Below header

ଆପ୍‌ ବିଧାୟକ ଅମାନତୁଲ୍ଲାଙ୍କୁ ଆଶ୍ୱସ୍ତି, ଦିଲ୍ଲୀ ଓ୍ଵାକଫ ବୋର୍ଡ ମନି ଲଣ୍ଡରିଂ ମାମଲାରେ ମିଳିଲା ଜାମିନ

ଆପ୍ ନେତା ଅମାନତୁଲ୍ଲା ଖାନଙ୍କୁ ଜାମିନ ମିଳିଛି । ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଅମାନତୁଲ୍ଲାଙ୍କୁ ୧୫,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି । ଇଡିର ବାରମ୍ବାର ସମନ ପରେ ମଧ୍ୟ ଏହି ଆପ୍ ବିଧାୟକ ହାଜର ହେଉନଥିଲେ ।

ଦିଲ୍ଲୀ ୱାକଫ ବୋର୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଥିବା ଆପ୍ ନେତା ଅମାନତୁଲ୍ଲା ଖାନଙ୍କୁ ଜାମିନ ମିଳିଛି । ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଅମାନତୁଲ୍ଲାଙ୍କୁ ୧୫,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି । ଇଡିର ବାରମ୍ବାର ସମନ ପରେ ମଧ୍ୟ ଏହି ଆପ୍ ବିଧାୟକ ହାଜର ହେଉନଥିଲେ । ଏହାପରେ କୋର୍ଟରେ ଏନେଇ ଏକ ଅଭିଯୋଗ ହୋଇଥିଲା । ପରେ କୋର୍ଟ ତାଙ୍କୁ ହାଜର ହେବାକୁ ସମନ କରିଥିଲେ ।

ବିଧାୟକଙ୍କୁ କୋର୍ଟରେ ହାଜର ହେବାକୁ ପଡିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ପାଳନ କରି ଆଜି ଆପ୍ ନେତା ହାଜର ହୋଇଥିଲେ । ଏହାପରେ ତାଙ୍କୁ ଜାମିନ ମିଳିଥିଲା ।

ନିକଟରେ ଦିଲ୍ଲୀ ୱାକଫ ବୋର୍ଡରେ ନିଯୁକ୍ତି ଓ ସମ୍ପତ୍ତି ଅନିୟମିତତା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଆପ୍ ବିଧାୟକଙ୍କୁ ୬ ଥର ସମନ କରିଥିଲା । କିନ୍ତୁ ସେ ହାଜର ହୋଇନଥିଲେ । ଏହାପରେ ଏପ୍ରିଲ ୧୮ ତାରିଖରେ ହାଇକୋର୍ଟ ତାଙ୍କୁ ତଦନ୍ତରେ ସାମିଲ ହେବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆପ୍ ବିଧାୟକ ଇଡି କାର୍ଯ୍ୟାୟଳରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ୧୨ ଘଣ୍ଟା ଧରି ପଚରାଉଚରା କରାଯାଇ ତାଙ୍କ ବୟାନ ରେକର୍ଡ କରାଯାଇଥିଲା ।

ସୂଚନାଯୋଗ୍ୟ, ବିଧାୟକ ଅମାନତୁଲ୍ଲା ଖାନ ମାମଲାରେ ଇଡି ଚଢାଉ କରିଛି । ଇଡିର ଅଭିଯୋଗ ଅନୁଯାୟୀ, ୨୦୧୮ରୁ ୨୦୨୨ ଭିତରେ ଦିଲ୍ଲୀ ଓ୍ୱାକଫ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ଅମାନୁତୁଲ୍ଲା ଖାନ ବେଆଇନ ନିଯୁକ୍ତି ମାଧ୍ୟମରେ ବିପୁଳ ଟଙ୍କା ସଂଗ୍ରହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.