Below header

ପରୀକ୍ଷା ଖାତାରେ ‘ଜୟ ଶ୍ରୀରାମ’ ଲେଖି ପାସ୍ ହୋଇଥିଲେ ଛାତ୍ର, ଧରାପଡିବା ପରେ ବହିଷ୍କୃତ ହେଲେ ପ୍ରଫେସର

ଉତ୍ତରପ୍ରଦେଶ ଜୌନପୁରର ବୀରବାହାଦୂର ସିଂ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟରେ ଏମିତି ଏକ ଘଟଣା ଘଟିଛି ଯାହା ଏବେ ସବୁଠି ଚର୍ଚ୍ଚାରେ । ଏହି  ବିଶ୍ୱବିଦ୍ୟାଳୟର ୨ ଜଣ ପ୍ରଫେସରଙ୍କୁ  ବହିଷ୍କୃତ କରାଯାଇଛି ।

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଜୌନପୁରର ବୀରବାହାଦୂର ସିଂ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟରେ ଏମିତି ଏକ ଘଟଣା ଘଟିଛି ଯାହା ଏବେ ସବୁଠି ଚର୍ଚ୍ଚାରେ । ଏହି  ବିଶ୍ୱବିଦ୍ୟାଳୟର ୨ ଜଣ ପ୍ରଫେସରଙ୍କୁ  ବହିଷ୍କୃତ କରାଯାଇଛି । ବହିଷ୍କୃତ ହେବାର କାରଣ ହେଉଛି କି,  ଉତ୍ତର ଖାତାରେ ଗ୍ରେଡିଂକୁ ନେଇ ଅନିୟମିତତା କରିଥିବାରୁ ଏମାନଙ୍କୁ ବହିଷ୍କୃତ କରାଯାଇଛି । ଏହି ପ୍ରଫେସରମାନେ ଉତ୍ତର ବଦଳରେ ଜୟ ଶ୍ରୀ ରାମ, କ୍ରିକେଟରଙ୍କ ନାମ ଏବଂ ଅନ୍ୟାନ୍ୟ ଅପ୍ରାସଙ୍ଗିକ ବିଷୟବସ୍ତୁ ଲେଖିଥିବା ଡି ଫାର୍ମାର ଛାତ୍ରମାନଙ୍କୁ ମାର୍କ ଦେଇଥିବା ଅଭିଯୋଗ ହୋଇଥିଲା ।

ରିପୋର୍ଟ ଅନୁଯାୟୀ , ଦୁଇ ଜଣ ଛାତ୍ର ନେତା ଉଦ୍ଦେଶ୍ୟ ଏବଂ ଦିବ୍ୟାଂଶୁ ସିଂ ଆରଟିଆଇ ଦାଖଲ କରିବା ପରେ ପ୍ରଫେସରମାନେ ଛାତ୍ରମାନଙ୍କଠାରୁ ଲାଞ୍ଚ ନେଇ ସେମାନଙ୍କୁ ପାସ୍ କରିଥିବା ଘଟଣା ସାମ୍ନାକୁ ଆସିଥିଲା । ସେମାନେ ଡି ଫାର୍ମା ପାଠ୍ୟକ୍ରମର ପ୍ରାୟ ୧୮ ଜଣ ଛାତ୍ରଙ୍କ ରୋଲ୍ ନମ୍ବରକୁ ପୁନଃ ମୂଲ୍ୟାଙ୍କନ କରିବାକୁ ଅନୁରୋଧ କରିଥିଲେ । ଏଥିସହ ସେମାନେ ରାଜଭବନରେ ଯାଇ ଅଭିଯୋଗ କରିବା ସହ ଏକ ଆଫିଡେଭିଟ୍ ସଂଲଗ୍ନ କରି ପ୍ରଦାନ କରିଥିଲେ ।

ପରବର୍ତ୍ତୀ ସମୟରେ, ରାଜଭବନ ପକ୍ଷରୁ ୨୧ ଡିସେମ୍ବର ୨୦୨୩ ରେ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ବିଶ୍ୱବିଦ୍ୟାଳୟ ପ୍ରଶାସନ ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିଥିଲେ । ଯେତେବେଳେ ଉତ୍ତର ଖାତା ଗୁଡିକ ବାହାର ପ୍ରଫେସରମାନଙ୍କ ଦ୍ୱାରା ପୁନଃ ମୂଲ୍ୟାଙ୍କନ କରାଯାଇଥିଲା ସବୁ ଘଟଣା ପଦାରେ ପଡିଥିଲା । ଛାତ୍ରମାନଙ୍କୁ ଦିଆଯାଇଥିବା ପୂର୍ବ ମାର୍କ ଏବଂ ଏବେକାର ନୂଆ ମାର୍କ ମଧ୍ୟରେ ଆକାଶ ପାତାଳର ତଫାତ୍ ଆସିଥିଲା ।

ଯେଉଁଠାରେ ପୂର୍ବରୁ ପ୍ରଫେସରମାନେ ୫୨ ଏବଂ ୩୪ ମାର୍କ ପ୍ରଦାନ କରିଥିଲେ, ସେଠାରେ ଏବେ ବାହାର ପ୍ରଫେସରମାନେ କେବଳ ଶୂନ ଏବଂ ଚାରି ମାର୍କ ଦେଇଥିଲେ । ଏହି ଘଟଣାର ଜବାବରେ କୁଳପତି ବନ୍ଦନା ସିଂ ଦୁଇ ପ୍ରଫେସର ବିନୟ ବର୍ମା ଏବଂ ଆଶିଷ ଗୁପ୍ତାଙ୍କୁ ବହିଷ୍କୃତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.