ଭୋଟ କେନ୍ଦ୍ର ବାହାରେ ମୋଦିଙ୍କୁ ରାଖି ବାନ୍ଧିଲେ ବୟସ୍କା ମହିଳା, ହାତ ଯୋଡି ପ୍ରଣାମ କଲେ ପ୍ରଧାନମନ୍ତ୍ରୀ
ଗୁଜରାଟ ଅହମଦାବାଦ ସହର ସ୍ଥିତ ନିଶାନ ହାୟର ସେକେଣ୍ଡାରୀ ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ମୋଦି ଭୋଟ ଦେବାକୁ ଆସିଥିଲେ । ଏହି ସମୟରେ ଜଣେ ବୟସ୍କା ମହିଳା ଭିଡ ଭିତରୁ ଆସି ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଏହା ଦେଖି ମୋଦି ହାତ ଯୋଡି ମୁଣ୍ଡ ନୁଆଁଇ ପ୍ରଣାମ କରିଥିଲେ ।

ଲୋକସଭା ନିର୍ବାଚନ ୨୦୨୪ ତୃତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ଚାଲିଛି । ଦେଶରେ ୧୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୯୪ସିଟରେ ଆଜି ମତଦାନ ହେଉଛି । ଗୁଜରାଟର ସମସ୍ତ ୨୬ଟି ସିଟର ଭୋଟିଂ ହେଉଛି । ଏହି କ୍ରମରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମଦାବାଦର ବୁଛକୁ ଯାଇ ମତଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଭୋଟ ଦେବାକୁ ଆସିବା ଶୁଣି ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଲୋକଙ୍କୁ ପ୍ରଧାନମନ୍ତ୍ରୀ ଅଭିବାଦନ ମଧ୍ୟ କରିଥିଲେ । ଏହି ସମୟରେ ଏକ ଭାବୁକ କରିଦେବା ଭଳି ମାମଲା ଦେଖିବାକୁ ମିଳିଛି ।
ଖବର ମୁତାବକ, ଗୁଜରାଟ ଅହମଦାବାଦ ସହର ସ୍ଥିତ ନିଶାନ ହାୟର ସେକେଣ୍ଡାରୀ ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ମୋଦି ଭୋଟ ଦେବାକୁ ଆସିଥିଲେ । ଏହି ସମୟରେ ଜଣେ ବୟସ୍କା ମହିଳା ଭିଡ ଭିତରୁ ଆସି ମୋଦିଙ୍କ ହାତରେ ରାଖି ବାନ୍ଧିଥିଲେ । ଏହା ଦେଖି ମୋଦି ହାତ ଯୋଡି ମୁଣ୍ଡ ନୁଆଁଇ ପ୍ରଣାମ କରିଥିଲେ । ଏହାର ଭିଡିଓ ଭାଇରଲ ହେବାରେ ଲାଗିଛି ।
ମତଦାନ ପରେ ପ୍ରଧାନମନ୍ତ୍ରୀ ବାହାର ଥିବା କିଛି ସାଧାରଣ ଜନତାଙ୍କୁ ନିଜର ଅଟୋଗ୍ରାଫ ଦେଇଥିଲେ । ଏଥିପାଇଁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ମୋଦି ନିଜର ମତଦାନ କରିବା ପରେ ନିର୍ବାଚନ ପ୍ରକ୍ରିୟା ଏବଂ ଲୋକତନ୍ତ୍ର ପାଇଁ ଶିଖିବାକୁ ଉଦାହରଣ ଦେଇଛନ୍ତି । ମୋଦି କହିଛନ୍ତି, ଦୁନିଆର ୬୪ ଦେଶରେ ନିର୍ବାଚନ ରହିଛି । ତେଣୁ ଦୁନିଆର ସବୁଠାରୁ ବଡ ବିଶ୍ୱବିଦ୍ୟାଳୟରେ ଏକ କେସ୍ ଅଧ୍ୟୟନ କରିବା ଦରକାର ଏବଂ ଏହର ତୁଳତା କରିବା ଦରକାର । ମତଦାନ ଦ୍ୱାରା ଆମ ଦେଶର ଆଗାମୀ ଭବିଷ୍ୟତ ନିର୍ଦ୍ଧାରିତ ହେବ । ତେଣୁ ଦେଶବାସୀଙ୍କୁରେକର୍ଡ ସଂଖ୍ୟାରେ ଭୋଟ କରି ଲୋକତନ୍ତ୍ରର ଉତ୍ସବ ମନାଇବାକୁ କହିଛନ୍ତି ।
तीसरे चरण के सभी मतदाताओं से मेरा आग्रह है कि वे अधिक से अधिक संख्या में मतदान करें और वोटिंग का एक नया रिकॉर्ड बनाएं। आप सभी की सक्रिय भागीदारी लोकतंत्र के इस महोत्सव की रौनक को और बढ़ाएगी
— Narendra Modi (@narendramodi) May 7, 2024
ସେ ଆହୁରି ମଧ୍ୟ କହିଛନ୍ତି, ମତଦାନ ଏକ ସାମାନ୍ୟ ଦାନ ନୁହେଁ । ଏହା ଦେଶକୁ ଆଗକୁ ନେଇଯିବା ପାଇଁ ଅତ୍ୟନ୍ତ ଜରୁରୀ । ଗଣତନ୍ତ୍ରର ଏହି ପର୍ବରେ ସମସ୍ତଙ୍କ ଭାଗିଦାରୀ ଜରୁରୀ । ତେଣୁ ନିଜ କର୍ତ୍ତ୍ୟବରୁ ପଛକୁ ନ ହଟିବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ ।