ହେଲିକପ୍ଟରରେ ଉଡି ଉଡି ଆସିଲା ଟି୨୦ ବିଶ୍ୱକପ ଜର୍ସି, ଦେଖନ୍ତୁ ଭିଡିଓ
ଭାରତୀୟ ଟିମର ଜର୍ସି ହେଲିକପ୍ଟର ଦ୍ୱାରା ଷ୍ଟାଡିୟମର ଛାତ ଦେଇ ପଡ଼ିଆ ଭିତରେ ପ୍ରବେଶ କରିଥିଲା । ଏକ ବିରାଟ ଜର୍ସିକୁ ହେଲିକପ୍ଟରରେ ଟଙ୍ଗା ଯାଇ ସାମ୍ନାକୁ ଅଣାଯାଇଛି । ଜର୍ସିର ବଡି ପାର୍ଟ ବ୍ଲୁ ଥିବା ବେଳେ ହାତ ଗେରୁଆ ରଙ୍ଗର ରହିଛି । ଜର୍ସିରେ ଭାରତୀୟ ପତାକା ବା ତିରଙ୍ଗାର ଷ୍ଟ୍ରିପ ଲାଗିଛି । ଜର୍ସିର ଦୁଇପଟର ରଙ୍ଗ କେସରିଆ ହୋଇଥିବା ବେଳେ ସେଥିରେ ଧଳା ରଙ୍ଗର ଷ୍ଟ୍ରିପ ରହିଛି । ଆଡିଡାସ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି ଲେଖିଛି, ଓ୍ଵାନ ଜର୍ସି, ଓ୍ଵାନ ନେସନ !

ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଟିମର ଅଫିସିଆଲ ଜର୍ସି ଉନ୍ମୋଚିତ ହୋଇଛି । ଜସି ଲଞ୍ଚ ସ୍ପେଶାଲ ଅନ୍ଦାଜରେ ହୋଇଛି । ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଟିମର ଖେଳାଳି ଆଡିଡାସ କମ୍ପାନୀର ଜର୍ସି ପିନ୍ଧିବେ । ଏହାକୁ ନେଇ କମ୍ପାନୀ ଅଫିସିଆଲ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରିଛି । ଭିଡିଓରେ ରୋହିତ ଶର୍ମା, ରବିନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବ ମଇଦାନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଆଉ ଏହି ସମୟରେ ହେଲିକପ୍ଟରରେ ଟିମର ଜର୍ସି ଉଡି ଉଡି ଆସୁଛି । ଏହାପରେ ରୋହିତ ଦୁଇ ଖେଳାଳିଙ୍କ ଆଡକୁ ଇଙ୍ଗିତ କରୁଛନ୍ତି । ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ଜର୍ସିର ଲଞ୍ଚ ହୋଇଛି ।
ସ୍ପୋର୍ଟସ ୱେୟାର ବ୍ରାଣ୍ଡ ଆଡିଡାସ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି ଲେଖିଛି, ଓ୍ଵାନ ଜର୍ସି, ଓ୍ଵାନ ନେସନ ! ଏହାସହିଜ ଆଜିଠାରୁ ଜର୍ସି ଷ୍ଟାର ଏବଂ ଅନଲାଇନରେ ଉପଲବ୍ଧ ହେବ ବୋଲି କହିଛି ।
One jersey. One Nation.
