିର ଫ୍ରଣ୍ଟ ଏକ୍ସଏଲରେ ଗୋଟିଏ ମୋଟର ଲଗାଯାଇଛି । ଏହି ମୋଟର ୧୩୮ bhp ପାଓ୍ଵାର ଏବଂ 255Nm ଟର୍କ ଜେନେରେଟ୍‌ କରେ ।

ଭାରତରେ Hyundaiର ସବୁଠାରୁ ଅଧିକ ବିକ୍ରି ହେଉଥିବା କାର କ୍ରେଟା ବର୍ତ୍ତମାନ ଇଲେକ୍ଟ୍ରିକ୍‌ ଭର୍ସନରେ ଆସିବା ପାଇଁ ପ୍ରସ୍ତୁତ ହେଉଛି । ଚେନ୍ନାଇରେ ଥିବା ଏହି କମ୍ପାନୀର ପ୍ଲାଣ୍ଟରେ ଡିସେମ୍ବର ୨୦୨୪ରୁ କ୍ରେଟାର ଇଲେକ୍ଟ୍ରିକ୍‌ ଭର୍ସନର ପ୍ରଡକ୍ସନ ଆରମ୍ଭ ହୋଇପାରେ । ଏହା Hyundaiର ଭାରତରେ ପ୍ରଥମ ଇଲେକ୍ଟ୍ରିକ୍‌ କାର ହେବ, ଯାହା ଭାରତରେ ହିଁ ପ୍ରଡକ୍ସନ ହେବ ।

Hyundai କ୍ରେଟା ଇଲେକ୍ଟ୍ରିକ୍ କାର୍‌ ଲଞ୍ଚ ହେବାର ଅଫିସିଆଲ୍ ତାରିଖ ଏପର୍ଯ୍ୟନ୍ତ ଜଣାପଡିନାହିଁ, କିନ୍ତୁ ଆଶା କରାଯାଉଛି ଯେ ଏହି ଇଭି ୨୦୨୫ ର ପ୍ରଥମ ତିନି ମାସରେ ଲଞ୍ଚ ହୋଇପାରିବ। ରିପୋର୍ଟ ଅନୁଯାୟୀ Hyundai ଘୋଷଣା କରିଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ଏହାର ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଇଭି ପ୍ରଡକ୍ସନ ଆରମ୍ଭ କରିବ । ନିକଟରେ ଆରମ୍ଭ ହୋଇଥିବା କ୍ରେଟା ଫେସେଲିଫ୍ଟକୁ ନେଇ କ୍ରେଟା ଇଭି ବେସଡ୍‌ ହୋଇପାରେ । ସୂଚନା ଥାଉ କି eVX ଦୁଇଟି ବ୍ୟାଟେରୀ ପ୍ୟାକ୍ ଅପ୍ସନ ସହିତ ଆସିପାରେ – ୪୮kWh ଏବଂ ୬୦ kWh ।

ଗ୍ଲୋବାଲ୍‌ ମାର୍କେଟରେ ବିକ୍ରି ହେଉଥିବା କୋନା ଇଭିର ଇଲେକ୍ଟ୍ରିକ୍ ମୋଟର ଏହି ନୂଆ କ୍ରେଟା ଇଭିରେ ବ୍ୟବହାର ହୋଇପାରେ । କୋନା ଇଭିର ଫ୍ରଣ୍ଟ ଏକ୍ସଏଲରେ ଗୋଟିଏ ମୋଟର ଲଗାଯାଇଛି । ଏହି ମୋଟର ୧୩୮ bhp ପାଓ୍ଵାର ଏବଂ 255Nm ଟର୍କ ଜେନେରେଟ୍‌ କରେ ।

ଏହା ବ୍ୟତୀତ Hyundai କିଛି ମାସ ମଧ୍ୟରେ ଅପଡେଟ୍ ହୋଇଥିବା Alcazar ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି ଗାଡିରେ ଅଧିକ ପରିବର୍ତ୍ତନ ଆଶା କରାଯାଉ ନାହିଁ । ନୂଆ ମଡେଲରେ ADAS ଟେକ୍ନୋଲୋଜି, ପାନୋରାମିକ୍ ସନରୁଫ୍, ଡୁଆଲ୍ ଜୋନ୍ କ୍ଲାଇମେଟ୍‌ କଣ୍ଟ୍ରୋଲ , ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍, ଡୁଆଲ୍ ସ୍କ୍ରିନ୍ ସେଟଅପ୍ ଭଳି ଅନେକ ଫିଚର ମିଳିପାରିବ । ଏସୟୁଭିରେ ନୂଆ ଇଣ୍ଟେରିୟର ଥିମ୍‌ ମିଳିବ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.