Below header

ପ୍ରସ୍ତୁତ ହେଉଛି ସାମସଙ୍ଗ୍‌, ଏହି ଦିନ ଲଞ୍ଚ କରିବ ନୂଆ ଫୋଲଡେବଲ୍ ସ୍ମାର୍ଟଫୋନ୍

ରିପୋର୍ଟ ଅନୁଯାୟୀ ସାମସଙ୍ଗର ଏହି ଅପକମିଂ ଇଭେଣ୍ଟ ଜୁଲାଇ ୧୦ ରେ ଆୟୋଜିତ ହେବ । ଚଳିତ ବର୍ଷ ପ୍ୟାରିସରେ ସାମସଙ୍ଗ ଏହି କାର୍ଯ୍ୟକ୍ରମ ଆୟୋଜିତ କରିବ । ସୂଚନା ଥାଉ କି ଚଳିତ ବର୍ଷ ଅଲିମ୍ପିକ୍ ଗେମ୍ସ ପ୍ୟାରିସରେ ହିଁ ଆୟୋଜିତ ହେଉଛି ।

ସାମସଙ୍ଗ ଖୁବ୍ ଶୀଘ୍ର ଏହାର ପରବର୍ତ୍ତୀ ଫୋଲଡେବଲ୍ ସ୍ମାର୍ଟଫୋନ୍ ଲଞ୍ଚ କରିବ। ସାଉଥ କୋରିଆନ୍‌ କମ୍ପାନୀର ଏହି ଫୋଲଡେବଲ୍ ସ୍ମାର୍ଟଫୋନ୍ ଗାଲାକ୍ସି S24 ସିରିଜ୍ ପରି AI ଫିଚର ଦ୍ୱାରା ଲ୍ୟାସ ହେବ । ବର୍ତ୍ତମାନ ସାମସଙ୍ଗର Galaxy Unpacked ଇଭେଣ୍ଟର ତାରିଖ ଲିକ୍ ହୋଇଛି । ସାମସଙ୍ଗର ଏହି ମେଗା ଲଞ୍ଚ ଇଭେଣ୍ଟ ଜୁଲାଇରେ ଆୟୋଜିତ ହେବ । ଏହି ଇଭେଣ୍ଟରେ Galaxy Z Fold 6 ଏବଂ Galaxy Z Flip 6 ସହିତ Galaxy Ring ସର୍ବଭାରତୀୟ ସ୍ତରରେ ଲଞ୍ଚ ହୋଇପାରିବ ।

ରିପୋର୍ଟ ଅନୁଯାୟୀ ସାମସଙ୍ଗର ଏହି ଅପକମିଂ ଇଭେଣ୍ଟ ଜୁଲାଇ ୧୦ ରେ ଆୟୋଜିତ ହେବ । ଚଳିତ ବର୍ଷ ପ୍ୟାରିସରେ ସାମସଙ୍ଗ ଏହି କାର୍ଯ୍ୟକ୍ରମ ଆୟୋଜିତ କରିବ । ସୂଚନା ଥାଉ କି ଚଳିତ ବର୍ଷ ଅଲିମ୍ପିକ୍ ଗେମ୍ସ ପ୍ୟାରିସରେ ହିଁ ଆୟୋଜିତ ହେଉଛି । ୨୬ ଜୁଲାଇରେ ଦୁନିଆର ସବୁଠୁ ବଡ ସ୍ପୋର୍ଟ୍ସ ଇଭେଣ୍ଟ ଆୟୋଜିତ ହେବ । ଏହି ଅବସରରେ ସାମସଙ୍ଗ ନିଜର ଆଗାମୀ ଫୋଲଡେବଲ୍ ଫୋନରେ ଏକ ନୂଆ ମଡେଲ୍ ମଧ୍ୟ ଲଞ୍ଚ କରିବ ବୋଲି କୁହାଯାଉଛି ।

ରିପୋର୍ଟ ଅନୁଯାୟୀ କମ୍ପାନୀ ଚଳିତ ବର୍ଷ Galaxy Z Fold 6 Ultra ଲଞ୍ଚ କରିପାରିବ। ଷ୍ଟାଣ୍ଡାର୍ଡ ମଡେଲ ତୁଳନାରେ ଏହି ଫୋନ୍ ଅପଗ୍ରେଡେଡ୍ ହାର୍ଡୱେର୍ ସହିତ ଆସିପାରେ । ଏହି ଫୋନ୍ କେବଳ କିଛି ଦେଶରେ ହିଁ ଲଞ୍ଚ ହେବ ।

ସାମସଙ୍ଗର ଏହି ମେଗା ଲଞ୍ଚ ଇଭେଣ୍ଟରେ Galaxy Watch 7 ସିରିଜ୍ ମଧ୍ୟ ଲଞ୍ଚ ହେବ । ଏହା ବ୍ୟତୀତ Samsung Galaxy Tab 10 ସିରିଜ୍ ମଧ୍ୟ ଲଞ୍ଚ ହେବ । କେବଳ ଏତିକି ନୁହେଁ ସାମସଙ୍ଗର ଏକ୍ସଟେଣ୍ଡେଡ୍‌ ଭର୍ଚୁଆଲ୍ ରିଆଲିଟି ହେଡସେଟ୍ (XR) ରୁ ମଧ୍ୟ ପରଦା ହଟା ଯାଇପାରିବ । ଚଳିତ ବର୍ଷ ଆରମ୍ଭରେ ଅନୁଷ୍ଠିତ ହୋଇଥିବା Galaxy Unpacked ଇଭେଣ୍ଟରେ କମ୍ପାନୀ ପ୍ରଥମ ଥର ପାଇଁ Galaxy AI ଦ୍ୱାରା ଲ୍ୟାସ୍‌ ହୋଇଥିବା ପ୍ରିମିୟମ୍ ସ୍ମାର୍ଟଫୋନ୍ ସିରିଜ୍ ଆଣିଥିଲା । ରିପୋର୍ଟ ଅନୁଯାୟୀ ସାମସଙ୍ଗ ଏହାର ଫ୍ଲାଗସିପ୍ ଫୋଲଡେବଲ୍ ସ୍ମାର୍ଟଫୋନ୍ ସିରିଜରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଫିଚର ମଧ୍ୟ ଯୋଡ଼ିବ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.