Below header

ହାରି ନାହାନ୍ତି ୭୮ ବର୍ଷିୟା ବୃଦ୍ଧା: ରୋଜଗାର ପାଇଁ ଧାଇଁ ଆସିଛନ୍ତି ତାମିଲନାଡୁ ରୁ ଲମତାପୁଟ

ବୟସ ୭୮ ଛୁଇଁଲାଣି । ମୁଣ୍ଡର ଚୁଟି ସବୁ ଧଳା ହୋଇ ଯାଇଛି । ଅଣ୍ଟାରେ ଅସ୍ତ୍ରପ୍ରଚାର ହେବାର ବହୁ ବର୍ଷ ବିତିଗଲାଣି । ସେଥିପାଇଁ ଅଣ୍ଟାରେ ଲାଗିଛି ବେଲ୍ଟ । ସିଧା ହୋଇ ଠିଆ ହୋଇ ପାରୁ ନାହାନ୍ତି । ତଥାପି ଟାଇଁ ଟାଇଁ ଖରାରେ ବିକ୍ରି କରୁଛନ୍ତି ଗଞ୍ଜି ।

ଲମତାପୁଟ(କେନ୍ୟୁଜ): ବୟସ ୭୮ ଛୁଇଁଲାଣି । ମୁଣ୍ଡର ଚୁଟି ସବୁ ଧଳା ହୋଇଯାଇଛି । ଅଣ୍ଟାରେ ଅସ୍ତ୍ରପ୍ରଚାର ହେବାର ବହୁ ବର୍ଷ ବିତିଗଲାଣି । ସେଥିପାଇଁ ଅଣ୍ଟାରେ ଲାଗିଛି ବେଲ୍ଟ । ସିଧା ହୋଇ ଠିଆ ହୋଇ ପାରୁ ନାହାନ୍ତି । ତଥାପି ଟାଇଁ ଟାଇଁ ଖରାରେ ବିକ୍ରି କରୁଛନ୍ତି ଗଞ୍ଜି । ଲମତାପୁଟକୁ ପ୍ରତ୍ୟକ ବର୍ଷ ଗଞ୍ଜି ବିକ୍ରି କରିବାକୁ ଚାଲିଆସନ୍ତି ଏହି ବୃଦ୍ଧା । ପ୍ରତ୍ୟକ ଗ୍ରୀଷ୍ମ ଋତୁ ଆସିଲେ ୭୮ ବର୍ଷର ଏହି ବୃଦ୍ଧା କିଛି ଗଞ୍ଜି ଧରି ବିକ୍ରି କରିବା ପାଇଁ ଏଠାକୁ ଚାଲି ଆସନ୍ତି ।

ଦୀର୍ଘ ୧୦ ବର୍ଷ ହେଲାଣି ସେ ଲମତାପୁଟକୁ ଆସି ବ୍ୟବସାୟ କରୁଛନ୍ତି । ଓଡିଆ ଭାଷା ଜାଣନ୍ତି ନାହିଁ । ତାମିଲ ଏବଂ ତେଲୁଗୁ ଭାଷାରେ କଥା ହୁଅନ୍ତି । ସଭିଁଏ ଡାକନ୍ତି କଣ୍ଡା ମା’ । ସୁଲଭ ମୂଲ୍ୟରେ ସେ ଗଞ୍ଜି ବିକ୍ରି କରି କିଛି ଟଙ୍କା ଆୟ କରିଥାନ୍ତି । ତେବେ ନିଜ ବିକ୍ରି ବଟା ସାରିବା ପରେ ସେ ପୁଣି ଫେରି ଯାଆନ୍ତି ନିଜ ଗାଁକୁ । କିନ୍ତୁ ପରିଣତ ବୟସରେ ସେ ହାର ମାନି ନାହାନ୍ତି । ନିଜ ଗୁଜୁରାଣ ନିଜେ ମେଣ୍ଟାଇଥାନ୍ତି ।

ତାଙ୍କର ଗୋଟିଏ ବୋଲି ପୁଅ । ଯାହାକୁ ସେ ବହୁ କଷ୍ଟରେ ବଡ କରିଛନ୍ତି । ସେ ବି ବିଭନ୍ନ ସ୍ଥାନକୁ ଯାଇ ଗଞ୍ଜି ବିକ୍ରି କରିଥାନ୍ତି । ତେବେ ସଂଘର୍ଷ ମୟ ଜୀବନ ହୋଇଥିଲେ ମଧ୍ୟ ବେଶ୍ ଖୁସିରେ ସେ ଏହି ବ୍ୟବସାୟ କରି ନିଜ ପେଟ ପାଟଣା ପାଇଁ କିଛି ଟଙ୍କା ଯୋଗାଡ କରିପାରୁଛନ୍ତି ।

ଅଞ୍ଚଳବାସୀ କହିଛନ୍ତି କଣ୍ଡା ମା’ଙ୍କୁ ଦୀର୍ଘ ଦଶ ବର୍ଷ ହେଲାଣି ସେମାନେ ଦେଖି ଆସୁଛନ୍ତି । ତାଙ୍କରି ସଂଘର୍ଷ ଅନ୍ୟଙ୍କ ପାଇଁ ପ୍ରେରଣା । ପରିଣତ ବୟସରେ ସେ ହାରମାନି ନଥିବା ବେଳେ ଆଜି ବି ଏଠାକୁ ଗଞ୍ଜି ଆଣି ବିକ୍ରି କରି ଦୁଇପଇସା ରୋଜଗାର କରି ନିଜ ଘର ଚଳାଉଛନ୍ତି ।

ତେବେ ତାମିଲନାଡୁରୁ ଲମତାପୁଟ ଆସି ଏଠାରେ ସପ୍ତାହେ ରହି ଏହି ମୁଣ୍ଡଫଟା ଖରାରେ ବ୍ୟବସାୟ କରି ପ୍ରତ୍ୟକ ବର୍ଷ ଫେରିଯାଇଥାନ୍ତି କଣ୍ଡା ମା’ । ସତରେ ତାଙ୍କର ଏହି ଦୃଢ଼ ମନବଳ ଅନ୍ୟଙ୍କ ପାଇଁ ପ୍ରେରଣା ପାଲଟିବ ନିଶ୍ଚୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.