Presenting the new Team India T20 jersey.Available in stores and online from 7th may, at 10:00 AM. pic.twitter.com/PkQKweEv95
— adidas (@adidas) May 6, 2024
ପୂର୍ବରୁ ଜର୍ସି ଡିଜାଇନ୍ ଲିକ୍ ହୋଇଥିବା କୁହାଯାଉଥିଲେ ହେଁ ଏହାର ଲଞ୍ଚ କିନ୍ତୁ ସବୁଠାରୁ ଭିନ୍ନ ରହିଥିଲା । ଭାରତୀୟ ଟିମର ଜର୍ସି ହେଲିକପ୍ଟର ଦ୍ୱାରା ଷ୍ଟାଡିୟମର ଛାତ ଦେଇ ପଡ଼ିଆ ଭିତରେ ପ୍ରବେଶ କରିଥିଲା । ଏକ ବିରାଟ ଜର୍ସିକୁ ହେଲିକପ୍ଟରରେ ଟଙ୍ଗା ଯାଇ ସାମ୍ନାକୁ ଅଣାଯାଇଛି । ଜର୍ସିର ବଡି ପାର୍ଟ ବ୍ଲୁ ଥିବା ବେଳେ ହାତ ଗେରୁଆ ରଙ୍ଗର ରହିଛି । ଜର୍ସିରେ ଭାରତୀୟ ପତାକା ବା ତିରଙ୍ଗାର ଷ୍ଟ୍ରିପ ଲାଗିଛି । ଜର୍ସିର ଦୁଇପଟର ରଙ୍ଗ କେସରିଆ ହୋଇଥିବା ବେଳେ ସେଥିରେ ଧଳା ରଙ୍ଗର ଷ୍ଟ୍ରିପ ରହିଛି । ଜର୍ସିର ଆଗପଟ ରଙ୍ଗ ନୀଳ ରହିଛି । ଏଥିସହିତ ତା’ ଉପରେ ଆଡିଡାସ, ଡ୍ରିମ ୧୧ ଓ ବିସିସିଆଇର ଲୋଗୋ ମଧ୍ୟ ରହିଛି ।
ଜୁନ ୨ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବା ବେଳେ ଜୁନ ୫ରେ ଭାରତ ତା’ର ପ୍ରଥମ ମ୍ୟାଚ ଖେଳିବ । ଟି-୨୦ର ସମସ୍ତ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାର ୧୦ଟି ଗ୍ରାଉଣ୍ଡରେ ଖେଳାଯାଇପାରେ । ଆମେରିକାର ଫ୍ଲୋରିଡା, ମୋରିସଭିଲେ, ଡଲାସ୍ ଓ ନ୍ୟୁୟର୍କକୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ତାଲିକାଭୁକ୍ତ କରାଯାଇଛି । ଏହି ପ୍ରତିଯୋଗିତାରେ ୨୦ଟି ଦଳ ୫୫ଟି ମ୍ୟାଚ୍ ଖେଳିବେ । ଟି୨୦ ବିଶ୍ୱକପ ପାଇଁ ଖେଳିବାକୁ ଥିବା ୨୦ ଟିମ୍କୁ ୫-୫ କରି ୪ଟି ଗ୍ରୁପରେ ବଣ୍ଟାଯାଇଛି । ଭାରତ ଛଡା ଗ୍ରୁପ ଏ ରେ ପାକିସ୍ତାନ, ଆୟରଲାଣ୍ଡ, ୟୁଏସଏ ଏବଂ କାନାଡା ରହିବ । ଏହାପରେ ଟପ୍-୨ ରେ ରହୁଥିବା ପ୍ରତ୍ୟେକ ଗ୍ରୁପର ଟିମ୍ ସୁପର-୮ ପାଇଁ କ୍ୱାଲିଫାଏ କରିବା, ସେମାନଙ୍କୁ ୪-୪ କରି ୨ଟି ଗ୍ରୁପରେ ବଣ୍ଟାଯିବ । ସେହିପରି ଟପ୍-୨ରେ ରହିବା ଟିମକୁ ନିଜ ନିଜ ଗ୍ରୁପରେ ସେମିଫାଇନାଲ ଖେଳିବାକୁ ହେବ ।
ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ :
ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ସାମିଲ ରହିଛନ୍ତି ।
ଷ୍ଟାଣ୍ଡବାଏ : ଶବମନ ଗିଲ, ରିଙ୍କୁ ସିଂ, ଖଲୀଲ ଅହମଦ, ଆବେଶ ଖାନ ।