ପ୍ରଥମ ଥର ଓଡ଼ିଶାରେ ନେତା ମାନଙ୍କ ପାଇଁ ଡମୀ ଇଭିଏମ, ଜାଣନ୍ତୁ କେତେ ରହିଛି ଦାମ୍

ଓଡ଼ିଶାରେ ପ୍ରଥମ ଥର ନେତା ମାନଙ୍କ ପାଇଁ ଡମୀ ଇଭିଏମ । ଯାହାକୁ ତିଆରି କରିଛନ୍ତି ଈଶ୍ୱର । ହଁ ଆଜ୍ଞା ଡମୀ ଇଭିଏମ । ଆଗାମୀ ନିର୍ବାଚନ ଲାଗି ତିଆରି ହୋଇଛି ଡମୀ ଇଭିଏମ ।

କଟକ(କେନ୍ୟୁଜ): ଓଡ଼ିଶାରେ ପ୍ରଥମ ଥର ନେତା ମାନଙ୍କ ପାଇଁ ଡମୀ ଇଭିଏମ । ଯାହାକୁ ତିଆରି କରିଛନ୍ତି ଈଶ୍ୱର । ହଁ ଆଜ୍ଞା ଡମୀ ଇଭିଏମ । ଆଗାମୀ ନିର୍ବାଚନ ଲାଗି ତିଆରି ହୋଇଛି ଡମୀ ଇଭିଏମ । ଏହି ଡମୀ ଇଭିଏମ ମାଧ୍ୟମରେ ନେତା ତାଙ୍କ ଚିହ୍ନ ଓ ଭୋଟ ଦେବା ପ୍ରଣାଳୀ ବିଷୟରେ ଅବଗତ କରାଇବେ ଭୋଟରଙ୍କୁ । ଏହି ମେସିନ ଉଭୟ ସାଂସଦ ଓ ବିଧାୟକ ପାର୍ଥି ମାନଙ୍କ ପାଇଁ ତିଆରି କରାଯାଇଛି । କଣ ଶୁଣିକି ଟିକେ ଅଲଗା ପ୍ରକାରର ଲାଗୁଛି ନା । କିନ୍ତୁ ଏହା ପୁରା ସତ କଥା ଦର୍ଶକବନ୍ଧୁ । ଯାହାକୁ ନେଇ ଏବେ ଉତ୍ସାହ କାହିଁରେ କେତେ ।

ତେବେ ଏହି ଡମୀ ଏଭିଏମରେ ରହିଛି ୧୬ଟି କ୍ରମିକ ନମ୍ବର । ଅର୍ଡର ଦେଇଥିବା ପାର୍ଥିଙ୍କର ରହିଛି ଫଟୋ ଆଉ ଦଳୀୟ ଚିହ୍ନ । ସେହିଭଳି ନୂଆ ଭୋଟର୍ ଙ୍କୁ ଅବଗତ କରାଇବା ପାଇଁ ରହିଛି ଏକ କ୍ୟୁଆର୍ କୋଡ୍ । ଯାହାକୁ ସ୍କାନ୍ କରିବା ମାତ୍ରକେ ନବାଗତ ଭୋଟର୍ ମାନେ ଏକ ଭିଡ଼ିଓ ଜରିଆରେ ତାଙ୍କ ଭୋଟିଂ ପ୍ରଣାଳୀ ଜାଣିପାରିବେ । ରାତିରେ ନିର୍ବାଚନୀ ପ୍ରଚାରକୁ ଆହୁରି ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ ହୋଇଛି ଏଲଇଡି ବ୍ୟାଗ୍ । ପାର୍ଥିଙ୍କ ନା ସାଙ୍ଗକୁ ଦଳୀୟ ଚିହ୍ନ ଓ ଫଟୋ ମଧ୍ୟ ରହିଛି ଏହି ଏଲଇଡି ବ୍ୟାଗରେ । ଆଉ ଏହାର ମୂଲ୍ୟ ୪ହଜାର ଟଙ୍କା ରହିଛି ।

