Below header

ଦୀର୍ଘ ବର୍ଷର ଅପେକ୍ଷା ପରେ ଏବେ ଚୁମୁକିକୁ ମିଳିଲା ନ୍ୟାୟ, ଜେଲ୍ ରେ କଟିବ ଗୁଡୁର ଦିନ

କଥାରେ ଅଛି ଭଗବାନଙ୍କ ଘରେ ଡେରି ହୋଇପାରେ, ହେଲେ କେବେ ଅନ୍ଧାର ନଥାଏ । ଯୁଗେ ଯୁଗେ କଥା ରହିଆସିଛି ଯିଏ ଅନ୍ୟାୟ କରିଛି ଭଗବାନ୍ ତାକୁ କେବେବି କ୍ଷମା କରିବେନାହିଁ । ଆଜି ନହେଲେ କାଲି କେବେ ତ ତା ଅପରାଧର ବିଚାର ହେବ । ଦୋଷୀ ନିଶ୍ଚିତ ଦଣ୍ଡ ପାଇବ ।

ଯାଜପୁର(କେନ୍ୟୁଜ): କଥାରେ ଅଛି ଭଗବାନଙ୍କ ଘରେ ଡେରି ହୋଇପାରେ, ହେଲେ କେବେ ଅନ୍ଧାର ନଥାଏ । ଯୁଗେ ଯୁଗେ କଥା ରହିଆସିଛି ଯିଏ ଅନ୍ୟାୟ କରିଛି ଭଗବାନ୍ ତାକୁ କେବେବି କ୍ଷମା କରିବେନାହିଁ । ଆଜି ନହେଲେ କାଲି କେବେ ତ ତା ଅପରାଧର ବିଚାର ହେବ । ଦୋଷୀ ନିଶ୍ଚିତ ଦଣ୍ଡ ପାଇବ । ଯାହାର ବି ସମସ୍ୟା ଥାଉନା ନା କାହିଁକି କାହାର ଜୀବନ ନେବାଠାରୁ ବଡ ଅପରାଧ କିଛି ବି ହୋଇନପାରେ । ଠିକ୍ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ।

ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅଞ୍ଚଳର ବହୁ ଚର୍ଚ୍ଚିତ ଚୁମୁକି ହତ୍ୟା ମାମଲାର ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଦୀର୍ଘ ୧୩ବର୍ଷ ଧରି ପୋଲିସ ଆଖିରେ ଧୂଳି ଦେଇ ବୁଲୁଥିବା ଏହି ହତ୍ୟାକାରୀ । ଯାହାକୁ ସ୍ୱତନ୍ତ୍ର ପୋଲିସ୍ ଟିମ୍ କଟକରୁ ଗିରଫ କରିଥିବା ଜଣାପଡିଛି ।

କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ନିଜ ନାକୁ ପରିବର୍ତ୍ତନ କରି ଅଭିଯୁକ୍ତ ଜଣକ ପରିବାର ସହ ରହୁଥିଲା । ଗିରଫ ଅଭିଯୁକ୍ତ ବ୍ରହ୍ମବରଦା ଅଞ୍ଚଳର ସେକ ମଞ୍ଜୁର ଅଲ୍ଲୀ ଓରଫ ଗୁଡୁ। ସୂଚନା ମୁତାବକ, ବ୍ରହ୍ମବରଦା ଅଞ୍ଚଳରେ ଜାହାରା ବିବି ଓ ତାଙ୍କ ୨୨ବର୍ଷୀୟ ଝିଅ ଚୁମକି ରହୁଥିଲେ । ଖୁବ୍ ହସ ଖୁସିରେ କଟୁଥିଲା ସେମାନଙ୍କ ଜୀବନ । ହେଲେ କଣ ହେଲା କେଜାଣି ହଠାତ୍ ସେମାନଙ୍କ ଜୀବନରେ ମାଡି ଆସିଲା ଦୁଃଖର କଳାବାଦଲ ।

୨୦୧୧ ମସିହାରେ ପୂର୍ବରୁ ପରଚିତ ଥିବା ଗୁଡୁ କୌଣସି କାରଣକୁ ନେଇଥିଲା ଏକ ନିନ୍ଦନୀୟ ପଦକ୍ଷପ । ରାଗରେ ଜର୍ଜରିତ ହୋଇ ଚୁମକି ଉପରେ ଏସିଡ ପକାଇବା ସହ ତାଙ୍କ ମା ଜାହାରାଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେଇ ଘଟଣାସ୍ଥଳରୁ ତୁରନ୍ତ କେଉଁଆଡେ ଫେରାର ହୋଇଯାଇଥିଲା ।

ତେବେ ଏହି ଘଟଣାରେ ଚୁମକିଙ୍କର ଜୀବନ ଚାଲି ଯାଇଥିଲା । ପୋଲିସ୍ ଏନେଇ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିଲା । ତେବେ ଦୀର୍ଘ ୧୩ବର୍ଷ ପରେ ଅଭିଯୁକ୍ତ ଗୁଡୁକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍ । ଦୀର୍ଘ ଦିନର ଅପେକ୍ଷା ପରେ ଏବେ ଚୁମୁକିକୁ ମିଳିଲା ନ୍ୟାୟ, ଜେଲ୍ ରେ କଟିବ ଗୁଡୁର ଦିନ ।

ତେବେ ଆମେ ସଭିଏଁ ଜାଣିଛନ୍ତି ରାଗ ବ୍ରହ୍ମ ଚଣ୍ଡାଳ । ମଣିଷ ରାଗରେ ବେଳେବେଳେ କଣ ଯେ କରିବସେ ସେ ନିଜେ ମଧ୍ୟ ଜାଣିନଥାଏ । ହେଲେ ଯେତେବେଳେ ସେ ପୂର୍ବ ଅବସ୍ଥାକୁ ଫେରେ ସେତେବେଳକୁ ସବୁ ସରିସାରିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.