Below header

ବ୍ରାଜିଲ : ତିନି ମହଲା ହୋଟେଲରେ ଲାଗିଲା ନିଆଁ, ୧୦ ମୃତ, ୧୧ ଆହତ

ଦକ୍ଷିଣ ବ୍ରାଜିଲର ପୋର୍ଟୋ ଏଲେଗ୍ରେ ସହରରେ ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡରେ ଅତିକମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ତିନି ମହଲା ବିଶିଷ୍ଟ ବିଲିଡିଂରେ ନିଆଁ ଲାଗିବା ଖବର ମିଳିବା ଫଳରେ ଘଟଣା ସ୍ଥଳରେ ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ଦକ୍ଷିଣ ବ୍ରାଜିଲର ପୋର୍ଟୋ ଏଲେଗ୍ରେ ସହରରେ ଥିବା ଏକ ଛୋଟ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଅତିକମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ତିନି ମହଲା ବିଶିଷ୍ଟ ବିଲିଡିଂରେ ନିଆଁ ଲାଗିବା ଖବର ମିଳିବା ଫଳରେ ଘଟଣା ସ୍ଥଳରେ ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ଘଟଣାରେ ୧୦ ଜଣଙ୍କ ଜୀବନ ଚାଲିଯାଇଥିଲା ।

ଏହି ଘଟଣାରେ ବର୍ତ୍ତିଯାଇଥିବା ୫୬ ବର୍ଷୀୟ ବ୍ୟକ୍ତି କହିଛନ୍ତି, ନିଆଁ ଲାଗିବା ସମୟରେ ସେ ହୋଟେଲରୁ ଦୌଡି ପଳାଇଥିଲେ । କିନ୍ତୁ ତୃତୀୟ ମହଲାରେ ତାଙ୍କ ଭଉଣୀ ନିଆଁ କବଳରେ ରହିଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।

ପୋର୍ଟୋ ଏଲେଗ୍ରେ ମେୟର ସେବାଷ୍ଟିଆଓ ମେଲୋ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ତାଙ୍କ ପ୍ରଶାସନ କମ୍ପାନୀ ସହିତ ଏହାର ୪୦୦ ରୁମ ବ୍ୟବହାର କରି ଭୂମିହୀନ ଲୋକଙ୍କୁ ଆଶ୍ରୟ ଦେବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି । ମେଲୋ କହିଛନ୍ତି ଯେ, ଚୁକ୍ତିନାମା ବର୍ତ୍ତମାନ ସମୀକ୍ଷା କରାଯିବ ଏବଂ ହୋଟେଲର ୨୨ ଟି ୟୁନିଟ୍ ଯାଞ୍ଚ କରାଯିବ । ପୋର୍ଟୋ ଏଲେଗ୍ରେ ସିଟି ହଲ୍ ନିକଟରେ ଶୁକ୍ରବାର ଦିନ ଯେଉଁ ହୋଟେଲରେ ନିଆଁ ଲାଗିଥିଲା, ସେଠାରେ ୧୬ ରୁମ୍ ପାଇଁ ଚୁକ୍ତି ହୋଇଥିଲା । ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ, ନିଆଁରୁ ଉଦ୍ଧାର ହୋଇଥିବା ୧୧ ଜଣଙ୍କ ମଧ୍ୟରୁ ୮ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.