Below header

ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ବିଜେପି ଫୋକସରେ କଳାହାଣ୍ଡି ଜିଲ୍ଲା ସଂସଦୀୟ କ୍ଷେତ୍ର  l ପ୍ରତିରକ୍ଷା ମନ୍ତ୍ରୀ ଆଜି ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ପହଞ୍ଚି ଥିଲେ କିନ୍ତୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ତାଙ୍କ ଉଦବୋଧନ ଶୁଣିବା ପାଇଁ ନେତା ଏବଂ କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଥିଲା l

କଳାହାଣ୍ଡି : ବିଜେପି ଫୋକସରେ କଳାହାଣ୍ଡି ଜିଲ୍ଲା ସଂସଦୀୟ କ୍ଷେତ୍ର  l ପ୍ରତିରକ୍ଷା ମନ୍ତ୍ରୀ ଆଜି ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ପହଞ୍ଚି ଥିଲେ କିନ୍ତୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ତାଙ୍କ ଉଦବୋଧନ ଶୁଣିବା ପାଇଁ ନେତା ଏବଂ କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଥିଲା l

ଭବାନୀପାଟଣାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ମାନନୀୟ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ  ରାଜନାଥ ସିଂ ଜୀ ଯୋଗଦେଇ ଓଡିଶାବାସୀଙ୍କୁ  ବିଜେପି ଦଳର ସଂକଳ୍ପ ଓ ନରେନ୍ଦ୍ର ମୋଦିଜୀଙ୍କ ଗ୍ୟାରେଣ୍ଟି ସମ୍ବନ୍ଧରେ ଅବଗତ କରାଇଲେ l

ଏହି ଅବସରରେ ମାନନୀୟ ମନ୍ତ୍ରୀ ଆଗାମୀ ଦିନରେ ଓଡ଼ିଶାରେ କିପରି ଡବଲ ଇଞ୍ଜିନ ସରକାର ତଥା ମୋଦୀ ସରକାର ଆସିବ ଏବଂ ବିକାଶର ଗତିକୁ ତ୍ୱରାନ୍ୱିତ କରିବ ସେ ସମ୍ବନ୍ଧରେ ଉଦବୋଧନ ଦେଇ କାର୍ଯ୍ୟ କର୍ତ୍ତାମାନଙ୍କର ଉତ୍ସାହ ବର୍ଦ୍ଧକ କରିଥିଲେ  l  ଏହି ବିଜୟ ସଂକଳ୍ପ ସମାବେଶରେ କଳାହାଣ୍ଡି ସାଂସଦ ପ୍ରାର୍ଥୀନୀ ମାଲବିକା ଦେଓ ଏବଂ ସମସ୍ତ ବିଧାୟକ ପ୍ରାର୍ଥୀ ଉପସ୍ଥିତ ଥିଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.