ରାଜ୍ୟରେ ପ୍ରଥମ ଥର କରି ଦେଖିବାକୁ ମିଳିଛି ଡମୀ ଇଭିଏମ । ତେବେ କଟକର ଈଶ୍ୱର ସାହୁ ତିଆରି କରିଛନ୍ତି ଡମୀ ଇଭିଏମ । କଟକ ଚାଉଳିଆଗଞ୍ଜର ଈଶ୍ୱର ବିଭିନ୍ନ ସମୟରେ କିଛି ନୂଆ କାର୍ଯ୍ୟ କରି ଚର୍ଚ୍ଚାରେ ରହିଥାନ୍ତି । ଏହା ପୂର୍ବରୁ ଇଶ୍ୱର AI ରାକ୍ଷୀ ତିଆରି କରି କଟକ ସହ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଳଟିଥିଲେ । ବର୍ତ୍ତମାନ ଈଶ୍ୱରଙ୍କ ଏହି ଡମୀ ଇଭିଏମ ମାଧ୍ୟମରେ ନେତା ତାଙ୍କ ଚିହ୍ନ ଓ ଭୋଟ ଦେବା ପ୍ରଣାଳୀ ବିଷୟରେ ଅବଗତ କରାଇବେ ଭୋଟରଙ୍କୁ ।

ତେବେ ଏହି ଡମି ଇଭିଏମ ମେସିନରେ ନେତାଙ୍କ ନାଁ ସହ ସେମାନଙ୍କୁ ମିଳିଥିବା ଚିହ୍ନ ପାଖରେ ରହିଛି ବ୍ଲୁ ସୁଇଚ । ଏହାକୁ ପ୍ରେସ କଲେ ବିପ ସାଉଣ୍ଡ ସହ ଲାଳି ଲାଇଟ ଜଳିବ । ଯାହା ଭୋଟରଙ୍କର ଭୋଟ ଦେବାର ସଂକେତ ଜଣାଇଦେଵ । ତେବେ ଏହି ଡମି ଇଭିମର ମୂଲ୍ୟ ୧୫୦ ଟଙ୍କା ରହିଥିବା ବେଳେ ଗୋଟିଏ ଡମି ଇଭିମ ତିଆରି କରିବାକୁ ଈଶ୍ୱରଙ୍କୁ ଲାଗୁଛି ଦୁଇରୁ ତିନି ଦିନ । ଯାହାକୁ ନେବାପାଇଁ ଈଶ୍ୱରଙ୍କ ପାଖରେ ଏବେ ପାର୍ଥିଙ୍କ ଭିଡ଼ ।

ଏହାବ୍ୟତୀତ ନିର୍ବାଚନ ରେ ବ୍ୟବହାର ଲାଗି ବିଭିନ୍ନ ଦଳ ଲାଗି ଚାବି ରିଙ୍ଗ, ଗାଡ଼ି ଷ୍ଟିକର, ପକେଟ୍ ବ୍ୟାଚ, ହାତ ପଙ୍ଖା, ମୋବାଇଲ୍ ବ୍ୟାକ ଷ୍ଟିକର, ଏଲ ଇ ଡି ଷ୍ଟାଣ୍ଡି, ପାର୍ଥି ମାନଙ୍କର ଦଳୀୟ ଟି-ସାର୍ଟ ପ୍ରସ୍ତୁତ କରିଛନ୍ତି ଈଶ୍ୱର ।

ଅନ୍ୟପଟେ ଈଶ୍ୱରଙ୍କ ଏହି ଡମୀ ଇଭିଏମକୁ ବେଶ୍ ପସନ୍ଦ କରିଛନ୍ତି ଭୋଟର୍ । କହିଛନ୍ତି ଯେଉଁ ଏଭିଏମ ମେସିନକୁ ଆମେ ବୁଥ୍ ରେ ଦେଖୁଥିଲୁ ତାହା ଏବେ ଡମୀ ଇଭିଏମ ଜରିଆରେ ଦେଖିହେବ । ଯାହାଦ୍ୱାରା ଭୋଟର୍ ମାନେ ନିଜ ମନପସନ୍ଦ ର ପାର୍ଥିକୁ ଚୟନ କରିପାରିବେ । ତେବେ ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ନୂଆ ନୂଆ ଜିନିଷ ଦେଖିବାକୁ ମିଳୁଛି । ତେବେ ଦେଖିବାକୁ ବାକି ରହିଲା ଭୋଟର୍ ଙ୍କୁ କେତେ ସାହାଯ୍ୟ କରୁଛି ଡମୀ ଇଭିଏମ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.