Below header

କଂଗ୍ରେସକୁ ବଡ ଝଟକା, ଟିକେଟ ଫେରାଇଲେ ସାଂସଦ ସୁଚରିତା ମହାନ୍ତି

ଟିକେଟ୍ ଫେରାଇ ଦେଲେ କଂଗ୍ରେସ ସାଂସଦ ପ୍ରାର୍ଥୀ । ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ପ୍ରାର୍ଥିତ୍ବରୁ ଓହରି ଯାଇଛନ୍ତି । ସେ ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କ ନିକଟକୁ ଏ ନେଇ ଇ-ମେଲ୍ କରି ଜଣାଇଥିବା ସୂଚନା ଦେଇଛନ୍ତି । ଦଳ ପାଣ୍ଠି ନଦେବାରୁ ଟିକେଟ ଫେରାଇଥିବା ଜଣାଇଲେ। ବିନା ଫଣ୍ଡିରେ ନିର୍ବାଚନ ଲଢିବା ସହଜ ନୁହେଁ।

ପୁରୀ (କେନ୍ୟୁଜ): ଟିକେଟ୍ ଫେରାଇ ଦେଲେ କଂଗ୍ରେସ ସାଂସଦ ପ୍ରାର୍ଥୀ । ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ପ୍ରାର୍ଥିତ୍ବରୁ ଓହରି ଯାଇଛନ୍ତି । ସେ ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କ ନିକଟକୁ ଏ ନେଇ ଇ-ମେଲ୍ କରି ଜଣାଇଥିବା ସୂଚନା ଦେଇଛନ୍ତି । ଦଳ ପାଣ୍ଠି ନଦେବାରୁ ଟିକେଟ ଫେରାଇଥିବା ଜଣାଇଲେ। ବିନା ଫଣ୍ଡିରେ ନିର୍ବାଚନ ଲଢିବା ସହଜ ନୁହେଁ।

ତେବେ ପୁରୀରେ ମେ ୨୫ ତାରିଖରେ ଭୋଟିଂ ହେବ। ଏଥିପାଇଁ ନାମାଙ୍କନ ଭରିବାକୁ ଆଉ ମାତ୍ର ୨, ୩ ଦିନ ରହିଲା । ଏହା ଭିତରେ ସୁଚରିତା ଟିକେଟ୍ ଫେରାଇବା ପରେ ଏହି ଆସନରୁ କଂଗ୍ରେସ ପୁଣି କାହାକୁ ପ୍ରାର୍ଥୀ କରିବ ବୋଲି ଦ୍ୱନ୍ଦ୍ୱ ଉପୁଜୁଛି। ତେବେ ଏହି ଆସନରେ ଦଳ ଜିଲ୍ଲା ସଭାପତିଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ ସୁଚରିତା ମହାନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜମୋହନ ମହାନ୍ତିଙ୍କ କନ୍ୟା । ବ୍ରଜ ମୋହନ ମହାନ୍ତି ପୁରୀରୁ ୧୯୮୦ ଓ ୧୯୮୪ ରେ ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସୁଚରିତା ଗତ ୨୦୧୪ ନିର୍ବାଚନରେ କଂଗ୍ରେସରୁ ପୁରୀ ଲୋକସଭା ପାଇଁ ପ୍ରାର୍ଥୀ ହୋଇ ଦ୍ଵିତୀୟ ସ୍ଥାନରେ ରହିଥିଲେ । ୨୦୧୪ ନିର୍ବାଚନରେ ସେ ପ୍ରାୟ ୨ ଲକ୍ଷ ୫୯ ହଜାର ଭୋଟ ପାଇଥିଲେ ମଧ୍ୟ ବିଜେଡିର ପିନାକୀ ମିଶ୍ରଙ୍କ ଠାରୁ ପ୍ରାୟ ୨ ଲକ୍ଷ ୬୩ ହଜାର ଭୋଟରେ ହାରିଯାଇଥିଲେ । ୨୦୧୯ ରେ ତାଙ୍କୁ କଂଗ୍ରେସ ଟିକେଟ ମିଳିନଥିଲା । ୨୦୧୯ ରେ ସୁଚରିତାଙ୍କୁ ବଦଳାଇ ସତ୍ୟପ୍ରକାଶ ନାୟକଙ୍କୁ ଦଳ ଟିକେଟ ଦେଇଥିଲା, ସେ ମାତ୍ର ୪୪ ହଜାର ଭୋଟ ପାଇ ଅମାନତ ହରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.