Below header

ଦ୍ୱିତୀୟ ଥର ବାପା ହେଲେ କୃଣାଲ ପାଣ୍ଡ୍ୟା, ଖୁସି ଖବର ସହିତ ନାମ ମଧ୍ୟ ଜଣାଇଲେ

କୃଣାଲ ପାଣ୍ଡ୍ୟା ଦ୍ୱିତୀୟ ଥର ବାପା ହୋଇଛନ୍ତି । କୃଣାଲଙ୍କ ପତ୍ନୀ ପଙ୍ଖୁଡି ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । କୃଣାଲ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି । କୃଣାଲ ମଧ୍ୟ ପିଲାର ନାମ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

ଲକ୍ଷ୍ନୌ ସୁପରଜିଆଣ୍ଟସର ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ଦ୍ୱିତୀୟ ଥର ବାପା ହୋଇଛନ୍ତି । କୃଣାଲଙ୍କ ପତ୍ନୀ ପଙ୍ଖୁଡି ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । କୃଣାଲ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି । କୃଣାଲ ମଧ୍ୟ ପିଲାର ନାମ ଫ୍ୟାନ୍ସଙ୍କୁ ଜଣାଇଛନ୍ତି । କୃଣାଲ ଏବେ ଲକ୍ଷ୍ନୌ ସୁପରଜିଆଣ୍ଟସ ଟିମ ତରଫରୁ ଆଇପିଏଲ ଖେଳୁଛନ୍ତି ।

କୃଣାଲ ସୋସିଆଲ ମିଡିଆର ଅଫିସିଆଲ x ରେ ଫଟୋ ପୋଷ୍ଟ କରି ସେୟାର କରିଛନ୍ତି । ଫଟୋରେ କୃଣାଲଙ୍କ ପତ୍ନୀ ପଙ୍ଖୁଡି ଏବଂ ବଡ ପୁଅ କବିର ନଜର ଆସିଛନ୍ତି । ଆଉ ଏକ ଫଟୋରେ କୃଣାଲଙ୍କ ପତ୍ନୀ ପୁଅକୁ କୋଳରେ ଧରିଛନ୍ତି । ଏହି ସମୟରେ ପିଲାର ନାମ ମଧ୍ୟ ଖୁଲାସା ହୋଇଛି । କୃଣାଲ ତାଙ୍କ ସାନ ପୁଅର ନାମ ବାୟୁ ରଖିଛନ୍ତି । କୃଣାଲ ଫଟୋ କ୍ୟାପସନରେ ଲେଖିଛନ୍ତି, ବାୟୁ କଲ୍ୟାଣ ପାଣ୍ଡ୍ୟା ୨୧.୦୪.୨୪ ।


ସୂଚନାଯୋଗ୍ୟ, କୃଣାଲ ପାଣ୍ଡ୍ୟା ଏବଂ ପଙ୍ଖୁଡି ୨୭ ଡିସେମ୍ବର ୨୦୨୧୭ରେ ବିବାହ କରିଥିଲେ । ବିବାହର ୫ ବର୍ଷ ପରେ ପ୍ରଥମ ଥର ବାପା ହୋଇଥିଲେ କୃଣାଲ । ଏବେ ପୁଣି ଆଉ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି ହାର୍ଦ୍ଦିକଙ୍କ ଭାଉଜ ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ ସାବତ ଭାଇ ବୈଭବଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା । ମୁମ୍ବାଇ ପୋଲିସର ଇକୋନୋମିକ ଅଫିସ ଓ୍ଵିଙ୍ଗ ଠକେଇ ମାମଲାରେ ୩ ବର୍ଷ ପୁରୁଣା ମାମଲାରେ ଗିରଫ କରିଥିଲା । ର୍ଦ୍ଦିକ ଏବଂ କ୍ରୁଣାଲ ପାଣ୍ଡ୍ୟାଙ୍କ ସାବତ ଭାଇ ବୈଭବ ପାଣ୍ଡ୍ୟାଙ୍କୁ ଏହି ମାମଲାରେ ଗିରଫ କରିଛି । ୨୦୨୧ରେ ପାଣ୍ଡ୍ୟା ବ୍ରଦର୍ସ ସହିତ ମିଶି ବୈଭବ ପଲିମର ବିଜନେସ ନାମରେ ଏକ କମ୍ପାନୀ ଆରମ୍ଭ କରିଥିଲା । ଏହି କମ୍ପାନୀରେ ହାର୍ଦ୍ଦିକ ଏବଂ କ୍ରୁନାଲଙ୍କ ୪୦-୪୦ ପ୍ରତିତ ଏବଂ ବୈଭବଙ୍କ ୨୦ ପ୍ରତିଶତ ଅଂଶଧନ ଥିଲା । ପାର୍ଟନରସିପ ସର୍ତ୍ତ ଅନୁଯାୟୀ, କମ୍ପାନୀରୁ ହେଉଥିବା ଲାଭ ମଧ୍ୟ ଏହି ଅନୁପାତରେ ୩ ଭାଗରେ ବଣ୍ଟାଯିବ । କିନ୍ତୁ ବୈଭବ କମ୍ପାନୀର ଲାଭକୁ ପାଣ୍ଡ୍ୟା ବ୍ରଦର୍ସ ଦେବା ପରିବର୍ତ୍ତେ ଅନ୍ୟ ଏକ କମ୍ପାନୀ ତିଆରି କରି ସେଠାକୁ ଲାଭ ପଇସା ଟ୍ରାନ୍ସଫର କରୁଥିଲେ । ଏହି ଯୋଗୁଁ ପାଣ୍ଡ୍ୟା ବ୍ରଦର୍ସଙ୍କୁ ପାଖାପାଖି ୪.୩ କୋଟି ଟଙ୍କାର କ୍ଷତି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.