Below header

ସ୍ୱାମୀ ଏକ ନମ୍ବରକୁ ସ୍ତ୍ରୀ ଦଶ ନମ୍ବରୀ, ଭଲ ପୋଷାକ ପିନ୍ଧି ଆସିଲେ ଆଖି ପିଛୁଳାକେ ୧୦ ହଜାର ଚୋରି କରି ଚାଲିଗଲେ

ଦାମୀ କାରରେ ଆସିଲେ, ଆଖି ପିଛୁଳାକେ ଲୁଟିନେଲେ । ହିନ୍ଦିରେ କଥା ହେଉଥିବା ଏହି ଦମ୍ପତ୍ତିଙ୍କ ଏଭଳି କାରନାମା ଏବେ ଚର୍ଚ୍ଚାରେ । ଘଟଣା ଘଟିଛି ଭୁବନେଶ୍ୱର ବଡ଼ଗଡ଼ ଥାନା ଲୁଇସ୍ ରୋଡରେ । ଲୁଇସ୍ ରୋଡରେ ଥିବା ଏକ ଗାର୍ମେଣ୍ଟ ଦୋକାନରେ ଏଭଳି ଚୋରି ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ) : ସ୍ୱାମୀ ଏକ ନମ୍ବରକୁ ସ୍ତ୍ରୀ ଦଶ ନମ୍ବରୀ । ଦାମୀ କାରରେ ଆସିଲେ, ଆଖି ପିଛୁଳାକେ ଲୁଟିନେଲେ । ହିନ୍ଦିରେ କଥା ହେଉଥିବା ଏହି ଦମ୍ପତ୍ତିଙ୍କ ଏଭଳି କାରନାମା ଏବେ ଚର୍ଚ୍ଚାରେ । ଘଟଣା ଘଟିଛି ଭୁବନେଶ୍ୱର ବଡ଼ଗଡ଼ ଥାନା ଲୁଇସ୍ ରୋଡରେ । ଲୁଇସ୍ ରୋଡରେ ଥିବା ଏକ ଗାର୍ମେଣ୍ଟ ଦୋକାନରେ ଏଭଳି ଚୋରି ହୋଇଛି । ସ୍ୱାମୀ ଓ ସ୍ତ୍ରୀ ଏକ ଧଳା ରଙ୍ଗର କାରରେ ଆସୁଛନ୍ତି । ଦୋକାନ ଭିତରକୁ ପ୍ରବେଶ କରୁଛନ୍ତି । ସ୍ତ୍ରୀ ସେଲ୍ସମ୍ୟାନକୁ ଡାକି କିଛି କିଣିବା ପାଇଁ ମାଗୁଛନ୍ତି । ସେଲ୍ସମ୍ୟାନ ଟିକିଏ ସାଇଡ୍ ହୋଇଯିବା ବେଳେ ସ୍ୱାମୀ କାଉଣ୍ଟର ଖୋଲି ଲୁଟ୍ କରି ନେଉଛନ୍ତି । ସିସିଟିଭି ଯାଞ୍ଚ ପରେ ଏଭଳି ଚିତ୍ର ସାମ୍ନାକୁ ଆସିଛି । ବଡ଼ଗଡ଼ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବ୍ୟବସାୟୀ ।

ଥରେ ଏ ସିସିଟିଭି ଭିଜୁଆଲ ଉପରେ ନ ଜର ପକାନ୍ତୁ । କେମିତି ଏକଦମ୍‌ ଭଦ୍ର ଲୋକ ଭଳି ଦୁଇଜଣ ସ୍ୱାମୀ ସ୍ତ୍ରୀ ପଶୁଛନ୍ତି । ଆଉ ସ୍ତ୍ରୀ ଜିନିଷ ଦେଖିବାରେ ଲୋକକୁ ବିଜି ରଖି ଦେଉଛି । ଆଉ ଏପଟେ ସ୍ୱାମୀ କରୁଛି ତାର କାଣ୍ଡ କାରନାମା । ଯାହା ସବୁ କିଛି କଏଦ ହେଉଛି ବୋଲି ସେମାନେ ଆଉ ଜାଣୁନାହାଁନ୍ତି । ପ୍ରଥମେ ସ୍ୱାମୀଟି କ୍ୟାସ୍‌ କାଉଣ୍ଟର ପାଖରେ ଢ଼ଳି ହୋଇ ଛିଡା ହେଉଛି । ଆଉ ଗୋଟେ ହାତରେ କ୍ୟାସ୍‌ ବାକ୍ସକୁ ଟାଣି ଦେଖୁଛି । କେଉଁଠି ପଇସା ଅଛି କେତେ ଅଛି କଣ ଅଛି । ଆଉ ତାପରେ ମିଛରେ କଲରେ କଥା ହେଉଛି । ଯାହା ସ୍ପଷ୍ଟ ଜଣା ବି ପଡୁଛି । ଆଉ କିଛି ସମୟ ଏପଟ ସେପଟ ପରେ ପୁଣି ଥରେ କ୍ୟାସ୍‌ କାଉଣ୍ଟର ପାଖକୁ ଯାଇ ରହିଥିବା ୧୦୦ ଟଙ୍କିଆ ବିଡା ନୋଟକୁ ଉଠାଇ ପ୍ରଥମେ ଚାଲି ଯାଉଛି ।

ଆଉ ଏପଟେ ସ୍ୱାମୀ ଟଙ୍କା ନେଇଗଲା ପରେ ସ୍ତ୍ରୀ ବି କିଛି ସମୟ ପର ବାହାରକୁ ଚାଲିଯାଉଛି । ତେବେ କହିବାକୁ ଚାହିଁବୁ ଯେଲୁଇସ୍ ରୋଡ ରେବା ଗାର୍ଗେଣ୍ଟରୁ ଏହି ଚୋରି ହୋଇଛି । ଅଭିନବ ଉପାୟରେ ବଣ୍ଟି ବବ୍ଲି ଯୋଡ଼ି କରିଛନ୍ତି ଚୋରି। ଲଞ୍ଚ ଟାଇମରେ ଏହି ଚୋରି ହୋଇଥିବା ସୂଚନା ମିଳିଛି । କ୍ୟାସ ବାକ୍ସ ରୁ ୧୦ହଜାରରୁ ଅଧିକ ଚୋରି କରି କାର ରେ ପଳାଇଛନ୍ତି ଏହି ୪୨୦ ସ୍ୱାମୀ ସ୍ତ୍ରୀ । ଏନେଇ ମାଲିକ ବଡ ଗଡ ଥାନାରେ ଏତଲା ଦେଇଛନ୍ତି। ଏମାନେ ପେଶାଦାର ଅପରାଧୀ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.