Below header

ଏହି ୪ଟି ଜିନିଷରେ ଘରେ ତିଆରି କରନ୍ତୁ କାଜଲ, ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ

ବଜାରରେ ମିଳୁଥିବା ଅଧିକାଂଶ କାଜଲରେ ଅନେକ କେମିକାଲ ଅଛି ଯାହା ଆମ ଆଖିକୁ କ୍ଷତି ପହଞ୍ଚାଏ । ଯେଉଁଥିପାଇଁ ଲୋକଙ୍କ ଆଖିରେ କୁଣ୍ଡେଇ ହୁଏ ଏବଂ ପୋଡିବା ଭଳି ସମସ୍ୟା ଦେଖାଦେଇଥାଏ । ଯେଉଁଥିପାଇଁ ମହିଳାଙ୍କ ଆଖି ଲାଲ ମଧ୍ୟ ଦେଖାଯାଏ । ଅନେକ ଥର ଏହି କାରଣରୁ ଆଖିରେ ଆଲର୍ଜି ସମସ୍ୟା ମଧ୍ୟ ଦେଖାଯାଏ । ଏପରି ପରିସ୍ଥିତିରେ ଯଦି ଆପଣ ଏହି ସମସ୍ୟାରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ତେବେ ଆପଣ ଘରେ କାଜଲ ତିଆରି କରି ବ୍ୟବହାର କରିପାରିବେ ।

ଆଜିକାଲି ମହିଳାମାନେ ନିଜକୁ ସୁନ୍ଦର କରି ସଜାଇବା ପାଇଁ ଅନେକ ପ୍ରକାରର ଜିନିଷ ବ୍ୟବହାର କରୁଛନ୍ତି । ଯାହାକୁ ଆମେ ମେକ୍‌ଅପ୍‌ ବୋଲି ମଧ୍ୟ କହିଥାଉ । ତେବେ ଆପଣ ନିଜ ଆଖି ସୁନ୍ଦର ଦେଖାଯିବା ପାଇଁ ନିଶ୍ଚତ ଭାବେ କାଜଲ ଲଗାଉଥିବେ । ମହିଳାମାନେ କାଜଲ ବହୁତ ପୂର୍ବ କାଳରୁ ଲଗାଇଥାନ୍ତି । ସେଥିପାଇଁ ପ୍ରାୟ ପ୍ରତ୍ୟେକ ମହିଳା ଏହାକୁ ଲଗାଇବାକୁ ପସନ୍ଦ କରନ୍ତି । ଏପରି ମଧ୍ୟ ବିଶ୍ୱାସ କରାଯାଏ ଯେ କାଜଲ ଲଗାଇବା ଦ୍ୱାରା ନଜର ମଧ୍ୟ ଲାଗିନଥାଏ । ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଆଖିରେ କାଜଲ ଲଗାଇବା ଦ୍ୱାରା ଆଖିକୁ ବଡ଼ ଏବଂ ସୁନ୍ଦର ଦେଖାଯାଏ । ଏପରି ଭାବେ ଅଧିକାଂଶ ଲୋକ କାଜଲ ବ୍ୟବହାର କରନ୍ତି ।

କିନ୍ତୁ ଆପଣ ଜାଣନ୍ତି କି ବଜାରରେ ମିଳୁଥିବା ଅଧିକାଂଶ କାଜଲରେ ଅନେକ କେମିକାଲ ଅଛି ଯାହା ଆମ ଆଖିକୁ କ୍ଷତି ପହଞ୍ଚାଏ । ଯେଉଁଥିପାଇଁ ଲୋକଙ୍କ ଆଖିରେ କୁଣ୍ଡେଇ ହୁଏ ଏବଂ ପୋଡିବା ଭଳି ସମସ୍ୟା ଦେଖାଦେଇଥାଏ । ଯେଉଁଥିପାଇଁ ମହିଳାଙ୍କ ଆଖି ଲାଲ ମଧ୍ୟ ଦେଖାଯାଏ । ଅନେକ ଥର ଏହି କାରଣରୁ ଆଖିରେ ଆଲର୍ଜି ସମସ୍ୟା ମଧ୍ୟ ଦେଖାଯାଏ । ଏପରି ପରିସ୍ଥିତିରେ ଯଦି ଆପଣ ଏହି ସମସ୍ୟାରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ତେବେ ଆପଣ ଘରେ କାଜଲ ତିଆରି କରି ବ୍ୟବହାର କରିପାରିବେ । ଘରେ କାଜଲ ତିଆରି କରିବା ବହୁତ ସହଜ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଘରେ କାଜଲ କିପରି ପ୍ରସ୍ତୁତ କରିବା ।

ତେବେ କାଜଲ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଏହି ସବୁ ଉପାଦାନ ଆବଶ୍ୟକ ହେବ । ଯେପରି ୪ ଟି ବାଦାମ, ୨ ଚାମଚ ପାନମଧୁରୀ, ୨ ଚାମଚ ଘିଅ ଏବଂ ନଡ଼ିଆ ତେଲର କିଛି ବୁନ୍ଦା । ଏହି ସବୁ ଜିନିଷ ନେଇ ଆପଣ ଘରେ କାଜଲ ତିଆରି କରିପାରିବେ ।

ଜାଣନ୍ତୁ ଘରେ କିପରି କାଜଲ ତିଆରି କରିବେ :
ଘରେ କାଜଲ ତିଆରି କରିବା ପାଇଁ ପ୍ରଥମେ ପାନମଧୁରୀ ଏବଂ ଗୁଣ୍ଡ କରିଥିବା ବାଦାମକୁ ଏକ ତୁଳାରେ ଗୁଡାଇ ରଖନ୍ତୁ ଏବଂ ପରେ ସେହି ତୁଳାକୁ ବଳିତା ଆକାରର କରିଦିଅନ୍ତୁ । ଏବେ ଏକ ଦୀପରେ ୨ ଚାମଚ ଘିଅ ଦେଇ, ସେଥିରେ ସେହି ବଳିତାକୁ ରଖନ୍ତୁ । ଏହା ପରେ ଦୀପକୁ ଜାଳନ୍ତୁ ଏବଂ ତାଉପରେ ଏକ ଥାଳି ରଖନ୍ତୁ । ଏପରି ସେହି ଥାଳି ରଖନ୍ତୁ ଯେପରି ଦୀପଟି ଲିଭିବ ନାହିଁ । ଏହା ପରେ ଯେତେବେଳେ ଦୀପରୁ ଘିଆ ସରିଯିବ, ସେତେବେଳେ ଥାଳିକୁ ବୁଲାଇ ଦିଅନ୍ତୁ । ପରେ ଏଥିରେ ଲାଗିଥିବା କଳାକୁ ଭଲଭାବେ ବାହାର କରି ଏକ ଡବାରେ ରଖିଦିଅନ୍ତୁ । ଏହା ପରେ ସେହି କଳାରେ କିଛି ବୁନ୍ଦା ନଡ଼ିଆ ତେଲକୁ ଭଲ ଭାବରେ ମିଶାନ୍ତୁ । ଏପରି ଭାବେ ଆପଣ ଘରେ ତିଆରି କାଜଲ ପ୍ରସ୍ତୁତ କରିପାରିବେ । ଆପଣ ଏହାକୁ ବ୍ୟବହାର କରିବା ଦ୍ୱାରା ଆଖିରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.