Below header

ପାକିସ୍ତାନରେ ବଡ଼ ଦୁର୍ଘଟଣା, ଖାଇକୁ ଖସିପଡ଼ିଲା ବସ୍‌; ୨୦ ଯାତ୍ରୀ ମୃତ

ପାକିସ୍ତାନରେ ଘଟିଛି ଏକ ବଡ଼ ଦୁର୍ଘଟଣା । ଉତ୍ତର-ପଶ୍ଚିମ ପାକିସ୍ତାନରେ ଏକ ଯାତ୍ରୀବାହୀ ବସ୍‌ ଗଭୀର ଖାଇକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ପାଖାପାଖି ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଅଧିକାରୀ ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣା ଗିଲଗିଟ-ବାଲ୍ଟିସ୍ତାନର ଡାଏମେର ଜିଲ୍ଲାର କାରାକୋରମ୍‌ ରାଜପଥରେ ଘଟିଛି ।

ପାକିସ୍ତାନରେ ଘଟିଛି ଏକ ବଡ଼ ଦୁର୍ଘଟଣା । ଉତ୍ତର-ପଶ୍ଚିମ ପାକିସ୍ତାନରେ ଶୁକ୍ରବାର ଏକ ଯାତ୍ରୀବାହୀ ବସ୍‌ ଗଭୀର ଖାଇକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ପାଖାପାଖି ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଅଧିକାରୀ ସୂତ୍ରରୁ ଜଣାପଡ଼ିଛି । ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସୂଚନା ମୁତାବକ, ଏହି ଘଟଣା ଗିଲଗିଟ-ବାଲ୍ଟିସ୍ତାନର ଡାଏମେର ଜିଲ୍ଲାର କାରାକୋରମ୍‌ ରାଜପଥରେ ଘଟିଛି ।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହତ ଏବଂ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ସେନାର ହେଲିକାପ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି । ଏହି ଦୁର୍ଘଟଣା ଶୁକ୍ରବାର ସକାଳ ପ୍ରାୟ ୫ଟା ୩୦ ମିନିଟ୍‌ରେ ଘଟିଥିବା କୁହାଯାଉଛି ।

ଅଧିକାରୀ କହିଛନ୍ତି ଯେ ବସ୍‌ରେ କେତେ ଯାତ୍ରୀ ଥିଲେ, ତାହା ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣାରେ ଆହତ ୧୫ ଜଣଙ୍କୁ ଚିଲାସର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ତେବେ ଅନେକ ଆହତ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ଥିବା କୁହାଯାଉଛି ।

ବସ୍‌ଟି ରାଓଲପିଣ୍ଡିରୁ ହୁଞ୍ଜା ଯାଉଥିବା ବେଳେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା । ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିବାରୁ ବସ୍‌ଟି ଏକ ଗଭୀର ଖାଇକୁ ଖସିପଡ଼ିଥିଲା ।

ଗିଲଗିଟ-ବାଲ୍ଟିସ୍ତାନର ମୁଖ୍ୟମନ୍ତ୍ରୀ ହାଜି ଗୁଲବାର ଖାନ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ନିଜର ସମବେଦନା ବ୍ୟକ୍ତ କରିଛନ୍ତି । ସେ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଗୃହମନ୍ତ୍ରୀ ମୋହସିନ ନକଭି ମଧ୍ୟ ଏହି ଘଟଣାରେ ଶୋକବ୍ୟକ୍ତ କରି ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଗିଲଗିଟ-ବାଲ୍ଟିସ୍ତାନ ସରକାରଙ୍କ ପ୍ରବକ୍ତା ଫୈଜୁଲ୍ଲାହ ଫରାକ କହିଛନ୍ତି ଯେ ଦୁର୍ଘଟଣା ପରେ ଚିଲାସ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.