Below header

‘ମୋ ଜୀବନର ଶେଷ ନିର୍ବାଚନ, ନୂଆ ଲୋକଙ୍କୁ ମିଳୁ ସୁଯୋଗ…’: ଦିଗ୍‌ବିଜୟ ସିଂଙ୍କ ଭାବପ୍ରବଣ ପୋଷ୍ଟ୍‍

ଆଜି ଦେଶରେ ୨୦୨୪ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଏହାରି ଭିତରେ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ ଏକ ବଡ଼ ଘୋଷଣା କରିଛନ୍ତି । ଚଳିତ ନିର୍ବାଚନ ତାଙ୍କ ଜୀବନର ଶେଷ ନିର୍ବାଚନ ବୋଲି ସେ କହିଛନ୍ତି ।

ଆଜି ଦେଶରେ ୨୦୨୪ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଏହାରି ଭିତରେ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ ଏକ ବଡ଼ ଘୋଷଣା କରିଛନ୍ତି । ଚଳିତ ନିର୍ବାଚନ ତାଙ୍କ ଜୀବନର ଶେଷ ନିର୍ବାଚନ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ‘ଏହା ମୋର ଶେଷ ନିର୍ବାଚନ, କାରଣ, ମୋତେ ୭୭ ବର୍ଷ ବୟସ । ନୂଆ ଲୋକଙ୍କୁ ସୁଯୋଗ ମିଳିବା ଦରକାର’ ।

ଦିଗ୍‌ବିଜୟ ସିଂ ଟ୍ଵିଟ୍‌ କରି ଲେଖିଛନ୍ତି, ‘ମୋ ବାପାଙ୍କ ମୃତ୍ୟୁ ପରେ ଯେତେବେଳେ ମୁଁ ଇଞ୍ଜିନିୟରିଂ ଡିଗ୍ରୀ ଧରି ରାଘୋଗଡ଼ ଆସି ରହିବାକୁ ଲାଗିଲି, ସେତେବେଳେ ରାଘୋଗଡ଼ର ଜଣେ ବୃଦ୍ଧ ବାସିନ୍ଦା ସେଠ୍‌ କସ୍ତୁରଚାନ୍ଦ ଜୀ କଠାରୀ ମୋତେ ଭେଟିବାକୁ ଆସିଥିଲେ । ସେ ମୋତେ ଏକ ଶିକ୍ଷା ଦେଇଥିଲେ । ସେ କହିଥିଲେ ଯେ ରାଜା ସାହେବ, ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଲକ୍ଷ୍ୟ ହିନ୍ଦୀର ୧୨ଟି ଖଡ଼ି ଅନୁସାରେ ହୋଇଥାଏ’ ।

‘ବୃଦ୍ଧ ବ୍ୟକ୍ତି ଜଣକ କହିଥିଲେ, ଆପଣ ଭାଗ୍ୟବାନ, ଆପଣଙ୍କୁ ଖାଦ୍ୟର ଅଭାବ ନାହିଁ, ଅଳଙ୍କାରର ଅଭାବ ନାହିଁ, ଘରର ଅଭାବ ନାହିଁ, ବର୍ତ୍ତମାନ ଆପଣ ସୁନାମ ଅର୍ଜନ କରନ୍ତୁ । ମୁଁ ମୋର ୫୦ ବର୍ଷର ରାଜନୈତିକ ଜୀବନରେ କେବଳ ଏହା ହିଁ କରିବାକୁ ଚେଷ୍ଟା କରିଛି । ଏଥିରେ ମୁଁ କେତେ ସଫଳ ହେଲି, ତାହା ମୁଁ ନିଜେ ଆକଳନ କରିପାରିବି ନାହିଁ, କେବଳ ସାଧାରଣ ଜନତା ହିଁ ଏହା କରିପାରିବେ । ଏହା ମୋ ଜୀବନର ଶେଷ ନିର୍ବାଚନ । ଆପଣ ସ୍ଥିର କରିବେ ଯେ ମୁଁ ଏଥିରେ କେତେ ସଫଳ ହେଲି’ ।

ଦିଗ୍‌ବିଜୟ ସିଂ ମଧ୍ୟପ୍ରଦେଶର ରାଜଗଡ଼ ଲୋକସଭା ଆସନରୁ ୩୩ ବର୍ଷ ପରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତାଙ୍କ ବିରୋଧରେ ବିଜେପି ବର୍ତ୍ତମାନର ସାଂସଦ ରୋଡମଲ ନାଗରଙ୍କୁ ପ୍ରାର୍ଥୀ କରିଛି । ଏଠାରୁ ବିଏସ୍‌ପିର ଡା. ରାଜେନ୍ଦ୍ର ସୂର୍ଯ୍ୟବଂଶୀ ମୈଦାନରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.