Below header

‘ଅନୁପମା’ ଫେମ୍‌ ରୁପାଲି ଗାଙ୍ଗୁଲି ବିଜେପିରେ ଯୋଗଦେଲେ, କହିଲେ, ‘ମୋତେ ଆଶୀର୍ବାଦ ଦରକାର’

ଟିଭି ଇଣ୍ଡଷ୍ଟ୍ରିରୁ ଆସିଛି ଏକ ବଡ଼ ଖବର । ଲୋକପ୍ରିୟ ଅଭିନେତ୍ରୀ ତଥା ‘ଅନୁପମା’ ଫେମ୍‌ ରୁପାଲି ଗାଙ୍ଗୁଲି ରାଜନୀତିରେ ପ୍ରବେଶ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ରୁପାଲି ବର୍ତ୍ତମାନ ଟିଭି ସିରିଏଲ ‘ଅନୁପମା’ରେ ଅନୁପମା ଚରିତ୍ରରେ ଅଭିନୟ କରୁଛନ୍ତି ।

ଟିଭି ଇଣ୍ଡଷ୍ଟ୍ରିରୁ ଆସିଛି ଏକ ବଡ଼ ଖବର । ଲୋକପ୍ରିୟ ଅଭିନେତ୍ରୀ ତଥା ‘ଅନୁପମା’ ଫେମ୍‌ ରୁପାଲି ଗାଙ୍ଗୁଲି ରାଜନୀତିରେ ପ୍ରବେଶ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ରୁପାଲି ବର୍ତ୍ତମାନ ଟିଭି ସିରିଏଲ ‘ଅନୁପମା’ରେ ଅନୁପମା ଚରିତ୍ରରେ ଅଭିନୟ କରୁଛନ୍ତି । ତାଙ୍କ ସହିତ ଫିଲ୍ମ ନିର୍ଦ୍ଦେଶକ ଅମୟ ଯୋଶୀ ମଧ୍ୟ ବିଜେପିରେ ମିଶିଛନ୍ତି । ଅମୟ ଅନେକ ମରାଠୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।

ଦିଲ୍ଲୀ ମୁଖ୍ୟାଳୟରେ ପହଞ୍ଚି ରୁପାଲି ବିଜେପି ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ଅବସରରେ ଅଭିନେତ୍ରୀ କହିଛନ୍ତି ଯେ ‘ଯେତେବେଳେ ମୁଁ ଏହି ବିକାଶର ମହାଯଜ୍ଞକୁ ଦେଖିଲି, ସେତେବେଳେ ଅନୁଭବ କଲି ଯେ ମୁଁ ମଧ୍ୟ ଏଥିରେ ଭାଗ ନେବା ଉଚିତ୍ । ମୋତେ ଆପଣ ସମସ୍ତଙ୍କର ଆଶୀର୍ବାଦ ଏବଂ ସମର୍ଥନ ଦରକାର । ମୁଁ ଯାହା ବି କିଛି କରିବି, ତାହା ଠିକ୍‌ ଏବଂ ଭଲ ହେଉ’ ।

ରୁପାଲି ଗାଙ୍ଗୁଲି ବର୍ତ୍ତମାନ ‘ଅନୁପମା’ ସିରିଏଲ ମାଧ୍ୟମରେ ଟିଭି ଇଣ୍ଡଷ୍ଟ୍ରିରେ ରାଜ୍‌ କରୁଛନ୍ତି । ଶୋ’ରେ ସେ ମୁଖ୍ୟ ଚରିତ୍ର ‘ଅନୁପମା’ ଭୂମିକାରେ ଅଭିନୟ କରୁଛନ୍ତି । ପ୍ରଶଂସକମାନେ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି । ରୁପାଲିଙ୍କ ଲୋକପ୍ରିୟତା ଜବରଦସ୍ତ ରହିଛି । ତାଙ୍କୁ ଇନ୍‌ଷ୍ଟ୍ରାମରେ ୨.୯ ମିଲିୟନ ଅର୍ଥାତ୍ ୨୦ ଲକ୍ଷରୁ ଅଧିକ ଲୋକ ଫଲୋ କରୁଛନ୍ତି ।

ଗତକାଲି ଅଭିନେତ୍ରୀ ମୁମ୍ବାଇରେ ତାଙ୍କର ୪୭ତମ ଜନ୍ମଦିନ ପାଳନ କରିଥିଲେ । ରୁପାଲି ହେଉଛନ୍ତି ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନିଲ ଗାଙ୍ଗୁଲିଙ୍କ ଝିଅ । ମାତ୍ର ୭ ବର୍ଷ ବୟସରୁ ହିଁ ସେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ତାଙ୍କ ବାପାଙ୍କ ଚଳଚ୍ଚିତ୍ର ‘ସାହେବ’ରେ ପ୍ରଥମେ ରୋଲ୍‌ କରିଥିଲେ ।

କିନ୍ତୁ ୨୦୦୩ରେ ଆସିଥିବା ସିରିଏଲ ‘ସଞ୍ଜୀବନୀ: ଏ ମେଡିକାଲ ବୁନ୍’ରୁ ରୁପାଲିଙ୍କୁ ଟିଭି ଇଣ୍ଡଷ୍ଟ୍ରିରେ ପରିଚୟ ମିଳିଥିଲା । ଏହାପରେ ଅଭିନେତ୍ରୀ ‘ବିଗ୍ ବସ୍’ ସିଜନ୍ ୧ରେ ଭାଗ ନେଇଥିଲେ । ସେ ‘ସାରାଭାଇ ଭର୍ସେଜ୍‌ ସାରାଭାଇ’ ଭଳି ହିଟ୍ ଶୋ’ରେ ମଧ୍ୟ ଅଭିନୟ କରିଛନ୍ତି । ୨୦୧୩ରେ ‘ପରଭରିଶ୍‌’ ସିରିଏଲ କରିବା ପରେ ସେ ୭ ବର୍ଷର ବ୍ରେକ୍‌ ନେଇଥିଲେ । ବର୍ତ୍ତମାନ ରୁପାଲି ‘ଅନୁପମା’ ସହିତ ଟିଭି ଦୁନିଆକୁ ଫେରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.