Below header

ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡରୁ ପୁରୀ ପଠାଗଲା ରଥକାଠ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ପୁରୀ ପଠାଗଲା ରଥକାଠ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ, ଗଂଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡରୁ ଚଳିତବର୍ଷ ପୁଣିଥରେ ପଠାଗଲା ରଥକାଠ ।

ଭଂଜନଗର(କେନ୍ୟୁଜ୍): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ପୁରୀ ପଠାଗଲା ରଥକାଠ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ, ଗଂଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡରୁ ଚଳିତବର୍ଷ ପୁଣିଥରେ ପଠାଗଲା ରଥକାଠ । ଏହି ବନଖଣ୍ଡର ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ବାଇବାଲି ଜଙ୍ଗଲରୁ ପ୍ରଥମ ପର୍ଯ୍ୟାୟରେ ଟ୍ରକ୍ ଯୋଗେ ପଠାଗଲା, ୪୦ ଫୁଟ ଲମ୍ବର ୨୫ ଖଣ୍ଡ “ଧଉରା” କାଠ । ଯିବା ରାସ୍ତାରେ ବିଭିନ୍ନ ଗାଁରେ ଅପେକ୍ଷା କରିଥିବା ଶହ ଶହ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ, ଘଣ୍ଟ-ମୃଦଙ୍ଗ ବଜାଇ ରଥକାଠକୁ ପୂଜାର୍ଚ୍ଚନା କରିଥିଲେ ।

ବାଇବାଲି ଗାଁରୁ ଭଂଜନଗର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଜୟ ଜଗନ୍ନାଥ ଧ୍ବନିରେ, ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ମହାପ୍ରଭୁଙ୍କ ରଥ ନିର୍ମାଣ ସକାଶେ ବନବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ରଥକାଠ ପାଇଁ, ବନ କର୍ମଚାରୀ ଏବଂ ସ୍ଥାନୀୟ ଅଞ୍ଚଳବାସୀ ନିଜକୁ ଭାଗ୍ୟବାନ ମନେ କରିଥିଲେ ।

ଶ୍ରୀମନ୍ଦିରର ଏକ ଟିମ୍ ପ୍ରଥମେ ଆସି ଘୁମୁସର ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ଗଛ ଚିହ୍ନଟ କରିଥିଲେ । ବିଶେଷକରି ୧୦୮ ଟି ଅସନ, ଧଉରା, ଫାସି ଓ ଶିମିଳି ଗଛ ଚିହ୍ନଟ ହୋଇଛି । ଅନ୍ୟ ସମସ୍ତ କାଠ ପର୍ଯ୍ୟାୟକ୍ରମେ ପଠାଯିବ ବୋଲି, ବନଖଣ୍ଡ ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.